ସିଙ୍ଗର କପୁଲ ବିଶିକୁମାର-ପଦ୍ମାଳୟା

ଯାତ୍ରା ଜଗତରେ ଅନେକ ସିଙ୍ଗର କପୁଲ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ କପୁଲ ହେଉଛନ୍ତି ବିଶିକୁମାର ଓ ପଦ୍ମାଳୟା। ସମ୍ପ୍ରତି ଏମାନଙ୍କର ସଂଗୀତର ଲହର ଛୁଟୁଛି ଯାତ୍ରା ‘ସ୍ବପ୍ନମହଲ’ରେ। ବିଶିକୁମାର ମୁଖ୍ୟତଃ ମହମ୍ମଦ ଅଜିଜ୍‌ଙ୍କ ଗୀତ ଗାଇବାକୁ ପସନ୍ଦ କରୁଥିବା ବେଳେ ପଦ୍ମାଳୟା ସବୁପ୍ରକାର ଗୀତ ଗାଇବାରେ ମାହିର। ୨୦୦୦ ମସିହାରେ ବିଶିକୁମାର ଆସିଥିଲେ ଯାତ୍ରାକୁ। ତାଙ୍କର ପ୍ରଥମ ଯାତ୍ରାନୁଷ୍ଠାନ ଥିଲା ‘ତ୍ରିନାଥ ଗଣନାଟ୍ୟ’। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଏହି ଯୁବକ ଜଣକ ମୂଳରୁ ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ। ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ। ବ୍ୟାଣ୍ଡରେ ମଧ୍ୟ ଗୀତ ଗାଉଥିଲେ। ଦିନେ ସେମିତି ଗୋଟିଏ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ତାଙ୍କୁ ଠାବ କରିଥିଲେ ଯାତ୍ରା ଜଗତର ଅଭିଜ୍ଞ ପ୍ୟାଡ୍‌ ଆର୍ଟିଷ୍ଟ ରାଜୁ ମିଶ୍ର। ରାଜୁ ମିଶ୍ର ହେଉଛନ୍ତି ସୁଖ୍ୟାତ ଅଭିନେତ୍ରୀ ରୀନା ପଣ୍ଡାଙ୍କ ସ୍ବାମୀ। ରାଜୁ ମିଶ୍ର ହିଁ ତାଙ୍କୁ ନେଇଆସିଥିଲେ ଯାତ୍ରାକୁ। ସେବେଠୁ ଆଉ ଯାତ୍ରାରୁ ପଛକୁ ଅନେଇ ନାହାନ୍ତି ବିଶିକୁମାର। ୨୦୦୧ରେ ଯାତ୍ରାକୁ ଆସିଲେ ପଦ୍ମାଳୟା। ସେ ମଧ୍ୟ ସେହି ‘ତ୍ରିନାଥ ଗଣନାଟ୍ୟ’ରୁ ତାଙ୍କର ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ। ‘ତ୍ରିନାଥ’ରେ ଥିବା ବେଳେ ଉଭୟ ବିଶିକୁମାର ଓ ପଦ୍ମାଳୟା ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ। କିଛିଦିନ ପରେ ସେମାନେ ଅନୁଭବ କଲେ ଯେ, ସେମାନେ ପରସ୍ପରର ଜୀବନସାଥୀ ହେବା ପାଇଁ ହିଁ ଜନ୍ମ ହୋଇଛନ୍ତି। ତେବେ ସେମାନେ ଯାତ୍ରା ଜଗତରେ ନୂଆ ହୋଇଥିବା ହେତୁ ତାଙ୍କ ପ୍ରେମକୁ ଅନେକେ ସ୍ବୀକାର କରି ନ ଥିଲେ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ଦୃଢ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଯେଉଁଠି ପ୍ରେମର ଡୋର ମଜଭୁତ, ସେଠାରେ ଅନ୍ୟ କୌଣସି ଶକ୍ତି କାମ କରିବ ନାହିଁ। ଉଭୟ ବିଶିକୁମାର ଓ ପଦ୍ମାଳୟା ପରସ୍ପରକୁ ଜୀବନସାଥୀ କରିବେ ବୋଲି ନିଷ୍ପତ୍ତି ନେଇସାରିଥିଲେ। ତେଣୁ ସେମାନଙ୍କର କାହାର କହିବା ନ କହିବାକୁ ନେଇ କିଛି ଚିନ୍ତା କରିବାର ନ ଥିଲା। ସେମାନେ ଦିନେ କାହାରିକୁ କିଛି ନ କହି ଯାତ୍ରା ଛାଡ଼ି ପଳେଇଗଲେ। ବିଶିକୁମାର କହନ୍ତି, ପଦ୍ମାଳୟା ସହିତ ଚାଲିଆସି ମୁଁ ମୋ ପିଉସୀ ଘରେ ରହିଲି। ମୋ ବାପା ଖୋଜିଖୋଜି ଯାଇ ସେଠାରେ ପହଞ୍ଚତ୍ଲେ। ଆମ ଉଭୟଙ୍କର ସହମତି ଥିବା ଦେଖି ସେମାନେ ଆମର ବିବାହ କରାଇବାକୁ ସମ୍ମତି ଦେଲେ। ଆମେ ଉଭୟ କୋର୍ଟରେ ମ୍ୟାରେଜ କଲୁ।
ବିବାହ ପରେ ସେମାନେ ଆସି ‘ସଚ୍ଚିଦାନନ୍ଦ’ରେ ଯୋଗଦେଲେ। ତେବେ ଅନ୍ତଃସତ୍ୱା କାରଣରୁ ପଦ୍ମାଳୟାଙ୍କୁ କିଛିଦିନ ପାଇଁ ଯାତ୍ରାରୁ ଦୂରେଇ ରହିବାକୁ ପଡ଼ିଥିଲା। ଏବେ ବିଶିକୁମାର ଓ ପଦ୍ମାଳୟାଙ୍କର ଗୋଟିଏ ଝିଅ (ସୁପ୍ରିୟା) ଓ ଗୋଟିଏ ପୁଅ (ଅଂଶୁମାନ)। ‘ତ୍ରିନାଥ ଗଣନାଟ୍ୟ’ରୁ ଯାତ୍ରା କ୍ୟାରିୟର ଆରମ୍ଭ କରିଥିବା ଉଭୟ ବିଶିକୁମାର ଓ ପଦ୍ମାଳୟା ଇତିମଧ୍ୟରେ ‘କୋଣାର୍କ’, ‘ଇନ୍ଦ୍ରଭୁବନ’, ‘ଇନ୍ଦ୍ରମହଲ’ ଆଦି ଗଣନାଟ୍ୟରେ ସଫଳତାର ସହିତ କଣ୍ଠଦାନ କରି ଚଳିତ ବର୍ଷ ଆସି ପହଞ୍ଚତ୍ଛନ୍ତି ‘ସ୍ବପ୍ନମହଲ’ରେ। ଆଉ ପ୍ରତି ରାତିରେ ସ୍ବପ୍ନମହଲର ଦର୍ଶକମାନଙ୍କୁ ସେମାନଙ୍କ ସୁରିଲା ସଙ୍ଗୀତର ଯାଦୁରେ ମତୁଆଲା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri