ସିଏଏ, ଏନ୍‌ଆରସିକେ ନେଇ ଉଠୁଛେ ପଡ଼ୁଛେ ଦେଶ୍‌: ନିଜର ମାଟିରେ ଠିକାନା ଖୁଜୁଛନ୍‌ ଲୋକ୍‌

ପର୍ଲା, ୨୯।୧ (ଡି.ଏନ୍‌.ଏ.)-ସିଏଏ ଆର ଏନ୍‌ଆରସିକେ ନେଇ ଏହେଦେ ଦେଶ୍‌ ଉଠୁଛେ ପଡ଼ୁଛେ। ଇଆଡ଼େ ଦେଶ୍‌ ସୁଆଧୀନ ହେବାର ୭୦ ବଛର ବିତିଯାଇଥିଲେ ବି ଲୋକ୍‌ ଜାଗାବାଡ଼ି ଅଭାବୁ ବାରବୁଲା ଜୀବନ୍‌ ବିତଉଛନ୍‌। ଆଏଜ୍‌ ବି ସେମାନେ କେନ୍ଦ୍ର ଆର ରାଏଜ୍‌ ସରକାରକଁର ଜନହିତକର ଯୋଜନାରୁ ବଁଚିତ୍‌। ବଛର ବଛର ହେଲା ସେମାନେ ନିଜର ଠିକାନା ଖୁଜୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ପର୍ଲାରେ।
ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଂଚଲର ବାଞ୍ଛାନିଧି ନାଗ(୪୫)। ପରିବାର କହେଲେ ମାଏକିନା ଗୁଣମତୀ(୪୦), ୫ ଝି’ପୁଷ୍ପାଞ୍ଜଳି(୧୫), ପ୍ରଜ୍ଞାଞ୍ଜଳି(୧୧), ସନ୍ଧ୍ୟାଞ୍ଜଳି(୯), ସ୍ନେହମୟୀ(୬), ଜ୍ୟୋତ୍ସ୍ନାମୟୀ(୪) ଆର ପୁଓ ମହାବାହୁ(୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ଆର ବାରବୁଲା। ଆଏଜ୍‌କେ ୧୨ ବଛର ତଲେ ବାଞ୍ଛା ପର୍ଲା ଗଁାକେ ଆସି ଗୁଟେ ପଡ଼ିଆରେ କୁରିଆଟେ କରି କୁଟୁମ୍‌ବସିଆ ରହିଆସୁଛନ୍‌। ଆଗ୍‌ରୁ ଇ ଗଁାରୁ ସେ ଗଁା ପରିବାର ଧରି ବୁଲୁଥିଲେ। ବାଞ୍ଛା ଟିନ୍‌ରେ ଡବା, ମାନ, ଅଡ଼ା, ଚାଲ୍‌ନି ତିଆର କରି ବିକାଭଂଗା କରି ସେଥ୍‌ରେ ନିଜର କୁଟୁମ୍‌ ପୁଷୁଛନ୍‌। ଏହେଦେ ପର୍ଲାରେ ଝି’ ପ୍ରଜ୍ଞାଞ୍ଜଳି, ସନ୍ଧ୍ୟାଞ୍ଜଳି, ସ୍ନେହମୟୀ ସରକାରୀ ସ୍କୁଲରେ ପଢ଼ୁଥିଲାବେଲେ ଝି’ ଜ୍ୟୋତ୍ସ୍ନାମୟୀ ଆର ପୁଓ ମହାବାହୁ ଅଙ୍ଗଓ୍ବାଡିରେ ପଢ଼ୁଛନ୍‌। ସେନ୍‌ତା ବଡ଼ ଝି’ ପୁଷ୍ପାଞ୍ଜଳି ଆର ମାଏକିନା ଗୁଣମତି କୁଲିମଜୁରି କରବାର ସଂଗେ ବାଞ୍ଛାକୁଁ କଉଲିକ୍‌ ବୁରତିରେ ସାହାଯ୍‌ କରୁଛନ୍‌। ପରିବାରର ଜମିବାଡ଼ି, ଘରଡ଼ିହ ବଲି କିଛି ନଁାଇଁନ। ଏନ୍‌ତାଥି ଥାଇ ଠିକାନା ଆଶ୍‌ରେ ବାଞ୍ଛା ଘରଡ଼ିହ ଖଁଡ଼େ ପାଏବାର ଲାଗି ରାଜସ୍ବ ନିରୀକ୍ଷକଁର ଜରିଆରେ ଧର୍ମଗଡ଼ ତହସିଲଦାରକୁଁ ଆବେଦନ କରିଥିବାର କହିଛନ୍‌। ସେନ୍‌ତା ବାଞ୍ଛାକଁର ପରିବାର ଏହେଦେ ପର୍ଲାରେ ଅନେକ ସରକାରୀ ସୁବିଧା ସୁଯୋଗ ବି ପାଇସାରିଛନ୍‌। ପରିବାରର ସମକର ଆଧାରକର୍ଡ, ଭୋଟ ପରିଚଏପତର, ବ୍ୟାଙ୍କ ପାସବହି ଥିଲାବେଲେ ବାଞ୍ଛା ଭୂମିହୀନ ହିସାବେ କାଳିଆ ଯୋଜନାରେ ୧୦ ହଜାର ଟଁକା ପାଇଥିବାର ଜନାଯାଇଛେ। ଏନ୍‌ତା କି ପରିବାରରଟା ପଁଚେତ୍‌, ବିଧାନସଭା, ଲୋକ୍‌ସଭା ନିରବାଚନ ବେଲେ ଭୋଟ୍‌ ବି ଦେଉଛନ୍‌। ହେଲେ ସରକାରୀ ଯୋଜନାରେ ଡିହ ଆର ଘରଖଁଡ଼େ ମିଲ୍‌ଲେ ଆମର ଥାଇ ଠିକାନା ସଂଗେ କୁଟୁମ୍‌ଟା ବଁଚିପାରତୁଁ ବଲି ବାଞ୍ଛା କହିଛନ୍‌। ଇ ବାବ୍‌ଦେ ପର୍ଲା ରାଜସ୍ବ ନିରୀକ୍ଷକ ରତିନ୍ଦ୍ର ନିଆଲକୁଁ ପଚ୍‌ରାଲାରୁ ନିହାତି ଭାବେ ତାହାକୁ ଘରଡିହ ଯୁଗେଇ ଦିଆଯିବା ବଲି ସେ କହିଛନ୍‌। ସେନ୍‌ତା ଇ ବାବ୍‌ଦେ ଧର୍ମଗଡ଼ ବିଡିଓ ଗୋପାଳକୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ନିହାତି ଭାବେ ତାହାକୁ ଆବାସ ଯୋଜନାରେ ସାମିଲ କରି ଘର ଯୁଗେଇ ଦିଆଯିବା ବଲି କହିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ତହସିଲଦାର ଚିନ୍ମୟ କୁମାର ନାୟକକୁଁ ପଚ୍‌ରାଲାରୁ ସରକାରୀ ଯୋଜନାରେ ବାଞ୍ଛାକୁଁ ଘରଡ଼ିହ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri