Categories: ଖେଳ

ସର୍ବଭାରତୀୟ ସବ୍‌-ଜୁନିୟର ର଼୍ୟାଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ: ଶ୍ୱେତପର୍ଣ୍ଣା-ସାତ୍ୱିକ ଯୋଡ଼ି ଚାମ୍ପିୟନ

ଭୁବନେଶ୍ୱର,୨୭ା୭(ସ୍ପୋଟର୍‌ସ ବ୍ୟୁରୋ)
ମଣିପୁରର ଇମ୍ଫାଲଠାରେ ଅନୁଷ୍ଠିତ ସର୍ବଭାରତୀୟ ସବ୍‌ଜୁନିୟର ର଼୍ୟାଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଶ୍ୱେତପର୍ଣ୍ଣା ପଣ୍ଡା ଓ ତେଲେଙ୍ଗାନାର ସାତ୍ୱିକ ରେଡ୍ଡୀ କେ. ୧୫ ବର୍ଷରୁ କମ୍‌ ମିକ୍ସଡ୍‌ ଡବଲ୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ଶ୍ୱେତପର୍ଣ୍ଣାଙ୍କ ଏହା ପ୍ରଥମ ସର୍ବଭାରତୀୟ ଟାଇଟଲ୍‌। ସେହିପରି ଋତୁପର୍ଣ୍ଣା ପଣ୍ଡାଙ୍କ ପରେ ଦ୍ୱିତୀୟ ଓଡ଼ିଆ ବାଳିକା ଭାବେ ଶ୍ୱେତପର୍ଣ୍ଣା ଏହି ସଫଳତା ଲାଭ କରିଛନ୍ତି। ଶ୍ୱେତପର୍ଣ୍ଣା ହେଉଛନ୍ତି ଋତୁପର୍ଣ୍ଣାଙ୍କ ସାନଭଉଣୀ। ଫାଇନାଲ ମ୍ୟାଚରେ ତାମିଲନାଡୁ ଯୋଡ଼ିଙ୍କୁ ଏହି ଯୋଡ଼ି ୨-୦(୨୧-୧୮, ୨୧-୧୬)ର ସିଧାସଳଖ ଗେମ୍‌ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି।

Share