Categories: ଖେଳ

ସାଉଥ୍‌ ଏସିଆନ୍‌ ଗେମ୍ସ ମେଡାଲିଷ୍ଟଙ୍କୁ ଆର୍ଥିକ ପୁରସ୍କାର

ନୂଆଦିଲ୍ଲୀ,୧୨।୧୨(ପି.ଟି.)- ନେପାଳ ରାଜଧାନୀ କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ସାଉଥ୍‌ ଏସିଆନ ଗେମ୍ସରେ ପଦକ ହାସଲ କରିଥିବା ଆଥଲେଟମାନଙ୍କୁ ଆର୍ଥିକ ପୁରସ୍କାର ଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଛନ୍ତି। ଏଥିରେ କ୍ରମାଗତ ୧୩ଥର ପାଇଁ ଭାରତ ସର୍ବାଧିକ ପଦକ ହାସଲ କରି ଶୀର୍ଷରେ ରହିଛି। ୧୭୪ ସ୍ବର୍ଣ୍ଣ, ୯୩ ରୌପ୍ୟ ଓ ୪୫ ବ୍ରୋଞ୍ଜ୍‌ ପଦକ ସହ ଭାରତ ମୋଟ ୩୧୨ଟି ପଦକ ହାସଲ କରିଥିଲା। ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଦେଢ଼ ଲକ୍ଷ, ରୌପ୍ୟ ପଦକ ହାସଲ କରିଥିବା ଆଥଲେଟଙ୍କୁ ୧ ଲକ୍ଷ ଓ ବ୍ରୋଞ୍ଜ୍‌ ଜିତିଥିବା ଆଥଲେଟଙ୍କୁ ୫୦,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ତେବେ ବାଂଲାଦେଶ ତା’ର ସ୍ବର୍ଣ୍ଣ ବିଜୟୀ ଆଥଲେଟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା।

Share