ସସମ୍ମାନେ ଇଚ୍ଛାମୃତ୍ୟୁ

କଥାରେ ଅଛି, ”ମରଣଠାରୁ ଘୋଷରା ବଳେ“। ଏହାର ଅର୍ଥ ହେଲା, ମୃତ୍ୟୁ ଅପେକ୍ଷା ଏହା ପୂର୍ବର ରୁଗ୍‌ଣ ତଥା ଶଯ୍ୟାଶାୟୀ ଜୀବନ ଅଧିକ ଯନ୍ତ୍ରଣାଦାୟକ। ଆମ ଅଧିକାଂଶଙ୍କୁ ତାହା ସହ୍ୟ କରିବାକୁ ହୁଏ। ଏପରିକି ବଞ୍ଚତ୍ବାର ଆଦୌ ସମ୍ଭାବନା ନ ଥିଲେ ହେଁ ଶରୀରର ଅଧିକାଂଶ ଅଙ୍ଗ ଅକର୍ମଣ୍ୟ ହେଲେ ଏବଂ ଏପରିକି ଚେତନାଶକ୍ତି ହରାଇ ସାରିଲା ପରେ ମଧ୍ୟ ଅନେକଙ୍କୁ ଦୀର୍ଘ ଦିନ ଧରି ବଞ୍ଚତ୍ବାକୁ ପଡ଼ିଥାଏ ଶେଷନିଃଶ୍ୱାସ ତ୍ୟାଗ କଲା ପର୍ଯ୍ୟନ୍ତ। ପୁନଶ୍ଚ ଏ ଅବସ୍ଥାକୁ ଅଧିକ ସମ୍ପ୍ରସାରିତ କରିଛି ଆଧୁନିକ ବିଜ୍ଞାନ। ବିବିଧ ଜୀବନ ସହାୟକ ଯନ୍ତ୍ରପାତି ସାହାଯ୍ୟରେ ମୃତପ୍ରାୟ ଲୋକଙ୍କୁ ବଞ୍ଚେଇ ରଖାଯାଉଛି ଦୀର୍ଘକାଳ ଧରି। ଏହା ମୂଳରେ ରହିଛି ଆମତ୍ୀୟସ୍ବଜନମାନଙ୍କ ଇଚ୍ଛା, ପାରମ୍ପରିକ, ନୈତିକ ବିଚାର ଏବଂ ଆମ ଆଇନ ବ୍ୟବସ୍ଥା, ଯାହାର ଏକ ଜଣାଶୁଣା ଉଦାହରଣ ହେଲା ମୁମ୍ବାଇର ଅରୁଣା ଶାନ୍‌ବାଗଙ୍କ କାହାଣୀ।
ଅରୁଣା ଥିଲେ ମୁମ୍ବାଇର କେଇଏମ୍‌ ହସ୍ପିଟାଲର ଜଣେ କାର୍ଯ୍ୟରତ ସେବିକା। ତାଙ୍କୁ ୧୯୭୩ ମସିହା ନଭେମ୍ବର ୨୭ ତାରିଖ ରାତ୍ରିରେ ଜଣେ କର୍ମଚାରୀ ଦୁଷ୍କର୍ମ କଲା ପରେ ହତ୍ୟା କରିବା ପାଇଁ ତାଙ୍କ ତଣ୍ଟିକୁ ଏକ ଲୁହା ଚେନ୍‌ରେ ଭିଡ଼ି ଧରିଥିଲା ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଛି ଭାବି ଛାଡ଼ି ଚାଲି ଯାଇଥିଲା। ସେହି ଦିନଠାରୁ ସେ ସଂଜ୍ଞାହୀନା ଅବସ୍ଥାରେ ପଡ଼ିରହୁଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା ବିଭିନ୍ନ ଜୀବନ ସହାୟକ ବ୍ୟବସ୍ଥା ମାଧ୍ୟମରେ, ୨୦୧୫ ମସିହାରେ ସେ ନିମୋନିଆରେ ମୃତ୍ୟୁବରଣ କଲା ପର୍ଯ୍ୟନ୍ତ। ଇତିମଧ୍ୟରେ ତାଙ୍କୁ ଏଭଳି ଦୟନୀୟ ଅବସ୍ଥାରେ ବଞ୍ଚାଇ ନ ରଖି ମୃତ୍ୟୁବରଣ କରିବାକୁ ଛାଡ଼ିଦେବାକୁ ୨୦୦୯ ମସିହାରେ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଥିଲେ ପିଙ୍କି ଭିରାନୀ ନାମକ ମୁମ୍ବାଇର ଜଣେ ସ୍ବେଚ୍ଛାସେବୀ। ସେଥିରେ ସେ ଦର୍ଶାଇଥିଲେ, ଶାନ୍‌ବାଗଙ୍କୁ ସେପରି ଅବସ୍ଥାରେ ରଖିବା ତାଙ୍କର ସସମ୍ମାନେ ବଞ୍ଚତ୍ବା ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି। ତେବେ ଏ ଆବେଦନ ଖାରଜ ହୋଇଯାଇଥିଲା। ଉଚ୍ଚତମ ନ୍ୟାୟାଳୟ ଏହା ଉପରେ ବିଚାରକରି ୨୦୧୧ରେ ପ୍ରଦତ୍ତ ରାୟରେ ଦର୍ଶାଇଥିଲେ ଯେ, ଶାନ୍‌ବାଗଙ୍କୁ ଜୀବନ ସହାୟକ ବ୍ୟବସ୍ଥା ଯୋଗାଇଥିବା ଏବଂ ତାଙ୍କର ଯନତ୍ ନେଉଥିବା ହସ୍ପିଟାଲର କର୍ମଚାରୀ ଏଥିପ୍ରତି ଅନିଚ୍ଛା ପ୍ରକାଶ କରୁଥିବାରୁ ଏହାକୁ ଅନୁମତି ଦିଆଯାଇ ପାରିବ ନାହିଁ। ତଥାପି ଏଥିରେ ନ୍ୟାୟାଳୟ ଏଭଳି ନିଷ୍କ୍ରିୟଙ୍କ ସସମ୍ମାନେ ଇଚ୍ଛାମୃତ୍ୟୁ ଚିନ୍ତାଧାରାକୁ ସମର୍ଥନ କରିଥିଲେ ଏବଂ ସୂଚିତ କରିଥିଲେ ଯେ, ରୋଗୀକୁ ଏପରି ଅବସ୍ଥାରେ ବଞ୍ଚାଇ ରଖିବା ଅପେକ୍ଷା ତା’ଠାରୁ ଚିକିତ୍ସା ବ୍ୟବସ୍ଥା ଏବଂ ଖାଦ୍ୟ ବା ଅମ୍ଳଜାନ ପ୍ରତ୍ୟାହାର କରାଯିବା ଅଧିକ ସ୍ପୃହଣୀୟ। ଏହାପରେ ୨୦୧୪ରେ ଉଚ୍ଚତମ ନ୍ୟାୟାଳୟର ଏକ ଖଣ୍ଡପୀଠ ଏପ୍ରକାର ଅନ୍ୟ ଏକ ମାମଲାର ଶୁଣାଣି କରି ଏହାକୁ ସାମ୍ବିଧାନିକ ବେଞ୍ଚର ପରାମର୍ଶ ପାଇଁ ପଠାଇବାକୁ ମତ ରଖିଥିଲେ। ଅତଏବ ୫ଜଣ ବିଚାରପତିଙ୍କୁ ନେଇ ଏହା ଗଠନ କରାଯାଇଥିଲା ଏବଂ ୨୦୧୮ରେ ଏହା କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏଥିପାଇଁ ଅନୁମତି ଦେବାକୁ ମତ ଦେଇଥିଲେ ହେଁ ପାର୍ଲାମେଣ୍ଟ ଏହାର ବିଭିନ୍ନ ଦିଗ ବିଚାରକୁ ନେଇ ଉଚିତ୍‌ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଥିଲେ। ଏଣୁ ଏବେ(୨୦୨୪) ସେଥିପାଇଁ ସରକାର ମାର୍ଗଦର୍ଶିକାର ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏହା ଲାଗି ପ୍ରସ୍ତୁତ ଖସଡ଼ା ବା ଡ୍ରାଫ୍ଟରେ ସୂଚିତ କରାଯାଇଛି ଯେ, ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌ରେ ରଖାଯାଇଥିବା ଏବଂ ଅରକ୍ଷଣୀୟ ଭାବେ ରୋଗଗ୍ରସ୍ତ ହୋଇଥିବା ରୋଗୀମାନଙ୍କର ଭେଣ୍ଟିଲେଟର ବିବିଧ ଅସ୍ତ୍ର ଚିକିତ୍ସା, କୃତ୍ରିମ ଉପାୟରେ ପୋଷଣ ବା ଅମ୍ଳଜାନ ଯୋଗାଣ ଆଦି ଜୀବନ ସହାୟକ ବ୍ୟବସ୍ଥାରୁ ଲାଭବାନ୍‌ ହେବାର ସମ୍ଭାବନା ଖୁବ୍‌ କମ୍‌ ା ଅନ୍ୟପକ୍ଷରେ, ଏପରି ଅବସ୍ଥାରେ ସେମାନଙ୍କ ଯତ୍ନ ନେବାର ଦାୟିତ୍ୱ ବଢ଼େ ଏବଂ ରୋଗୀଙ୍କ ଯନ୍ତ୍ରଣା ମଧ୍ୟ ବୃଦ୍ଧି ପାଇଥାଏ ା ଅତଏବ ଏହା କରିବା କୌଣସି ଦୃଷ୍ଟିରୁ ସ୍ପୃହଣୀୟ ନୁହେଁ। ବରଂ ତାହା ପରିବାରବର୍ଗଙ୍କ ଭାବପ୍ରବଣଜନିତ ଚାପ ଏବଂ ଆର୍ଥିକ ଦୁର୍ଗତି ବଢ଼ାଇବାର କାରଣ ହୁଏ ା ପୁନଶ୍ଚ ଏପରି ରୋଗୀଙ୍କଠାରୁ ଜୀବନ ସହାୟକ ବ୍ୟବସ୍ଥା କାଢ଼ି ନେଇ ସସମ୍ମାନେ ମୃତ୍ୟୁବରଣ କରିବାକୁ ଦେବା ବିଶ୍ୱର ଅନେକ ଦେଶରେ ଆଇନଗତ ସ୍ବୀକୃତି ଲାଭ କରିସାରିଲାଣି। ଏଣୁ ଆମ ଦେଶରେ ମଧ୍ୟ ତାହାକୁ ସ୍ବୀକୃତି ଦେବା ସବୁ ଦୃଷ୍ଟିରୁ ଏବଂ ସମସ୍ତଙ୍କ ପାଇଁ ଉଚିତ ପଦକ୍ଷେପ ହେବ।
ଏହି ମାର୍ଗଦର୍ଶିକା ଅନୁଯାୟୀ, ରୋଗୀଠାରୁ ଜୀବନ ସହାୟକ ବ୍ୟବସ୍ଥା କାଢ଼ିନେବା ଉଚିତ କି ନୁହେଁ, ତାହା ପ୍ରଥମେ ବିଚାର କରିବାକୁ ଏକ ପ୍ରାଥମିକ ମେଡିକାଲ ବୋର୍ଡ ଗଠନ କରାଯିବ ା
ଏହାର ସଦସ୍ୟ ରହିବେ ରୋଗୀର ଜଣେ ଚିକିତ୍ସକ ଏବଂ ୫ ବର୍ଷରୁ ଅଧିକ ଅନୁଭୂତିସମ୍ପନ୍ନ ଦୁଇ ଜଣ ବିଶେଷଜ୍ଞ ା ତତ୍ପରେ ଏହାର ମତାମତକୁ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ଅନ୍ୟ ଏକ ଦ୍ୱିତୀୟ ମେଡିକାଲ ବୋର୍ଡକୁ ପଠାଯିବ, ଯାହାକି ଗଠିତ ହେବ ଜଣେ ଅନୁଭୂତିସମ୍ପନ୍ନ ଡାକ୍ତର ଏବଂ ଦୁଇଜଣ ବିଶେଷଜ୍ଞଙ୍କୁ ନେଇ। ପ୍ରଥମ ମେଡିକାଲ୍‌ ବୋର୍ଡର କୌଣସି ସଦସ୍ୟଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯିବ ନାହିଁ ା ତତ୍ପରେ ରୋଗୀଟି ଚିକିତ୍ସିତ ହେଉଥିବା ଚିକିତ୍ସାଳୟ ଚାହିଁଲେ ଏଥିପାଇଁ ନୈତିକ କମିଟିଟିଏ ଗଠନ କରିପାରିବ, ଯାହାକି ଏହାର ଏ ଦିଗ ମଧ୍ୟ ଅନୁଧ୍ୟାନ କରିବ ା ରୋଗୀ ନିଜେ କିମ୍ବା ସେ ସମ୍ପୂର୍ଣ୍ଣ ଅଚେତନ ଥିଲେ ତାଙ୍କ ପରିବାରବର୍ଗଙ୍କ ସମ୍ମତିରେ ଏସବୁ ପଦକ୍ଷେପ ନିଆଯିବ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏ ସମ୍ପର୍କରେ ଜନମତ ଲୋଡ଼ିଛି। କାହାରି କିଛି ମତାମତ ଥିଲେ ତାହା ଜଣାଇବା ପାଇଁ ଅନୁରୋଧ କରାଯାଇଛି।
ତା’ହେଲେ ଆଇନ ପ୍ରଣୟନ ହେବା ପୂର୍ବରୁ ଏକ ବିଶେଷଜ୍ଞ କମିଟି ଦ୍ୱାରା ସେସବୁ ବିଚାରକୁ ନିଆଯାଇପାରିବ। ଏ ପ୍ରକାର ତଥାକଥିତ ”ସସମ୍ମାନେ ଇଚ୍ଛାମୃତ୍ୟୁ“କୁ ଅନେକ ଦେଶରେ ଆଇନସମ୍ମତ କରାଯାଇଛି। ସ୍ବିଜରଲାଣ୍ଡ ହେଲା ସେଗୁଡ଼ିକ ମଧ୍ୟରେ ସବୁଠାରୁ ଅଗ୍ରଣୀ।ଏହା ୧୯୪୨ ମସିହାରୁ ଏହାକୁ ସ୍ବୀକୃତି ପ୍ରଦାନ କରିଛି। ସେହିପରି କାନାଡା, ନେଦରଲାଣ୍ଡସ୍‌, ବେଲ୍‌ଜିୟମ, ଲକ୍‌ସମବର୍ଗ, ନ୍ୟୁଜିଲାଣ୍ଡ, ସ୍ପେନ, କଲମ୍ବିଆ, ଅଷ୍ଟ୍ରିୟା, ଅଷ୍ଟ୍ରେଲିଆର କେତେକ ରାଜ୍ୟ ଏବଂ ଆମେରିକାର ୧୧ଟି ରାଜ୍ୟରେ ଏହା ଆଇନସମ୍ମତ। ଏହାକୁ କୁହାଯାଉଛି ”ଡାକ୍ତରଙ୍କ ସହାୟତାରେ ଇଚ୍ଛାମୃତ୍ୟୁ“। ଏଥିରେ ବଞ୍ଚତ୍ବାର ଆଦୌ ସମ୍ଭାବନା ନ ଥିବା ରୋଗୀର କିମ୍ବା ତା’ର ଆତ୍ମୀୟସ୍ବଜନଙ୍କ ଅନୁରୋଧକ୍ରମେ ତାଙ୍କୁ ଜୀବନଘାତକ ଔଷଧ ଦେବାକୁ ଏବଂ ତାଙ୍କଠାରୁ ଜୀବନ ସହାୟକ ବ୍ୟବସ୍ଥାମାନ କାଢ଼ିନେବାକୁ ଡାକ୍ତରମାନଙ୍କୁ କୁହାଯାଇଥାଏ । ଅନ୍ୟପକ୍ଷରେ, ଇଂଲଣ୍ଡ, ଓ୍ବେଲ୍‌ସ ଏବଂ ଉତ୍ତର ଆୟର୍ଲାଣ୍ଡରେ ଏହା ବେଆଇନ ା ସେଠାରେ ପ୍ରଚଳିତ ”ଦ ସୁଇସାଇଡ୍‌ ଆକ୍ଟ-୧୯୬୧“ ଅନୁସାରେ ଏଥିରେ ସହାୟତା କରୁଥିବା କିମ୍ବା ଏହାକୁ ଉତ୍ସାହିତ କରୁଥିବା ଲୋକଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ା ସେଥିପାଇଁ ଏଠାରୁ ଡାକ୍ତରୀ ପ୍ରମାଣପତ୍ର ଧରି ”ସସମ୍ମାନେ ଇଚ୍ଛାମୃତ୍ୟୁ“ ଚାହୁଁଥିବା କିଛି ରୋଗୀ ତାହା କରିବା ପାଇଁ ଅନ୍ୟ ଦେଶଗୁଡ଼ିକୁ ଚାଲିଯିବାର ଦେଖାଯାଉଛି। ଏସବୁ ଦୃଷ୍ଟିରୁ ବିଚାରକଲେ, ବର୍ତ୍ତମାନ ଆମ ଦେଶରେ ଅନ୍ତିମ ସମୟ ଅପେକ୍ଷାରେ ଥିବା ଅରକ୍ଷଣୀୟ ଭାବେ ରୋଗଗ୍ରସ୍ତ ରୋଗୀଙ୍କ ”ସସମ୍ମାନେ ଇଚ୍ଛାମୃତ୍ୟୁ“ ପାଇଁ ଆଇନ ପ୍ରଣୟନ କରିବା ଦିଗରେ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ।
ଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛାତ୍ରାବାସରୁ ଛାତ୍ର ନିଖୋଜ

ଦାରିଙ୍ଗବାଡି, ୮।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଆଉ ଏକ ଅଘଟଣ ଘଟିଛି । ଜଣେ ନବମ ଶ୍ରେଣୀ…

ମାର୍ଚ୍ଚ ପୂର୍ବରୁ ବୋତୋସ୍ବାନାରୁ ଆସିବେ ଚିତା

ନୂଆଦିଲ୍ଲୀ,୮|୨(ପି.ଟି.): ବୋତୋସ୍ବାନାରୁ ପ୍ରଥମ ପର୍ଯ୍ୟାୟରେ କେତେକ ଚିତାବାଘ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ଆସି ପହଞ୍ଚତ୍ବେ ବୋଲି ଆଶା କରାଯାଉଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର…

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri