Posted inଜାତୀୟ

ସାଟେଲାଇଟ୍‌ ଫଟୋରେ ଭୂସ୍ଖଳନର ଭୟାବହ ଚିତ୍ର

ନୂଆଦିଲ୍ଲୀ,୨ା୮:ଭାରତୀୟ ସାଟେଲାଇଟ୍‌ର ହାଇରିଜଲ୍ୟୁଶନ ଫଟୋରୁ ଓ୍ବାୟନାଡ୍‌ ଭୂସ୍ଖଳନର ବ୍ୟାପକ ଧ୍ୱଂସଲୀଳା ସାମ୍‌ନାକୁ ଆସିଛି। ପ୍ରାୟ ୮୬,୦୦୦ ବର୍ଗମିଟର ଜମି ଧସିଯାଇଥିବାବେଳେ ଇରୁବାଇଫୁଝା ନଦୀର ଉଭୟ ପାର୍ଶ୍ୱରେ ୮ କିଲୋମିଟର ପର୍ଯ୍ୟନ୍ତ ମାଟି, ପଥର ଓ ଭଗ୍ନାବଶେଷ ମାଡ଼ିଯାଇଥିବା ଭସ୍ଖଳନର ପୂର୍ବ ଓ ପରବର୍ତ୍ତୀ ସାଟେଲାଇଟ୍‌ ଇମେଜରୁ ଜଣାପଡ଼ିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ରିପୋର୍ଟରେ ଉକ୍ତ ସ୍ଥାନର ପୁରୁଣା ଓ ବର୍ତ୍ତମାନର ଭୂସ୍ଖଳନର ପ୍ରମାଣ ଦିଆଯାଇ ଏହାର ଭୟାବହତା ଦର୍ଶାଯାଇଛି। ଇସ୍ରୋର ହାଇଦ୍ରାବାଦସ୍ଥିତ ନ୍ୟାଶନାଲ ରିମୋଟ୍‌ ସେନ୍ସିଂ ସେଣ୍ଟର ମୁତୟନ କରିଥିବା ହାଇରିଜଲ୍ୟୁଶନ କାର୍ଟୋସାଟ୍‌-୩ ଅପ୍ଟିକାଲ ସାଟେଲାଇଟ୍‌ ଏବଂ ରିସାଟ୍‌ ସାଟେଲାଇଟ୍‌ ବାଦଲ ମଧ୍ୟଦେଇ ଓ୍ବାୟନାଡ୍‌ ଭୂକମ୍ପ ଅଞ୍ଚଳକୁ ଦେଖିବାରେ ସମର୍ଥ ହୋଇଛି। ସମୁଦ୍ର ପତ୍ତନଠାରୁ ୧,୫୫୦ ମିଟର ଉଚ୍ଚରେ ଭୂସ୍ଖଳନର ଉତ୍ପତ୍ତି ସ୍ଥଳ ଥିଲା ବୋଲି ଇସ୍ରୋ କହିଛି। ଓ୍ବାୟନାଡ୍‌ର ଉକ୍ତ ଅଞ୍ଚଳରେ ପୂର୍ବରୁ ଭୂସ୍ଖଳନ ହୋଇଥିବା ସାଟେଲାଇଟ୍‌ ଚିତ୍ରରୁ ପ୍ରମାଣିତ ହୋଇଛି। ୨୦୨୩ରେ ଇସ୍ରୋ ପ୍ରସ୍ତୁତ କରିଥିବା ‘ଲ୍ୟାଣ୍ଡସ୍ଲାଇଡ୍‌ ଆଟଲାସ୍‌ ଅଫ୍‌ ଇଣ୍ଡିଆ’ରେ ଓ୍ବାୟନାଡ୍‌ ଅଞ୍ଚଳରେ ଭୂସ୍ଖଳନ ଭୟ ରହିଥିବା ଉଲ୍ଲେଖ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri