Categories: ଖେଳ

ସିକେ ନାଇଡୁ ଟ୍ରଫି: ଦୃଢ଼ ସ୍ଥିତିରେ ଓଡ଼ିିଶା ଅମ୍ରିତ, ସୌରଭଙ୍କ ଶତକ

ସମ୍ବଲପୁର, ୭।୧ (ବ୍ୟୁରୋ): ଅମ୍ରିତ ଖଟୁଆ ଓ ସୌରଭ କୁମାର ଗୌଡ଼ଙ୍କ ଆକର୍ଷଣୀୟ ଶତକ ଯୋଗୁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ସିକିମ ବିପକ୍ଷ ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି। ଘରୋଇ ଦଳ ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ୧୨୦ ଓଭରରେ ୨ ଉଇକେଟ ହରାଇ ୩୯୦ ରନ ସଂଗ୍ରହ କରିଛି। ଏହାଦ୍ୱାରା ସୌରଭ ୨୫୧ ବଲର ସମ୍ମୁଖୀନ ହୋଇ ୧୭୬ରନ କରି ଅପରାଜିତ ରହିଛନ୍ତି। ସେ ୧୯ଟି ଚୌକା ଓ ୨ଟି ଦର୍ଶନୀୟ ଛକା ମାରିଛନ୍ତି। ଅମ୍ରିତ ୩୩୮ ବଲରେ ୧୨୨ ରନ (୧୮ ଚୌକା), ବିନିତ ମହାନ୍ତି ୧୧୧ ବଲରେ ୬୩ ରନ (୧୦ ଚୌକ ଓ ୧ ଛକା) କରିଛନ୍ତି। ସ୍ବସ୍ତିକ ସାମଲ କ୍ରିଜରେ ୩୧ ମିନିଟ ରହି ୨୧ ବଲର ସମ୍ମୁଖିନ ହୋଇ ୧୯ ରନ କରି ଅପରାଜିତ ରହିଛନ୍ତି। ଏଥିରେ ସେ ୩ ଚୌକା ମାରିଛନ୍ତି। ଭ୍ରମଣକାରୀ ସିକିମ ବୋଲର ଚନ୍ଦ୍ର ଛେତ୍ରୀ ୩୩ ଓଭରରେ ୯୦ ରନ ଦେଇ ୧ ଉଇକେଟ ଓ ଦୀନେଶ କୁମାର ଧୋବି ୨୫ ଓଭରରେ ୮୫ରନ ଦେଇ ୧ଉଇକେଟ ହାସଲ କରିଛନ୍ତି। ଅନ୍ୟତମ ବୋଲରମାନେ ଉଇକେଟ ନେବାରେ ବିଫଳ ହୋଇଛନ୍ତି। ଅମ୍ପାୟର ଭାରତୀ ଭିଜି ଓ ଅକ୍ଷୟ ମରାଠେ ମ୍ୟାଚ ପରିଚାଳନା କରିଥିଲେ। ଏସ୍‌. ସୁରେଶ ମ୍ୟାଚ ରେଫରି ରହିଥିବା ବେଳେ ରଜତ ଦାଶ ଓ ବୀରବର ନାୟକ ସ୍କୋରର ଦାୟିତ୍ୱ ତୁଲାଉଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ସିକିମ ଦଳ ପ୍ରଥମେ ବ୍ୟାଟିଂ କରି ୫୮.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୮୦ରନ ସଂଗ୍ରହ କରିଥିଲା। ଜବାବରେ ଓଡ଼ିଶା ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩୦ ଓଭରରେ କୌଣସି ଉଇକେଟ ନ ହରାଇ ୮୮ରନ ସଂଗ୍ରହ କରିଥିଲା।

ସୋମବାର ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଶତକ ହାସଲ କରିଥିବା ସୌରଭ ଓ ଅମ୍ରିତ । ଏସ୍‌- ୮
ସୋମବାର ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଶତକ ହାସଲ କରିଥିବା ଅମ୍ରିତ ଖଟୁଆ । ଏସ୍‌- ୯
ସୋମବାର ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଶତକ ହାସଲ କରିଥିବା ସୌରଭ ଗୌଡ । ଏସ୍‌- ୧୦

Share