Categories: ଖେଳ

ସାଜିଦଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତିମିଆଦ ବୃଦ୍ଧି

ଭୁବନେଶ୍ୱର, ୩୧।୩(କ୍ରୀଡ଼ା ପ୍ରତିନିଧି)-
ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଭୁବନେଶ୍ୱର ଭିତ୍ତିକ କ୍ଲବ ଓଡ଼ିଶା ଏଫସି ଡିଫେଣ୍ଡର ମହମ୍ମଦ ସାଜିଦ ଧୁତ୍‌ଙ୍କ ସହ ଚୁକ୍ତି ମିଆଦ ବୃଦ୍ଧି କରିଛି। ୨୨ ବର୍ଷୀୟ ସାଜିଦ କ୍ଲବ ସହ ୨୦୨୨ ପର୍ଯ୍ୟନ୍ତ ରହିବେ ବୋଲି ସୋମବାର ଓଡ଼ିଶା ଏଫସି ପକ୍ଷରୁ ପ୍ରକାଶ କରାଯାଇଛି। ” ସାଜିଦ ଜଣେ ବିଚକ୍ଷଣ ଯୁବ ପ୍ରତିଭା । ସେ କଠିନ ପରିଶ୍ରମ ସହ କ୍ଲବ ପାଇଁ ଉତ୍ସର୍ଗୀକୃତ ଭାବେ ଖେଳିଛନ୍ତି। ଓଡ଼ିଶା ଏଫସି ପକ୍ଷରୁ ଖେଳ ଜାରିରଖି ସେ ଉନ୍ନତି କରିଛନ୍ତି ଏବଂ ଆଗାମୀ ଦିନରେ ତାଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଆସିବା ବାକି ରହିଛି। ତାଙ୍କ ସହ ଚୁକ୍ତି ମିଆଦ ବୃଦ୍ଧି କରି ଆମେ ଖୁସି ଏବଂ ଭବିଷ୍ୟତ ପାଇଁ ଶୁଭେଚ୍ଛା“ ବୋଲି କ୍ଲବ ସଭାପତି ରୋହନ ଶର୍ମା ପ୍ରକାଶ କରିଛନ୍ତି। ଚୁକ୍ତି ସମୟ ବୃଦ୍ଧିରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ସାଜିଦ। ଓଡ଼ିଶା ଏଫସି ସହିତ ଚୁକ୍ତିର ନବୀକରଣ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। କ୍ଲବ ସହିତ ଯୋଗଦେବା ପରଠାରୁ ମୁଁ ଅନେକ କିଛି ଶିଖିବାକୁ ପାଇଛି। ମୋତେ ସମର୍ଥନ କରିଥିବାରୁ ଏବଂ ଭଲପାଇବା ଜାରି ରଖିଥିବାରୁ କ୍ଲବର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ୟଗ୍ର“ ବୋଲି ସାଜିଦ କହିଛନ୍ତି।

Share