ସହରରେ ସୀମିତ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌: ଗ୍ରାମାଞ୍ଚଳ ଥାନା ଇଲାକାରେ ହୋଇନି କାର୍ଯ୍ୟକ୍ଷମ

ବ୍ରହ୍ମପୁର ଅଫିସ,୩ା୭-ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଥାନାରେ ବରିଷ୍ଠ ନାଗରିକ ସେଲ ଗଠନ କରାଯାଇଛି। ଏକୁଟିଆ ରହୁଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଉଛି। ପ୍ରତ୍ୟେକ ଥାନାରେ ଜଣେ ଲେଖାଏ ନୋଡାଲ ଅଫିସରଙ୍କୁ ଏହି ସେକ୍ଟର ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଅଧିକାରୀ ଜଣଙ୍କ ନିରନ୍ତର ବ୍ୟବଧାନରେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ତାଙ୍କର ସୁବିଧା ଅସୁବିଧା କଥା ବୁଝିବାକୁ ନେଇ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ଯୋଜନା କେବଳ ସହରରେ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଛି। ଏବେ କୌଣସି ଥାନାର ନୋଡାଲ ଅଫିସର ସହରରେ ଥିବା କୌଣସି ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ଏବେ ସୁଦ୍ଧା ଗ୍ରାମାଞ୍ଚଳ ଥାନା ଇଲାକାରେ ଏହି ବରିଷ୍ଠ ନାଗରିକ ସୁରକ୍ଷା ସେଲ କାର୍ଯ୍ୟକ୍ଷମ ହୋଇନାହିଁ। ଏଣୁ ବ୍ରହ୍ମପୁର ପୋଲିସ ଜିଲାର ଗ୍ରାମାଞ୍ଚଳ ଇଲାକାରେ ଏକୁଟିଆ ରହୁଥିବା ବୃଦ୍ଧା ବୃଦ୍ଧଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ସେପ୍ଟେମ୍ବର ମାସରେ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌ ଗଠନ କରାଯାଇଛି। ଏହି ସେଲ୍‌ ହେବା ପରେ ୩ଟି ପର୍ଯ୍ୟାୟରେ ୭୪୦ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ସେହିପରି ଯାନବାହନ ଚଳାଚଳ କରୁଥିବା ବରିଷ୍ଠ ନାଗରିକଙ୍କୁ ଏକ ସ୍ବତନ୍ତ୍ର ଷ୍ଟିକର ପ୍ରଦାନ କରାଯାଇଛି। ଯେଉଁ ଷ୍ଟିକରରେ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କ ଫଟୋ ରହିଥିବା ବେଳେ ତାହା ଗାଡ଼ିରେ ଲଗାଇବେ। ଫଳରେ ଟ୍ରାଫିକ ସମସ୍ୟା କିମ୍ବା ଯାଞ୍ଚ ସମୟରେ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ ବୈଦ୍ୟନାଥପୁର ଥାନା, ଟାଉନ ଥାନା, ବଡ଼ବଜାର ଥାନା ଓ ଗୋଷାଣୀ ନୂଆଗଁା ଥାନା ଇଲାକାରେ ରହୁଥିବା ନାଗରିକଙ୍କୁ ଏଥିରେ ସାମିଲ କରାଯାଇଥିଲା। ବୈଦ୍ୟନାଥପୁର ଥାନା ଇଲାକାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୫୯ଜଣଙ୍କୁ ସାମିଲ କରାଯାଇଛି।
ସେହିପରି ଗୋଷାଣୀନୂଆଗଁା ଥାନା ଇଲାକାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୧୧୨ଜଣଙ୍କୁ ସାମିଲ କରାଯାଇଛି । ଟାଉନ ଥାନା ଇଲାକାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୧୪୮ ଜଣଙ୍କୁ ସାମିଲ କରାଯାଇଛି। ସେହିପରି ବଡ଼ବଜାର ଥାନା ଇଲାକାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୧୨୧ ଜଣଙ୍କୁ ସାମିଲ କରାଯାଇଥିଲା।
ଅନ୍ୟପକ୍ଷରେ ସଦର ଥାନା ଇଲାକାରେ ରହୁଥିବା ବୃଦ୍ଧାବୃଦ୍ଧଙ୍କୁ ପ୍ରଥମ ୨ଟି ପର୍ଯ୍ୟାୟରେ ସାମିଲ ହେବାକୁ ଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ସାମିଲ କରାଯାଇଛି। ହେଲେ ସଦର ଥାନା ଇଲାକାରେ ଯାଉଥିବା ସହର ଓ ଅଞ୍ଚଳଗୁଡ଼ିକୁ ଏଥିରେ ସାମିଲ କରାଯାଇଥିବା ବେଳେ ଗ୍ରାମାଞ୍ଚଳ ଗୁଡ଼ିକରେ ଏକୁଟିଆ ରହୁଥିବା ବୃଦ୍ଧାବୃଦ୍ଧଙ୍କୁ ସାମିଲ କରାଯାଇପାରିବ ନାହିଁ। ଏବେ ବି ଅନେକ ଗ୍ରାମାଞ୍ଚଳରେ ବରିଷ୍ଠ ନାଗରିକମାନେ ଏକୁଟିଆ ରହୁଛନ୍ତି।
ଏନେଇ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟଙ୍କୁ ପଚାରିବାରୁ ଆଗାମୀ ଦିନରେ ଗ୍ରାମାଞ୍ଚଳର ବରିଷ୍ଠ ନାଗରିକଙ୍କ ପାଇଁ ସୁରକ୍ଷା ସେଲଗୁଡ଼ିକ କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri