ସର୍ଭେରେ ଅଟକିଛି ନୂଆ ରେଳପଥ ନିର୍ମାଣ

ବ୍ରହ୍ମପୁର ଅଫିସ,୭ା୨-ଗଞ୍ଜାମ ଜିଲା ବେଳାଭୂମି ସହର ଗୋପାଳପୁରରୁ ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ନୂଆ ରେଳପଥ ନିର୍ମାଣ ପାଇଁ ହୋଇଥିବା ସର୍ଭେର ୧୦ ବର୍ଷ ପୂରିଛି। କେନ୍ଦ୍ର ଦ୍ୱିତୀୟ ଉପା ସରକାର ଏବଂ ଏନ୍‌ଡିଏ ସରକାରଙ୍କ ପ୍ରଥମ ପାଳିରେ ଅଣଦେଖା କରାଯାଇଥିଲା। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨୦୨୦-୨୧ ବର୍ଷର ବଜେଟରେ ମଧ୍ୟ ଏଥିପାଇଁ ବରାଦ ହୋଇନାହିଁ। ତେଣୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ରାୟଗଡ଼ା ଜିଲା ପ୍ରତି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅବହେଳା ସ୍ପଷ୍ଟ ହୋଇଛି। ଗଜପତି ଓ ଗଞ୍ଜାମ ଜିଲାରେ ରେଳ ବିକାଶ ପ୍ରତି ଆଖି ବୁଜି ଦିଆଯାଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଲୋକ ସଭା ଆସନରୁ ୨୦୦୪ ନିର୍ବାଚନରେ କଂଗ୍ରେସରୁ ଏମ୍‌ପି ହୋଇଥିଲେ ଚନ୍ଦ୍ରଶେଖର ସାହୁ। ପ୍ରଥମ ଉପା ସରକାରରେ ସେ ମନ୍ତ୍ରୀ ପଦ ପାଇଥିଲେ। ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରଭାବିତ କରାଇ ୨୫୮ କିଲୋମିଟର ଦୈର୍ଘ୍ୟ ଏହି ନୂଆ ରେଳପଥ ନିର୍ମାଣ ପାଇଁ ପ୍ରୟାସ କରିଥିଲେ। ୨୦୦୯ ଫେବୃୟାରୀ ୨୮ରେ ସର୍ଭେ କାର୍ଯ୍ୟ ନିମନ୍ତେ ଗୋପାଳପୁର ସମୁଦ୍ର ବେଳାଭୂମି ପାର୍ଶ୍ୱରେ ସେ ଶୁଭ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତକତ୍ାଳୀନ ପୂର୍ବତଟ ରେଲବାଇ ମୁଖ୍ୟ ପ୍ରଶାସନିକ ଅଫିସର ଏସ୍‌କେ ବାହମନିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଦେଶର ଏକ ନାମିଦାମୀ ଘରୋଇ ଉଦ୍ୟୋଗ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ସର୍ଭେ ଶେଷ ହୋଇ ରେଳପଥ ବୋର୍ଡକୁ ରିପୋର୍ଟ ଦିଆଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ସର୍ଭେ ବାବଦରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। ୨୦୦୯ ନିର୍ବାଚନ ପ୍ରକ୍ରିୟା ଯୋଗୁ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନ ଥିଲା। ସେହି ନିର୍ବାଚନରେ ସାହୁ ପରାସ୍ତ ହେବାରୁ ଯୋଜନା ଅଗ୍ରସର ନ ହୋଇ ସର୍ଭେ ରିପୋର୍ଟକୁ ପକାଇ ଦିଆଗଲା। ୨୦୧୪ ଲୋକ ସଭା ନିର୍ବାଚନରେ ମଧ୍ୟ ଚନ୍ଦ୍ରଶେଖର ପରାଜିତ ହେବାରୁ ରେଳପଥ ନିର୍ମାଣ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ୨୦୧୯ ନିର୍ବାଚନରେ ସେ ଦଳ ବଦଳ କରି ବିଜେଡିରୁ ଏମ୍‌ପି ହୋଇଛନ୍ତି। କେନ୍ଦ୍ର ବଜେଟ ପୂର୍ବରୁ ସେ ଚାପ ପକାଇ ବରାଦ କରିବାର ସଚେତନ ମହଲ ଆଶା କରିଥିଲେ। ତଥାପି ୨୦୧୯-୨୦ ଏବଂ ୨୦୨୦-୨୧ ବଜେଟରେ ଏହି ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇନାହାନ୍ତି। ତେଣୁ ବହୁ ପ୍ରତୀକ୍ଷିତ ଏହି ନୂଆ ରେଳପଥ ନିର୍ମାଣ ଅନିଶ୍ଚିତତା ହୋଇଯାଇଛି। ଅପରପକ୍ଷରେ ୨୦୧୮ ଜୁନ ୨୨ରେ ଗୋପାଳପୁରରେ ଅନୁଷ୍ଠିତ ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଏହି ରେଳପଥ ନିର୍ମାଣ ପାଇଁ ଦାବି ପ୍ରସ୍ତାବ ଗୃହୀତ ହୋଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ ନିକଟକୁ ପଠାଯାଇଥିଲା। ଏହାର ଦେଢ଼ ବର୍ଷ ବିତିଛି । ବିଜେଡି ପକ୍ଷରୁ ମଧ୍ୟ ସ୍ବର ଉତ୍ତୋଳନ କରାଯାଉ ନ ଥିବା ରହସ୍ୟ ଘେରକୁ ଆସିଛି।
ସୂଚନାଯୋଗ୍ୟ, ଏହି ରେଳପଥ ଗୋପାଳପୁର ବେଳାଭୂମିରୁ ଆର୍ଯ୍ୟପଲ୍ଲୀ ବନ୍ଦର ପାଖ ଦେଇ କୁକୁଡ଼ାଖଣ୍ଡି, ଦିଗପହଣ୍ଡି, ମୋହନା ଆଦି ବ୍ଲକ ଅଞ୍ଚଳର ଅନେକ ଗ୍ରାମ ଦେଇ ରାୟଗଡ଼ା ଯିବ। ଫଳରେ ଅନେକ ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ଉପକୃତ ହେବେ। ଜଙ୍ଗଲଜାତ ପଦାର୍ଥ ଓ ନାଲକୋର ଉପତ୍ାଦିତ କଞ୍ଚାମାଲ ଗୋପାଳପୁର ବନ୍ଦରକୁ ଆସି ଦେଶ ବିଦେଶକୁ ରପତ୍ାନି ହୋଇପାରିବ। ଏହାଦ୍ୱାରା ବନ୍ଦର ରାଜସ୍ବ ବୃଦ୍ଧିରେ ସହାୟକ ହେବ ଏବଂ ମାଳ ଅଞ୍ଚଳବାସୀଙ୍କୁ ରେଳସେବା ମିଳିପାରିବ। ୨୦୧୨ରେ ସେତେବେଳର କେନ୍ଦ୍ର ଯୋଜନା କମିଶନ ଓ ବର୍ତ୍ତମାନର ନୀତି ଆୟୋଗ ୧୩୯୨ କୋଟି ଟଙ୍କା ବ୍ୟୟ ଅଟକଳକୁ ମଧ୍ୟ ମୋହର ଲଗାଇଥିଲେ। ତଥାପି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଇତିମଧ୍ୟରେ ହୋଇଥିବା ୭ ବଜେଟରେ ବରାଦ କରାଯାଉନାହିଁ। ଆଲୋଚନା ପ୍ରସଙ୍ଗରେ ଚନ୍ଦ୍ରଶେଖର କହିଛନ୍ତି, ଏହା କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ପ୍ରୟାସ କରାଯିବ। କେନ୍ଦ୍ର ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri