Odisha Elections 2024

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ ରେଞ୍ଜର୍ସ ଆଡ୍‌ଭେଞ୍ଚର୍ସ ଫାଉଣ୍ଡେଶନ ପକ୍ଷରୁ ସୋମବାର ରାମଚଣ୍ଡୀ ମୁହାଣ ନିକଟ ସ୍ବର୍ଣ୍ଣାଭ ବେଳାଭୂମି, କୁଶଭଦ୍ରା ନଦୀ, ଚନ୍ଦ୍ରଭାଗା ଓ ତାଣ୍ଡାଘର କେଲୁଣି ମୁହାଣ ନିକଟରେ ନିଆରା ଜଳକ୍ରୀଡ଼ା ସର୍ଫିଙ୍ଗ ପ୍ରଶିକ୍ଷଣ ଦିଆଯାଇଛି। ଦେଶ ବିଦେଶରୁ ଆସିଥିତ୍ବା ପ୍ରାୟ ୩୦୦ ପ୍ରଶିକ୍ଷାର୍ଥୀ ଏଠାରେ ତାଲିମ ନେଇ ସାରିଲେଣି। ଭାରତର ବିଭିନ୍ନ ରାଜ୍ୟ ସହିତ ଜାପାନ, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍କଟଲାଣ୍ଡ, ଇଂଲଣ୍ଡ ଓ ଚେକ୍‌ ରିପବ୍ଲିକ ଆଦି ଦେଶରୁ ୮୦ ଜଣ ପ୍ରଶିକ୍ଷଣ ନେଇ ଫେରିଛନ୍ତି। ପ୍ରଥମେ କୁଶଭଦ୍ରା ନଦୀର ସ୍ଥିର ଜଳରାଶିରେ ଓ ପରେ ସମୁଦ୍ର ଢେଉ ମଧ୍ୟରେ ପ୍ରଶିକ୍ଷଣ ଦିଆଯାଉଛି। ସର୍ଫିଙ୍ଗ ପାଇଁ ଉତ୍କୃଷ୍ଟ ସମୟ ହେଉଛି ସକାଳ ୬ରୁ ୭ଟା। ପବନ କମ୍‌ ରହିବା ଦରକାର। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସର୍ଫିଙ୍ଗ ସହିତ ସ୍ବର୍ଣ୍ଣାଭ ବେଳାଭୂମିରେ ଜଳକ୍ରୀଡ଼ା, ସାଇକେଲ ଚାଳନା, ଯୋଗ ଓ ରହିବା ଖାଇବା ବ୍ୟବସ୍ଥା ରହିଛି। ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବାକୁ ସର୍ଫିଙ୍ଗ ଏକ ଭଲ ମାଧ୍ୟମ। ଏଠାକାର ସୁନ୍ଦର ଓ ସ୍ବଚ୍ଛ ବେଳାଭୂମି ସହ ସମୁଦ୍ରକୂଳ ଓ ପରିଷ୍କାର ଜଳରାଶି ସର୍ଫିଙ୍ଗ ପାଇଁ ବେଶ ଉପଯୋଗୀ। ଏହା ସାରା ବିଶ୍ୱ ପର୍ଯ୍ୟଟନରେ ସ୍ଥାନ ପାଇବ ବୋଲି ଆମେ ପ୍ରୟାସ କରୁଛୁ, ଏବେ ଭାରତୀୟ ଯୁବବର୍ଗଙ୍କ ଆଗ୍ରହ ବଢୁଥିବା ସହ ଏହା ଆଗାମୀ ଦିନରେ ସର୍ଫିଙ୍ଗ୍‌ ହବ୍‌ ପାଲଟିବ ବୋଲି ରେଞ୍ଜର୍ସର ପ୍ରତିଷ୍ଠାତା ସଞ୍ଜୟ କୁମାର ସାମନ୍ତରାୟ କହିଛନ୍ତି। ରେଞ୍ଜର୍ସ ଆଡଭେଞ୍ଚର୍ସ ଫାଉଣ୍ଡେଶନ ପକ୍ଷରୁ ବିଗତ ବର୍ଷଗୁଡ଼ିରେ ରାମଚଣ୍ଡୀ ନଦୀ ମୁହାଣରେ ଅନ୍ତର୍ଜାତୀୟ ସର୍ଫିଙ୍ଗ ଫେଷ୍ଟିଭାଲ ଆୟୋଜିତ ହେଉଥିଲା। କେତେକ ସମସ୍ୟା ଯୋଗୁ ଏହା ବନ୍ଦ ରହିଛି। ୨୦୨୫ ମସିହାରୁ ପୁଣି ଏହି ଉତ୍ସବ ଆୟୋଜନ କରାଯିବ। ପ୍ରାୟ ୧୦ରୁ ଊଦ୍ଧର୍‌ବ ଦେଶର ଅନ୍ତର୍ଜାତୀୟ ସର୍ଫର୍ସଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦ ପ୍ରତିଯୋଗୀ ଭାଗ ନେବେ। ଏହା ଦ୍ୱାରା ସର୍ଫ ପର୍ଯ୍ୟଟନ ବୃଦ୍ଧି ପାଇବ। ସ୍ଥାନୀୟ ଲୋକଙ୍କ ବ୍ୟବସାୟ ସହ କୋଣାର୍କ ଓ ପୁରୀର ପର୍ଯ୍ୟଟନ ମଧ୍ୟ ଗୁରୁତ୍ୱ ରହିବ ବୋଲି ସାମନ୍ତରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri