ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୌଣସି ସ୍ଥାନରେ ନାହିଁ ଡଷ୍ଟବିନ୍‌

ନୟାଗଡ଼ ଅଫିସ,୨୦ା୧୨: ନୟାଗଡ଼ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସହରର ବିଭିନ୍ନ ସ୍ଥାନରେ ପୂର୍ବରୁ ଡଷ୍ଟବିନ୍‌ ଥିବାବେଳେ ବର୍ତ୍ତମାନ ଏହାକୁ କାଢ଼ିନିଆଯାଇଛି। ଏ ନେଇ ପୌରପାଳିକା ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଗଦା ହୋଇରହିଛି। ସହରର ୧୭ନଂ. ୱାର୍ଡ଼ ଗଳିକନ୍ଦିରେ ମଧ୍ୟ ସମାନ ଅବସ୍ଥା। ପୂର୍ବରୁ ବିଭିନ୍ନ ୱାର୍ଡ଼ରେ ଡଷ୍ଟବିନ୍‌ ରଖାଯାଇଥିବା ବେଳେ ବର୍ତ୍ତମାନ ଏହା ନ ଥିବାରୁ ଲୋକମାନେ ରାସ୍ତାରେ ଅଳିଆ ପକାଉଛନ୍ତି। ଅନ୍ୟପଟେ ଲକ୍ଷାଧିକ ଟଙ୍କାରେ କିଣା ହୋଇଥିବା ଡଷ୍ଟବିନ୍‌ କାହା ସ୍ବାର୍ଥରେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। କିନ୍ତୁ ଚୋରିହୋଇ ଯାଉଥିବାରୁ ଏହାକୁ ନେଇ କାର୍ଯ୍ୟାଳୟରେ ରଖାଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଫେବୃୟାରୀ ୨୦୧୮ରେ ପୌରପାଳିକା ପକ୍ଷରୁ ବୈଠକ କରାଯାଇ ସହରକୁ ସ୍ବଚ୍ଛ ରଖିବା ପାଇଁ ପ୍ରତି ୱାର୍ଡ଼ରେ ନୀଳ ଓ ସବୁଜ ରଙ୍ଗର ଡଷ୍ଟବିନ୍‌ ରଖିବା ପାଇଁ ଯୋଜନା ହୋଇଥିଲା। ସେହଭିଳି ସହରକୁ ଅଳିଆମୁକ୍ତ କରିବା ପାଇଁ ବିଭିନ୍ନ ଦୋକାନ ଆଗରେ ମଧ୍ୟ ଦୁଇଟି ଡଷ୍ଟବିନ୍‌ ରଖାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ପରେ ଟେଣ୍ଡର କରାଯାଇ ଡଷ୍ଟବିନ୍‌ କିଣାଯାଇଥିଲା। ହେଲେ କିଛିମାସ ପରେ ବିଭିନ୍ନ ସ୍ଥାନରେ ଥିବା ଡଷ୍ଟବିନ୍‌ ଉଠାଇ ନିଆଯାଇଥିଲା। ଫଳରେ ପୂର୍ବଭଳି ବର୍ତ୍ତମାନ ଅଳିଆ ଗଦାହୋଇ ରହୁଛି। କେତେକ ସ୍ଥାନରେ କର୍ମଚାରୀମାନେ ସକାଳେ ଯାଇ ଅଳିଆ ଉଠାଉଥିବା ବେଳେ ଆଉ କିଛି ସ୍ଥାନରେ ମଧ୍ୟାହ୍ନ ୧୨ଟା ଯାଏ ଗଦା ହୋଇ ରହୁଛି। ଫଳରେ ଉକ୍ତ ସ୍ଥାନ ଦେଇ ଯାତାୟାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ନୟାଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ କୌଣସି ମତ ଦେଇ ନ ଥିଲେ। ପୌରପାଳିକାର ପରିମଳ ନିରୀକ୍ଷକ ଲକ୍ଷ୍ମୀଧର ସାହୁ କହନ୍ତି, ଡ୍ୟାମେଜ ହୋଇଯାଇଥିବା ଡଷ୍ଟବିନ୍‌କୁ କଢ଼ାଯାଇଛି। କାର୍ଯ୍ୟାଳୟରେ କିଛି ଭଲ ଡଷ୍ଟବିନ୍‌ ଥିବା ବେଳେ ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଆସିଛି। ଆମାଗୀ କିଛିଦିନ ମଧ୍ୟରେ ଡୋର ଟୁ ଡୋର ଅଳିଆ ସଂଗ୍ରହ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri