ସିଙ୍ଗର କପୁଲ ବିଶିକୁମାର-ପଦ୍ମାଳୟା

ଯାତ୍ରା ଜଗତରେ ଅନେକ ସିଙ୍ଗର କପୁଲ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ କପୁଲ ହେଉଛନ୍ତି ବିଶିକୁମାର ଓ ପଦ୍ମାଳୟା। ସମ୍ପ୍ରତି ଏମାନଙ୍କର ସଂଗୀତର ଲହର ଛୁଟୁଛି ଯାତ୍ରା ‘ସ୍ବପ୍ନମହଲ’ରେ। ବିଶିକୁମାର ମୁଖ୍ୟତଃ ମହମ୍ମଦ ଅଜିଜ୍‌ଙ୍କ ଗୀତ ଗାଇବାକୁ ପସନ୍ଦ କରୁଥିବା ବେଳେ ପଦ୍ମାଳୟା ସବୁପ୍ରକାର ଗୀତ ଗାଇବାରେ ମାହିର। ୨୦୦୦ ମସିହାରେ ବିଶିକୁମାର ଆସିଥିଲେ ଯାତ୍ରାକୁ। ତାଙ୍କର ପ୍ରଥମ ଯାତ୍ରାନୁଷ୍ଠାନ ଥିଲା ‘ତ୍ରିନାଥ ଗଣନାଟ୍ୟ’। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଏହି ଯୁବକ ଜଣକ ମୂଳରୁ ସଙ୍ଗୀତ ପ୍ରତି ଆକୃଷ୍ଟ ଥିଲେ। ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ। ବ୍ୟାଣ୍ଡରେ ମଧ୍ୟ ଗୀତ ଗାଉଥିଲେ। ଦିନେ ସେମିତି ଗୋଟିଏ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ତାଙ୍କୁ ଠାବ କରିଥିଲେ ଯାତ୍ରା ଜଗତର ଅଭିଜ୍ଞ ପ୍ୟାଡ୍‌ ଆର୍ଟିଷ୍ଟ ରାଜୁ ମିଶ୍ର। ରାଜୁ ମିଶ୍ର ହେଉଛନ୍ତି ସୁଖ୍ୟାତ ଅଭିନେତ୍ରୀ ରୀନା ପଣ୍ଡାଙ୍କ ସ୍ବାମୀ। ରାଜୁ ମିଶ୍ର ହିଁ ତାଙ୍କୁ ନେଇଆସିଥିଲେ ଯାତ୍ରାକୁ। ସେବେଠୁ ଆଉ ଯାତ୍ରାରୁ ପଛକୁ ଅନେଇ ନାହାନ୍ତି ବିଶିକୁମାର। ୨୦୦୧ରେ ଯାତ୍ରାକୁ ଆସିଲେ ପଦ୍ମାଳୟା। ସେ ମଧ୍ୟ ସେହି ‘ତ୍ରିନାଥ ଗଣନାଟ୍ୟ’ରୁ ତାଙ୍କର ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ। ‘ତ୍ରିନାଥ’ରେ ଥିବା ବେଳେ ଉଭୟ ବିଶିକୁମାର ଓ ପଦ୍ମାଳୟା ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ। କିଛିଦିନ ପରେ ସେମାନେ ଅନୁଭବ କଲେ ଯେ, ସେମାନେ ପରସ୍ପରର ଜୀବନସାଥୀ ହେବା ପାଇଁ ହିଁ ଜନ୍ମ ହୋଇଛନ୍ତି। ତେବେ ସେମାନେ ଯାତ୍ରା ଜଗତରେ ନୂଆ ହୋଇଥିବା ହେତୁ ତାଙ୍କ ପ୍ରେମକୁ ଅନେକେ ସ୍ବୀକାର କରି ନ ଥିଲେ। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ଦୃଢ଼ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଯେଉଁଠି ପ୍ରେମର ଡୋର ମଜଭୁତ, ସେଠାରେ ଅନ୍ୟ କୌଣସି ଶକ୍ତି କାମ କରିବ ନାହିଁ। ଉଭୟ ବିଶିକୁମାର ଓ ପଦ୍ମାଳୟା ପରସ୍ପରକୁ ଜୀବନସାଥୀ କରିବେ ବୋଲି ନିଷ୍ପତ୍ତି ନେଇସାରିଥିଲେ। ତେଣୁ ସେମାନଙ୍କର କାହାର କହିବା ନ କହିବାକୁ ନେଇ କିଛି ଚିନ୍ତା କରିବାର ନ ଥିଲା। ସେମାନେ ଦିନେ କାହାରିକୁ କିଛି ନ କହି ଯାତ୍ରା ଛାଡ଼ି ପଳେଇଗଲେ। ବିଶିକୁମାର କହନ୍ତି, ପଦ୍ମାଳୟା ସହିତ ଚାଲିଆସି ମୁଁ ମୋ ପିଉସୀ ଘରେ ରହିଲି। ମୋ ବାପା ଖୋଜିଖୋଜି ଯାଇ ସେଠାରେ ପହଞ୍ଚତ୍ଲେ। ଆମ ଉଭୟଙ୍କର ସହମତି ଥିବା ଦେଖି ସେମାନେ ଆମର ବିବାହ କରାଇବାକୁ ସମ୍ମତି ଦେଲେ। ଆମେ ଉଭୟ କୋର୍ଟରେ ମ୍ୟାରେଜ କଲୁ।
ବିବାହ ପରେ ସେମାନେ ଆସି ‘ସଚ୍ଚିଦାନନ୍ଦ’ରେ ଯୋଗଦେଲେ। ତେବେ ଅନ୍ତଃସତ୍ୱା କାରଣରୁ ପଦ୍ମାଳୟାଙ୍କୁ କିଛିଦିନ ପାଇଁ ଯାତ୍ରାରୁ ଦୂରେଇ ରହିବାକୁ ପଡ଼ିଥିଲା। ଏବେ ବିଶିକୁମାର ଓ ପଦ୍ମାଳୟାଙ୍କର ଗୋଟିଏ ଝିଅ (ସୁପ୍ରିୟା) ଓ ଗୋଟିଏ ପୁଅ (ଅଂଶୁମାନ)। ‘ତ୍ରିନାଥ ଗଣନାଟ୍ୟ’ରୁ ଯାତ୍ରା କ୍ୟାରିୟର ଆରମ୍ଭ କରିଥିବା ଉଭୟ ବିଶିକୁମାର ଓ ପଦ୍ମାଳୟା ଇତିମଧ୍ୟରେ ‘କୋଣାର୍କ’, ‘ଇନ୍ଦ୍ରଭୁବନ’, ‘ଇନ୍ଦ୍ରମହଲ’ ଆଦି ଗଣନାଟ୍ୟରେ ସଫଳତାର ସହିତ କଣ୍ଠଦାନ କରି ଚଳିତ ବର୍ଷ ଆସି ପହଞ୍ଚତ୍ଛନ୍ତି ‘ସ୍ବପ୍ନମହଲ’ରେ। ଆଉ ପ୍ରତି ରାତିରେ ସ୍ବପ୍ନମହଲର ଦର୍ଶକମାନଙ୍କୁ ସେମାନଙ୍କ ସୁରିଲା ସଙ୍ଗୀତର ଯାଦୁରେ ମତୁଆଲା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri