ସାମାଜିକ ଦୂରତା ନିୟମ କଡ଼ାକଡ଼ି

ଢେଙ୍କାନାଳ ଅଫିସ, ୮।୪ – ସାମାଜିକ ଦୂରତ୍ୱ ନିୟମକୁ ଅଧିକ କଡ଼ାକଡ଼ି କରିଛି ଢେଙ୍କାନାଳ ଜିଲା ପ୍ରଶାସନ। ଏଣିକି ସହରରେ କେବଳ ସକାଳ ବେଳା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଏଥିଲାଗି ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ଯାଏ ସମୟ ଧାର୍ଯ୍ୟ କରାଯାଇଥିବା ପୌରସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଔଷଧ ଦୋକାନକୁ ଏଥିରୁ ବାଦ୍‌ ଦିଆଯାଇଛି। ଔଷଧ ଦୋକାନ ସବୁ ସମୟରେ ଖୋଲା ରହିପାରିବ। ଏ ନେଇ ଡାକବାଜି ଯନ୍ତ୍ର ସହାୟତାରେ ଜନସାଧାରଣଙ୍କୁ ଅବଗତ କରାଯାଇଛି। ପୂର୍ବରୁ ବୁଧବାର ଏବଂ ରବିବାର ଅପରାହ୍ନରେ ଦୋକାନ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ମଙ୍ଗଳବାର ଏହାକୁ ରଦ୍ଦ କରାଯାଇଛି। ସେହିପରି ରଥଗଡ଼ାସ୍ଥିତ ସମସ୍ତ ପରିବା ଏବଂ ଆମିଷ ଦୋକାନକୁ ଜଗନ୍ନାଥରୋଡସ୍ଥିତ ପୋତାପୋଖରୀ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ବ୍ୟବସାୟୀମାନେ ଏହାକୁ ଅମାନ୍ୟ କଲେ ଦୋକାନ ସିଲ କରିଦିଆଯିବ ବୋଲି ପୌରସଂସ୍ଥା ପକ୍ଷରୁ ତାଗିଦ୍‌ କରାଯାଇଛି। ସାମାଜିକ ଦୂରତା ରକ୍ଷାରେ ସହଯୋଗ ନ କଲେ ବ୍ୟବସାୟୀଙ୍କ ଦୋକାନ ସିଲ୍‌ କରାଯିବ। ତାଙ୍କର ଟ୍ରେଡ୍‌ ଲାଇସେନ୍ସ ରଦ୍ଦ କରାଯିବ। ଏଥିସହ ଆପରାଧିକ ମାମଲା ରୁଜୁ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି।
ସେହିପରି ସହରରେ ଦୁଇଚକିଆ ଯାନ ଚଳାଚଳ ନିଷେଧ କରାଯାଇଛି। ମଙ୍ଗଳବାର ଟାଉନ ଥାନା ପୋଲିସ ବାଇକ୍‌ ଆରୋହୀଙ୍କୁ ଏ ନେଇ ସଚେତନ କରାଇଥିଲା। ଏଥିସହ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯିବା ସହ ୮ବାଇକ ଜବତ କରାଯାଇଛି। ଏଥିସହିତ ୧୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବାଇକ୍‌ ଆରୋହୀଙ୍କ ଉପରେ ଏପରି କଟକଣାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଇକ୍‌ ଆରୋହୀମାନେ ଯୁକ୍ତିତର୍କ କରୁଥିବାବେଳେ ସେମାନଙ୍କୁ ବୁଝାଶୁଝା କରି ପୋଲିସ ପଠାଇ ଦେଇଥିଲା। ଏସ୍‌ପିଙ୍କ ଅନୁପମା ଜେମ୍‌ସଙ୍କ ନିର୍ଦ୍ଦେଶରେ ଲକ୍‌ଡାଉନ୍‌କୁ ସଫଳ କରିବାକୁ ପାଟ୍ରୋଲିଂ ଚାଲିଥିବା ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?