Categories: ଖେଳ

ସିଦ୍ଧେଶ ଲାଡଙ୍କୁ ନେଲା କେକେଆର

ମୁମ୍ବାଇ,୧୫।୧୧- ଆଇପିଏଲ ସିଜନ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଅନୁଯାୟୀ ସିଦ୍ଧେଶ ଲାଡ ମୁମ୍ବାଇ ଇଣ୍ଡିଆନ୍ସ ଦଳଠାରୁ କୋଲକାତା ନାଇଟ ରାଇଡର୍ସ (କେକେଆର) ନେଇଛି। ୨୦୧୫ରେ ଇଣ୍ଡିଆନ୍ସ ଦଳରେ ସ୍ଥାନ ପାଇଥିବା ଲାଡ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳ ବିପକ୍ଷରେ ଗତ ସିଜନରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। କେବଳ ଗୋଟିଏ ମ୍ୟାଚ୍‌ ଖେଳି ସେ ୧୫ ରନ୍‌ କରିଛନ୍ତି। ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ୩୮ ଟି୨୦ ମ୍ୟାଚ୍‌ ଖେଳି ୬୨୮ ରନ୍‌ କରିଛନ୍ତି। କାମଚଳା ସ୍ପିନର ୧୮.୯୩ ହାରରେ ୧୮ ଉଇକେଟ ମଧ୍ୟ ନେଇଛନ୍ତି।

Share