ସହାୟକ ହୋଇପାରେ ୟୁଭି ଲ୍ୟାମ୍ପ୍‌

ନ୍ୟୁୟର୍କ,୧୧ା୫: ବିପଜ୍ଜନକ ଭାଇରସ୍‌କୁ ମାରିବା ପାଇଁ ଷ୍ଟେଶନ, ଉଡ଼ାଜାହାଜ ଓ ସ୍କୁଲଗୁଡ଼ିକରେ ଏକ ନୂଆ ପ୍ରକାର ଅତିବାଇଗଣି (ୟୁଭି) ଲ୍ୟାମ୍ପ୍‌ ବ୍ୟହବାର କରାଯାଇପାରିବ, ଯାହାକି କୋଭିଡ୍‌-୧୯ ବିରୋଧୀ ଲଢ଼େଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। କଲମ୍ବିଆ ୟୁନିଭର୍ସିଟିର ଗବେଷକମାନେ ଦୀର୍ଘବର୍ଷ ହେଲା ଏଭଳି ଲ୍ୟାମ୍ପର ବ୍ୟବହାର ଉପରେ ଗବେଷଣା ଚଳାଇଛନ୍ତି। ସେମାନଙ୍କ ଉଦ୍ୟମର ମୂଲ୍ୟ ବର୍ତ୍ତମାନ ମହାମାରୀ ସମୟରେ ମିଳିପାରେ।
ବୀଜାଣୁ, ଭୂତାଣୁ ଓ ଫିମ୍ପି ନଷ୍ଟ କରିବା ପାଇଁ ହସ୍ପିଟାଲ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୟୁଭିସି(ଅତିବାଇଗଣି ବୀଜାଣୁନାଶକ ବିକିରଣ, ଯାହାର ଓ୍ବେଭ୍‌ଲେନ୍‌ଥ ବା ତରଙ୍ଗ ଦୈର୍ଘ୍ୟ ୨୦୦ରୁ ୨୮୦ ନାନୋମିଟର ମଧ୍ୟରେ ରହିଥାଏ) ଲ୍ୟାମ୍ପ୍‌ ବହୁ ପୂର୍ବରୁ ବ୍ୟବହୃତ ହୋଇଆସୁଛି। ତେଣୁ ଏହି ପ୍ରଯୁକ୍ତିବିଦ୍ୟା ବର୍ତ୍ତମାନ ସମୟରେ ଗୁରୁତ୍ୱବହନ କରୁଛି। କିନ୍ତୁ ୟୁଭିସି ଲ୍ୟାମ୍ପ୍‌ର ରଶ୍ମି ବିପଜ୍ଜନକ, ଯାହା ଚର୍ମ କର୍କଟ ଏବଂ ଚକ୍ଷୁ ସମସ୍ୟା ସୃଷ୍ଟି କରିଥାଏ। କେହି ଉପସ୍ଥିତ ନ ଥିବା ସମୟରେ ଏହାକୁ ବ୍ୟବହାର କରାଯାଇପାରିବ। ଚାଇନାକୁ ଅନୁସରଣ କରି ନ୍ୟୁୟର୍କ ମେଟ୍ରୋ ଷ୍ଟେଶନରେ ୟୁଭି ଲ୍ୟାମ୍ପ୍‌ ବ୍ୟବହାର କରିବାକୁ ଯୋଜନା କରାଯାଇଛି। ଫଳରେ ଟ୍ରେନଗୁଡ଼ିକୁ ଭୂତାଣୁମୁକ୍ତ କରାଯାଇପାରିବ। କିନ୍ତୁ ଏହି କାର୍ଯ୍ୟ କେବଳ ରାତିରେ ବନ୍ଦ ସମୟରେ କରାଯିବାକୁ ଯୋଜନା ରହିଛି।
କଲମ୍ବିଆର ସେଣ୍ଟର ଫର୍‌ ରେଡିଓଲୋଜିକାଲ ରିସର୍ଚ୍ଚ ଟିମ୍‌ ‘ଫାର୍‌-ୟୁଭିସି’କୁ ନେଇ ପରୀକ୍ଷଣ କରୁଛନ୍ତି, ଯାହାର ତରଙ୍ଗ ଦୈର୍ଘ୍ୟ ହେଉଛି ୨୨୨ ନାନୋମିଟର। ଏହା ମଣିଷ ପାଇଁ ନିରାପଦ ହେବ ଏବଂ ଭୂତାଣୁ ଲାଗି ଘାତକ ସାଜିବ। ସେହି ଫ୍ରିକ୍ୟୁଏନ୍ସିର ରଶ୍ମି ଚର୍ମ ଓ ଆଖି ପୃଷ୍ଠରେ ପ୍ରବେଶ କରିପାରିବ ନାହିଁ ବୋଲି ଏହି ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡାଭିଡ୍‌ ବ୍ରେନେର ବିଶ୍ୱସ୍ତରୀୟ ନ୍ୟୁଜ୍‌ ଏଜେନ୍ସି ‘ଏଏଫ୍‌ପି’କୁ କହିଛନ୍ତି। ଏହାର ଅର୍ଥ ହେଲା ଉକ୍ତ ୟୁଭିସି ଲ୍ୟାମ୍ପ ବନ୍ଦ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟବହୃତ ହୋଇପାରେ, ଯେଉଁଠାରେ ସଂକ୍ରମଣର ବିପଦ ଅଧିକ ରହିଥାଏ।
୨୦୧୩ରେ କଲମ୍ବିଆ ଟିମ୍‌ ଔଷଧ ପ୍ରତିରୋଧକ ଜୀବାଣୁ ଉପରେ ‘ଫାର୍‌- ୟୁଭିସି’ର ପ୍ରଭାବ ସମ୍ପର୍କରେ ଅଧ୍ୟୟନ ଆରମ୍ଭ କରିଥିଲେ। ଏହାପରେ ସେମାନେ ଫ୍ଲୁ ଭାଇରସ୍‌ ସମେତ କେତେକ ଭୂତାଣୁ ବିରୋଧରେ ଏହି ରଶ୍ମି ବ୍ୟବହାର କରି ପରୀକ୍ଷା କରିଥିଲେ। ବର୍ତ୍ତମାନ ସେମାନେ କରୋନା ଭାଇରସ୍‌ ପ୍ରତି ଧ୍ୟାନକେନ୍ଦ୍ରିତ କରିଛନ୍ତି। ବ୍ରେନେର କହିଛନ୍ତି ଯେ, ମହା ସଂକ୍ରାମକ କରୋନା ଭାଇରସ୍‌ ଉପରେ ୟୁଭିସିର ପ୍ରଭାବ ପରୀକ୍ଷା କରିବାକୁ ତାଙ୍କ ଟିମ୍‌ ଉପକରଣ ଧରି କଲମ୍ବିଆର ଏକ ଉଚ୍ଚ ସୁରକ୍ଷିତ ବାୟୋ ଲାବରେଟୋରିକୁ ଯାଇଥିଲା। ପ୍ରାୟ ୪ ସପ୍ତାହ ତଳୁ ପରୀକ୍ଷଣ ଆରମ୍ଭ ହୋଇଥିବାବେଳେ ୟୁଭିସି ରଶ୍ମି କିଛି ମିନିଟ୍‌ ମଧ୍ୟରେ ପୃଷ୍ଠଭାଗର ଭାଇରସ୍‌କୁ ନଷ୍ଟ କରିଦେଉଛି ବୋଲି ବ୍ରେନେର କହିଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କ ଦ୍ୱାରା ବାୟୁ ପ୍ରଭାବିତ ହେଉଛି। ତେଣୁ କଲମ୍ବିଆ ଟିମ୍‌ ବାୟୁରେ ଥିବା ଭୂତାଣୁ ଉପରେ ଏହି ରଶ୍ମି ପରୀକ୍ଷା କରିବାକୁ ଯୋଜନା କରିଛି।
ଏହି ରଶ୍ମି ମାନବ ପାଇଁ କ୍ଷତିକାରକ ନୁହେଁ ବୋଲି ନିଶ୍ଚିତ କରିବାକୁ ପରୀକ୍ଷା ଚାଲିଛି। ଏଥିପାଇଁ ୪୦ ସପ୍ତାହ ହେଲା ଲାବ୍‌ରେ ମୂଷାମାନଙ୍କ ଉପରେ ‘ଫାର୍‌-ୟୁଭିସି’ ରଶ୍ମିର ପ୍ରଭାବ ପରୀକ୍ଷଣ କରାଯାଉଛି। ମଣିଷ ଉପରେ ଯେଉଁ ତୀବ୍ରତାର ରଶ୍ମି ବ୍ୟବହାର କରାଯିବାକୁ ଚିନ୍ତା କରାଯାଉଛି, ତାହାର ୨୦ଗୁଣ ଅଧିକ ତୀବ୍ର ରଶ୍ମି ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଛି। ତାହା ମଧ୍ୟ ଦିନକୁ ୮ ଘଣ୍ଟା ଏବଂ ସପ୍ତାହରେ ୫ ଦିନ। ଏହି ପ୍ରୟୋଗରୁ ଉକ୍ତ ମୂଷାମାନଙ୍କ ଆଖି ଓ ଚର୍ମରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା। ସେମାନେ ଖୁସି ଥିବା ଦେଖିଥିଲୁ। ଏହି ପରୀକ୍ଷାନିରୀକ୍ଷା ଆଉ ୨୦ ସପ୍ତାହ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଛି ବୋଲି ବ୍ରେନେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ନିର୍ବନ୍ଧ ପୂର୍ବରୁ ହଠାତ୍‌ ଫେରାର୍‌ ହୋଇଗଲେ ମାଆ, ହ଼୍ବାଟସଆପ୍‌ ଷ୍ଟାଟସ୍‌ ଦେଖି ସ୍ୱାମୀ କାବା!

ମୁମ୍ୱାଇ,୧୦।୬: ଝିଅର ନିର୍ବନ୍ଧକୁ ଥିଲା ଆଉ ମାତ୍ର ୫ ଦିନ। ପ୍ରସ୍ତୁତିରେ ଲାଗିପଡ଼ିଥିଲା ପୂରା ପରିବାର। ନିର୍ବନ୍ଧ ପାଇଁ ସମ୍ପର୍କୀୟମାନେ ବି ଘରକୁ ଆସୁଥାନ୍ତି। ସେପଟେ ଚାଲିଥାଏ…

ODI ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର: ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଜୁନ ୧୩ରୁ ଆରମ୍ଭ ହେବାକୁ ଯାଉଛି। ତଥାପି, ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ…

ଚମକାଇଲା ଆଜିର ନୂଆ ତେଲଦର! ଟାଙ୍କି ଫୁଲ୍‌ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୦।୬: ବୁଧବାର, ୧୦ ଜୁନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଥିଲେ ମଧ୍ୟ, ସାମ୍ପ୍ରତିକ ଦିନଗୁଡ଼ିକରେ ହୋଇଥିବା ପ୍ରବଳ ବୃଦ୍ଧି ସାଧାରଣ ଜନତାଙ୍କ ଅଣ୍ଟା…

ଅଧିନାୟକ ପଦ ଛାଡି କ୍ରିକେଟରୁ ବିଦାୟ ଦେବେ ବେନ ଷ୍ଟୋକ୍ସ! ନାଇଟ କ୍ଲବ ଘଟଣା ପରେ କ୍ରିକେଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ନୂଆଦିଲ୍ଲୀ,୧୦।୬: କ୍ରିକେଟ ଇତିହାସର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ ବେନ ଷ୍ଟୋକ୍ସ ଖୁବ ଶୀଘ୍ର ତାଙ୍କର ଅବସର ଘୋଷଣା କରିପାରନ୍ତି। ରିପୋର୍ଟ ଅନୁସାରେ ଷ୍ଟୋକ୍ସ ଟେଷ୍ଟ ଅଧିନାୟକ…

ପ୍ରତିବର୍ଷ ଜଣ୍ଡିସ ବ୍ୟାପୁଛି: ନିୟମିତ ଯାଞ୍ଚ ହେଉନାହିଁ ପାଣି ପାଇପ ଲାଇନ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ରାଜ୍ୟର ସମସ୍ତ ଘରକୁ ସରକାର ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି। ଉକ୍ତ ଲକ୍ଷ୍ୟକୁ ରଖି ରାଜ୍ୟରେ ଅନେକ ବଡ ବଡ…

ନିଶାସେବନରେ ଝଡି ଯାଉଛି ଅମୂଲ୍ୟ ଜୀବନ, ମୁକ୍ତି ପାଇଁ ପଞ୍ଚାୟତ ପକ୍ଷରୁ…

ମହାକାଳପଡ଼ା,୧୦ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନିଶାପାନ କରି ଯୁବ ସମାଜ ପଥଭ୍ରଷ୍ଟ। ଏହାକୁ ଦୃଢ଼ ଭାବେ ବିରୋଧ ସହ ସମାଜ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ମଙ୍ଗଳବାର…

୩୫ ଚୌକା, ୯ ଛକା ସହ ୨୧୦ ରନର ଏକ ଇନିଂସ… ବୈଭବ ସୂର୍ଯ୍ୟବଂଶୀ ନୁହେଁ ଗର୍ଜିଲା ତାଙ୍କ ବନ୍ଧୁଙ୍କ ବ୍ୟାଟ

ନୂଆଦିଲ୍ଲୀ,୧୦।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ତାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା କେବଳ ଲୋକଲୋଚନକୁ ଆସି ନଥିଲେ ବରଂ ଭାରତୀୟ ଜାତୀୟ ଦଳରେ…

୧୨ରେ ଇଡି ଅଫିସରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଝିଅ, ଜାଣନ୍ତୁ କାହିଁକି…

କୋଚି,୧୦ା୬: ଏକ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଝିଅ ବୀଣା ଟି ଏବଂ କୋଚି ମିନେରାଲ୍‌ସ ଆଣ୍ଡ ରୁଟିଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri