Posted inଜାତୀୟ

ସିଏଏ ନିଅଁ।ରେ ଜଳୁଛି ଦେଶ: କେନ୍ଦ୍ର ଜାରି କଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍‌ଏସ୍‌): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାବେଳେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ନାଗରିକତ୍ୱ ପାଇଁ ୫ଟି ସର୍ତ୍ତ ଜାରି କରିଛି।
ନାଗରିକତ୍ୱ ଆଇନ,୧୯୫୫ ପ୍ରଥମ ପରିଚ୍ଛେଦ ଅନୁଯାୟୀ ଯେଉଁମାନେ ୧୯୫୦ ଜାନୁୟାରୀ ୨୬ରେ ଭାରତର ଅଧିବାସୀ ହୋଇଥିବେ କିମ୍ବା ଭାରତରେ ଜନ୍ମ ହୋଇଥିବେ ସେମାନେ ଭାରତୀୟ ନାଗରିକ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯେଉଁମାନେ ୧୯୫୦ ଜାନୁୟାରୀ ୨୬ ପରେ ଏବଂ ୧୯୮୭ ଜୁଲାଇ ୧ ପୂର୍ବରୁ ଭାରତରେ ଜନ୍ମ ହୋଇଥିବେ କିମ୍ବା ସେମାନଙ୍କ ମାତାପିତା ଜନ୍ମ ହୋଇଥିବେ ସେମାନେ ନାଗରିକତ୍ୱ ପାଇବାକୁ ହକ୍‌ଦାର। ତେଣୁ ସେମାନେ ସିଏଏକୁ ନେଇ ଚିନ୍ତା କରିବାର କିଛି ନାହିଁ। ନାଗରିକତ୍ୱ ଆଇନର ୨୦୦୪ ସଂଶୋଧନ ଅନୁଯାୟୀ ଆସାମ ବ୍ୟତୀତ ଦେଶର ଅନ୍ୟ ଭାଗରେ ରହୁଥିବା ବ୍ୟକ୍ତି ଯାହାଙ୍କ ମାତା କିମ୍ବା ପିତା ଭାରତୀୟ ଏବଂ ବେଆଇନ ଶରଣାର୍ଥୀ ହୋଇ ନ ଥିଲେ ତାଙ୍କୁ ଭାରତୀୟ ନାଗରିକ ବିବେଚନା କରାଯିବ।
ବିଜ୍ଞପ୍ତି ଅନୁଯାୟୀ ଯେଉଁମାନେ ୨୦୦୪ ଡିସେମ୍ବର ୩ ପରେ ଜନ୍ମ ହୋଇଥିବେ, ସେମାନଙ୍କ ମାଆବାପା ଉଭୟ ଭାରତୀୟ ନାଗରିକ ଏବଂ କେହି ବେଆଇନ ଶରଣାର୍ଥୀ ହୋଇ ନ ଥିବେ ତେବେ ସେ ମଧ୍ୟ ଜନ୍ମରୁ ଭାରତର ନାଗରିକ ଭାବେ ଗଣ୍ୟ ହେବେ। ବଂଶଗତ ନାଗରିକତାର ଦ୍ୱିତୀୟରେ ଜଣେ ୧୯୫୦ ଜାନୁୟାରୀ ୨୬ ପରେ ଏବଂ ୧୯୯୨ ଡିସେମ୍ବର ୧୦ ପୂର୍ବରୁ ଭାରତ ବାହାରେ ଜନ୍ମ ହୋଇଥିଲେ ମଧ୍ୟ ସେ ଭାରତୀୟ ନାଗରିକ ଭାବେ ଗଣାଯାଇପାରିବେ, ଯଦି ତାଙ୍କ ଜନ୍ମ ସମୟରେ ତାଙ୍କ ବାପା ଭାରତୀୟ ନାଗରିକ ହୋଇଥିବେ। ପଞ୍ଜୀକରଣ ଦ୍ୱାରା ନାଗରିକ ନିୟମାବଳୀ ଅନୁଯାୟୀ ଜଣେ ଭାରତୀୟ ମୂଳ ବାସିନ୍ଦା ପଞ୍ଜୀକରଣ ପାଇଁ ଆବେଦନ କରିବା ପୂର୍ବରୁ ୭ ବର୍ଷ ଭାରତରେ ରହିଥିଲେ ନାଗରିକତ୍ୱ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ସେହିପରି ଭାରତୀୟ ନାଗରିକଙ୍କ ନାବାଳକ ପିଲା ନାଗରିକ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ। ସେହିପରି ଜଣେ ପୂର୍ଣ୍ଣ ବୟସ୍କ ବ୍ୟକ୍ତି, ଯାହାଙ୍କ ମାତାପିତା ଭାରତୀୟ ନାଗରିକ ଭାବେ ପଞ୍ଜୀକୃତ ହୋଇଥିବେ, ସେ ମଧ୍ୟ ନାଗରିକ ଭାବେ ପଞ୍ଜୀକୃତ ହେବା ଲାଗି ଯୋଗ୍ୟ ବିବେଚିତ ହେବେ।
ପୂର୍ଣ୍ଣ ବୟସ ଓ ସାମର୍ଥ୍ୟର ବ୍ୟକ୍ତି ୧୨ ବର୍ଷ ଭାରତରେ ବସବାସ କରିଥିଲେ ନାଗରିକତ୍ୱ ପାଇଁ ସ୍ବୀକୃତି ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ହେବେ। ଶେଷରେ ଯଦି କୌଣସି ନୂଆ ଅଞ୍ଚଳ ଭାରତର ଅଂଶବିଶେଷ ହୁଏ, ଉକ୍ତ ଅଞ୍ଚଳର ଅଧିବାସୀଙ୍କୁ ଭାରତର ଅଧିବାସୀ ଭାବେ ସରକାର ପରିଚିତ କରାଇବେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ସେମାନେ ଭାରତୀୟ ନାଗରିକ ବିବେଚିତ ହେବେ। ଗୋଆ, ଡାମନ ଓ ଡିଉ, ସିକିମ ଏବଂ ବାଂଲାଦେଶର କିଛି ଅଞ୍ଚଳ ଯାହା ୨୦୧୪ରେ ଭାରତର ଅନ୍ତର୍ଭୁକ୍ତ ହୋଇଛି, ସେଠାରୁ ଅଧିବାସୀଙ୍କୁ ଉକ୍ତ ନିୟମରେ ନାଗରିକତ୍ୱ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri