Categories: ଖେଳ

ସାଇନାଙ୍କ ଅଭିଯାନ ଶେଷ

ବାସେଲ(ସୁଇଜରଲାଣ୍ଡ),୨୩।୮(ପି.ଟି.): ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିୟନଶିପର ପ୍ରି-କ୍ୱାର୍ଟର ଫାଇନାଲରେ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ୩ ଗେମ୍‌ ବିଶିଷ୍ଟ ମ୍ୟାଚ୍‌ରେ ସାଇନାଙ୍କୁ ୧୨ତମ ସିଡ୍‌ ମିଆ ବ୍ଲିଚ୍‌ଫିଲ୍ଡ ପରାସ୍ତ କରିଛନ୍ତି। ୮ମ ସିଡ୍‌ ଭାରତୀୟ ଶଟଲର ୨୧-୧୫, ୨୫-୨୭, ୧୨-୨୧ ଗେମ୍‌ରେ ମ୍ୟାଚ୍‌ ହାରିଛନ୍ତି। ଏହି ମାରାଥନ ମ୍ୟାଚ୍‌ ଏକ ଘଣ୍ଟା ୧୨ ମିନିଟ ଧରି ଚାଲିଥିଲା। ପୂର୍ବରୁ ସାଇନା ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ତାରକା ଖେଳାଳି ପି. ଭି. ସିନ୍ଧୁ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Share