ସହିଷ୍ଣୁତାରେ ବିଶ୍ୱଶାନ୍ତି ସମ୍ଭବ

ଜାତିସଂଘ: ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ପାଳନ କରାଯାଉଛି। ବିଶ୍ୱରେ ଅସହିଷ୍ଣୁତାର କାୟାବିସ୍ତାର କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜାତିସଂଘ ସାଧାରଣ ପରିଷଦ ୧୯୯୬ରେ ବିଶ୍ୱରେ ଅସହିଷ୍ଣୁତାର ବିପଦ ସମ୍ପର୍କରେ ସାର୍ବଜନୀନ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ‘ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ଘୋଷଣା’ କରିଥିଲା। ଏହି ବର୍ଷ ୟୁନେସ୍କୋ ମହାମତ୍ା ଗାନ୍ଧୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ସହିଷ୍ଣୁତା ସହ ଅହିଂସାର ମହତ୍ତ୍ୱକୁ ପ୍ରତିପାଦନ କରିବା ଲାଗି‘ମଦନଜିତ ସିଂ ପୁରସ୍କାର’ସ୍ଥାପନ କରିଥିଲା। ଏହି ପୁରସ୍କାର ବିଜ୍ଞାନ, କଳା,ସଂସ୍କୃତି ଓ ସଂଚାର କ୍ଷେତ୍ରରେ ସହିଷ୍ଣୁତା ଓ ଅହିଂସାକୁ ପ୍ରଧାନ୍ୟ ଦେବା ଉଦ୍ଦେଶ୍ୟରେ କରାଯାଉଥିବା କାର୍ଯ୍ୟ ପାଇଁ ପ୍ରଦାନ କରାଯାଉଛି। ପ୍ରତି ଦୁଇବର୍ଷରେ ଏହା ପ୍ରଦାନ କରାଯାଉଛି। କାନାଡାର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ସୋସିଆଲ ଏଣ୍ଟରପ୍ରିନ୍ୟୁୟର ମାନନ୍‌ ବାର୍‌ବ୍ୟୁ ଓ କେନିଆରେ ମହିଳାଙ୍କ ଉପରେ ହେଉଥିବା ହିଂସାକୁ ସମାପ୍ତ କରିବା ପାଇଁ କାର୍ଯ୍ୟ କରୁଥିବା ‘କୋ-ଏକ୍ଜିଷ୍ଟ୍‌ ଇନ୍‌ସିଏଟିଭ୍‌’ନାମକ ସଂସ୍ଥାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। କେନିଆରେ ସୌହାଦ୍ଦର୍‌ୟପୂର୍ଣ୍ଣ ସହାବସ୍ଥାନ ବଜାୟ ରଖିବା ତଥା ବିଶ୍ୱରେ ଶାନ୍ତି ଓ ସମନ୍ବୟ ପ୍ରତିଷ୍ଠା କରିବା ପାଇଁ ସହନଶୀଳ ହେବାର ଆବଶ୍ୟକତା ଉପରେ ଲୋକମାନଙ୍କୁ ସଚେତନ କରିବା ଉକ୍ତ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୈଶ୍ୱିକ ସହିଷ୍ଣୁତାର ମହତ୍ତ୍ୱ ଓ ଅସହିଷ୍ଣୁତାର କୁପ୍ରଭାବ ଉପରେ ଲୋକମାନଙ୍କୁ ମଧ୍ୟ ଅବଗତ କରାଯାଏ। ଏହି ଅବସରରେ ବିଶ୍ୱରେ ଅନ୍ୟାୟ, ପକ୍ଷପାତପୂର୍ଣ୍ଣ ଭେଦଭାବ ଓ ଅତ୍ୟାଚାର ଏବଂ ଏହାର ସମାଜ ଉପରେ ଥିବା କୁପ୍ରଭାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ କରାଯାଇଥାଏ। ପୃଥିବୀରେ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ପ୍ରଦାୟିକ , ଜାତିଗତ ଅସହିଷ୍ଣୁତା ଏକ ସମସ୍ୟା ରୂପେ ଉଭା ହୋଇଛି। ସିରିଆ, ନାଇଜେରିଆ, ଇରାକରେ ଏହାକୁ ଭିତ୍ତିକରି ଗୋଷ୍ଠୀଗତ ହିଂସା ବ୍ୟାପୁଛି। ଏହାକୁ କିପରି ହ୍ରାସ କରାଯାଇପାରିବ ସେଥିପାଇଁ ଲୋକମାନଙ୍କ ଜୀବନରେ ସକାରାମତ୍କ ପରିବର୍ତ୍ତନ ଆଣିବା ପାଇଁ ଏକ ଉପଯୋଗୀ ପରିବେଶ ସୃଷ୍ଟି କରିବାରେ ଏହି ଦିବସର ଭୂମିକା ରହିଛି। ଏଥିପାଇଁ ୨୦୧୮ରେ ଦୁବାଇ(ୟୁଏଇ)ରେ ପ୍ରଥମ ବିଶ୍ୱ ସହିଷ୍ଣୁତା ସମ୍ମିଳନୀ(ଡବ୍ଲ୍ୟୁଟିଏସ୍‌) ଅୟୋଜନ କରାଯାଇଥିଲା। ସହିଷ୍ଣୁତା, ଶାନ୍ତି, ସମାନତା ଉପରେ ଏହି ସମ୍ମିଳନୀରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। ହିଂସା ପରିହାର କରି ସହିଷ୍ଣୁତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ଗୁରୁତ୍ୱ ଦେବା ଏହି ସମ୍ମିଳନୀର ଲକ୍ଷ୍ୟ। ଚଳିତ ବର୍ଷ ମଧ୍ୟ ଏହି ସମ୍ମିଳନୀ ଦୁବାଇରେ ଅନୁଷ୍ଠିତ ହୋଇଛି। ଏଥିରେ ବିଶ୍ୱର ପ୍ରାୟ ୧୦୦ଟି ଦେଶରୁ ୩୦୦୦ରୁ ଊର୍ଦ୍ଧ୍ୱ ପଦାଧିକାରୀ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ୨୦୧୯ ପାଇଁ ‘ବହୁ ସଂସ୍କୃତିବାଦରେ ସହିଷ୍ଣୁତା: ଏକ ସହିଷ୍ଣୁ ଦୁନିଆରେ ସାମାଜିକ, ଆର୍ଥିକ ଓ ମାନବୀୟ ଲାଭ ପ୍ରାପ୍ତ କରିବା’ ସ୍ଲୋଗାନ୍‌ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?