Categories: ଖେଳ

ସର୍ବଭାରତୀୟ ଚେସ୍‌ ମହାସଂଘ ନିର୍ବାଚନ: ଅଜୟ ସଭାପତି, ଭରତ ସମ୍ପାଦକ

ଚେନ୍ନାଇ, ୧୨।୨ (ପି.ଟି.)- ସର୍ବଭାରତୀୟ ଚେସ୍‌ ମହାସଂଘର (ଏଆଇସିଏଫ୍‌) ନୂତନ ସଭାପତି ଭାବେ ଅଜୟ ପଟେଲ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଭରତ ସିଂ ଚୌହାନ ମଧ୍ୟ ନିଦ୍ୱର୍ନ୍ଦ୍ୱରେ ସମ୍ପାଦକ ହୋଇଛନ୍ତି। ଏହି ନିର୍ବାଚନରେ ରିଟର୍ନିଂ ଅଫିସର ଦାୟିତ୍ୱ ତୁଲାଇଥିବା ସୁପ୍ରମିକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଫକିର ମହମ୍ମଦ ଇବ୍ରାହିମ କାଲିଫୁଲ୍ଲା ସମସ୍ତ ୫ଜଣ ଅଫିସ କର୍ମକର୍ତ୍ତାଙ୍କୁ ବିଜୟୀ ଘୋଷିତ କରିଛନ୍ତି। ନବନିର୍ବାଚିତ ସମସ୍ତ କର୍ମକର୍ତ୍ତା ଅବଧି ୨୦୨୩ ପର୍ଯ୍ୟନ୍ତ ରହିବ। ଅନ୍ୟ ନିର୍ବାଚିତ କର୍ମକର୍ତ୍ତାମାନେ ହେଲେ ନରେଶ ଶର୍ମା (କୋଷାଧ୍ୟକ୍ଷ), ଏମ୍‌. ଅରୁନ ସିଂହ (ଯୁଗ୍ମ ସମ୍ପାଦକ) ଓ ଭିପନେଶ ଭରଦ୍ୱାଜ (ଉପ-ସଭାପତି)। ପ୍ରକାଶଯୋଗ୍ୟ, ଏଆଇସିଏଫ୍‌ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ପୂର୍ବତନ ସଭାପତି ଭେଙ୍କଟରନମ ରାଜା ଗୋଟିଏ ଗୋଷ୍ଠୀର ଏବଂ ଚୌହାନ ଅନ୍ୟ ଗୋଷ୍ଠୀର ମୁଖ୍ୟ ଥିଲେ। ବର୍ତ୍ତମାନ ନିର୍ବାଚିତ ହୋଇଥିବା ସମସ୍ତ କର୍ମକର୍ତ୍ତା ଚୌହାନ ଗୋଷ୍ଠୀର ବୋଲି ଜଣାପଡ଼ିଛି। ୩ ପୃଷ୍ଠା ସମ୍ବଳିତ ନିର୍ବାଚନୀ ରିପୋର୍ଟକୁ ଖଲିଫୁଲ୍ଲା ମାଡ୍ରାସ ହାଇକୋର୍ଟ ରେଜିଷ୍ଟରକୁ ଫର୍‌ଓ୍ବାର୍ଡ କରିବେ। ମାନ୍ୟବର ହାଇକୋର୍ଟ ଫାଇନାଲ ଶୁଣାଣି ଶୁଣାଇବେ ବୋଲି ରାଜାଙ୍କ ଗୋଷ୍ଠୀ ଆଶା ରଖିଛି।

Share