ସିବିଏସ୍‌ଇ ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୮ା୩
କରୋନା ସଂକ୍ରମଣ ରୋକିବା ଦିଗରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଭାରତ ସରକାରଙ୍କ ଉଚ୍ଚଶିକ୍ଷା/ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବଙ୍କ ପରାମର୍ଶକ୍ରମେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) କର୍ତ୍ତୃପକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମାର୍ଚ୍ଚ ୧୯ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ସିବିଏସ୍‌ଇ ବୋର୍ଡ ପରୀକ୍ଷା ବନ୍ଦ ରହିବ। ୩୧ ତାରିଖ ପରେ ନୂଆ ପରୀକ୍ଷା କାର୍ଯ୍ୟସୂଚୀ ସ୍ଥିର ହେବ। ସେହିପରି ଉତ୍ତରପୂର୍ବ ଦିଲ୍ଲୀରେ ପୁନର୍ବାର ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବନ୍ଦ ରଖାଯାଇଛି। ପରୀକ୍ଷାର ନୂଆ କାର୍ଯ୍ୟସୂଚୀ ସମ୍ପର୍କରେ ୩୧ ସୁଦ୍ଧା ଜଣାଇ ଦିଆଯିବ।