Categories: ଖେଳ

ସିନ୍ଧୁ ହାରିଲେ

ଚାଙ୍ଗ୍‌ଝୋ(ଚାଇନା),୧୯।୯: ନୂଆକରି ବିଶ୍ୱ ଚାମ୍ପିୟନ ଟାଇଟଲ ହାସଲ କରିଥିବା ମହିଳା ବ୍ୟାଡ୍‌ମିସଣ୍ଟନ ଖେଳାଳି ପିଭି ସିନ୍ଧୁ ଏଠାରେ ଚାଲିଥିବା ଚାଇନା ଓପନ ସୁପର ୧୦୦୦ ଟୁର୍ନାମେଣ୍ଟର ପ୍ରିକ୍ୱାର୍ଟର ଫାଇନାଲରୁ ପରାଜୟ ସହ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ୩ ଗେମ୍‌ ବିଶିଷ୍ଟ ମ୍ୟାଚ୍‌ରେ ସିନ୍ଧୁ ଥାଇଲାଣ୍ଡର ପର୍ନପାଓ୍ବି ଚୋଚୁଓ୍ବଙ୍ଗଙ୍କଠାରୁ ହରିଯାଇଛନ୍ତି। ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ପ୍ରଥମ ଗେମ୍‌କୁ ୨୧-୧୨ ବ୍ୟବଧାନରେ ଜିତି ଥିବାବେଳେ ଦ୍ୱିତୀୟ ଗେମ୍‌ ୧୩-୨୧ ପରାସ୍ତ ହୋଇଥିଲେ। ତୃତୀୟ ଗେମ୍‌ରେ ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ହେଲେ ଥାଇଲାଣ୍ଡ ଖେଳାଳି ୨୧-୧୯ ପଏଣ୍ଟରେ ଗେମ୍‌ ସହ ମ୍ୟାଚ୍‌ ଜିତି ନେଇଥିଲେ।

Share