ସିରିଜ୍‌ ଏଟିଏମ୍‌ ଲୁଟ୍‌ ଘଟଣା ବର୍ଷେ ପୂରିଲା; ୫ କାଉଣ୍ଟରରୁ ୧୭ ଲକ୍ଷ ଲୁଟ୍‌

ବ୍ରହ୍ମପୁର ଅଫିସ,୧ା୭-  ୨୦୧୮ ଜୁନ ୨୬ ତାରିଖରେ ବ୍ରହ୍ମପୁର ସହର ଓ ସହର ତଳି ଅଞ୍ଚଳର ୬ ଏଟିମ୍‌ କାଉଣ୍ଟରକୁ ଲୁଟେରାମାନେ ଟାର୍ଗେଟ କରିଥିଲେ। ସେଥିମଧ୍ୟରୁ ୫ କାଉଣ୍ଟର ଭାଙ୍ଗି ୧୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଏହି ଗ୍ୟାଙ୍ଗ ଗୋଟିଏ ରାତିରେ କାରନାମା ଦେଖାଇଥିଲେ। ତଦନ୍ତ ବେଳେ ଲୁଟେରା ଗ୍ୟାଙ୍ଗ ହରିୟାଣାର ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏବେ ଏହି ଘଟଣାକୁ ବର୍ଷେ ପୂରିଗଲା । ହେଲେ ଅଦ୍ୟାବଧି ପୋଲିସ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିପାରିନାହିଁ । ବିଗତ ବର୍ଷରେ ପୋଲିସ ଗଞ୍ଜାମ ଜିଲାକୁ ଅପରାଧମୁକ୍ତ କରିବା ପାଇଁ ‘କ୍ଲିନ୍‌ କ୍ରିମିନାଲ’ ଅଭିଯାନ ଆରମ୍ଭ କରିଥିଲା। ବହୁ ଦୁର୍ଦ୍ଦାନ୍ତଙ୍କୁ ଏନ୍‌କାଉଣ୍ଟର କରିଛି। ହେଲେ ଏହି ସିରିଜ୍‌ ଏଟିଏମ୍‌ ଲୁଟ ଘଟଣାର ପର୍ଦ୍ଦାଫାଶ ଆଜିଯାଏ କରିପାରିନାହିଁ ।
ସେହିପରି ସହରରେ ଘଟିଥିବା ବଡ଼ଧରଣର ଚୋରି, ପୋଲିସ ପରିଚୟ ଦେଇ ଲୁଟ୍‌ ଭଳି ଘଟଣାର ଏବେ ବି ସୁରାକ୍‌ ପାଇପାରିନାହିଁ। ଏହିସବୁ ଘଟଣା ଏବେ ବଢ଼ୁଛି ଲୁଟ୍‌, ଗଡୁଛି ଫାଇଲ ଭଳି ସ୍ଥିତିରେ ରହିଯାଇଛି। ମାମଲା ପରେ ମାମଲା ଥାନାରେ ରୁଜୁ ହେଉଛି, ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିପାରୁନାହିଁ ।
ସୂଚନାଯୋଗ୍ୟ, ୨୦୧୮ରେ ପ୍ରଥମେ ଗୋଳନ୍ଥରା ଥାନା ହଳଦିଆପଦରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍‌ କାଉଣ୍ଟର ମେଶିନ ପୋଡ଼ି ଦିଆଯାଇଥିବା ଜଣାପଡ଼ିଥିଲା। ଲୁଟେରାମାନେ ଗ୍ୟାସ କଟରରେ ଆଇରନ ଚେଷ୍ଟକୁ କାଟି ଟଙ୍କା ଲୁଟି ନେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ପରେ ଖୋଡ଼ାସିଂ, ଆଙ୍କୁଲି, ଲାଞ୍ଜିପଲ୍ଲୀ ଓ ଗୋଷାଣୀନୂଆଗଁାରେ ଥିବା ଏସ୍‌ବିଆଇ ଏଟିଏମ୍‌ର ମେଶିନ ଭାଙ୍ଗି ଟଙ୍କା ଚୋରି ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଥିଲା । ଏହା ସହିତ କାଉଣ୍ଟରରେ ଲାଗିଥିବା ସିସି କ୍ୟାମେରାରେ ରେକର୍ଡ ହୋଇଥିବା ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିଲା। କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରେ ଯେଉଁମାନେ ଚିହ୍ନଟ ହୋଇଛନ୍ତି ତନ୍ମଧରୁ ଅଧିକାଂଶ ମୁହଁ ଘୋଡ଼ାଇ ରହିଥିଲେ। ସେପଟେ ପୋଲିସ ପୂର୍ବରୁ ବ୍ରହ୍ମପୁର ସହରରେ ଏଟିଏମ୍‌ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଧରିଥିଲା। ହେଲେ ପୋଲିସକୁ କୌଣସି ସଫଳତା ମିଳିପାରିଲା ନାହିଁ। ସେହିପରି ଅନ୍ୟ ଜିଲାରେ ହୋଇଥିବା ଏଟିଏମ୍‌ ଲୁଟ ଘଟଣାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ହାତ ଥିବା ନେଇ ସୂଚନା ମିଳିଥିଲା। ଏଣୁ ବ୍ରହ୍ମପୁରରେ ମଧ୍ୟ ହୋଇଥିବା ସିରିଜ୍‌ ଏଟିଏମ୍‌ ଲୁଟ୍‌ ଘଟଣାରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରିଥିଲା। ଏହି ଗ୍ୟାଙ୍ଗକୁ କାବୁ କରିବା ପାଇଁ ସେହି ସମୟରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ୩ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏନେଇ ବୈଦ୍ୟନାଥପୁର ଥାନାରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଳନ୍ଥରା, ଗୋଷାଣୀନୂଆଗାଁ ଓ ଗୋପାଳପୁରରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ପୋଲିସ ବ୍ୟାଙ୍କ ଓ ଏଟିଏମ୍‌ କାଉଣ୍ଟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ କହି ଆସୁଥିଲା। ସୁରକ୍ଷା କର୍ମୀ ରହୁ ନ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରଗୁଡ଼ିକୁ ଲୁଟେରାମାନେ ଟାର୍ଗେଟ କରି ୫ କାଉଣ୍ଟରରୁ ୧୭ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ। ଘଟଣାକୁ ବର୍ଷେ ପୂରିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ପୋଲିସକୁ ସେଭଳି କୌଣସି ସଫଳତା ମିଳିପାରି ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri