Categories: ଖେଳ

ସର୍ତ୍ତ ସହ ସାଲିସ କରିବାକୁ ରାଜି ନୁହନ୍ତି ହରେନ୍ଦ୍ର

ନୂଆଦିଲ୍ଲୀ,୧୨।୮(ପିଟି)- ହରେନ୍ଦ୍ର ସିଂ ଏବେ ମଧ୍ୟ ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଇଚ୍ଛୁକ ଅଛନ୍ତି। କିନ୍ତୁ ନିଜ ଆଡ଼ୁ ରଖିଥିବା ସର୍ତ୍ତ ସହ କୌଣସି ସାଲିସ କରିବାକୁ ସେ ପ୍ରସ୍ତୁତ ନୁହନ୍ତି। ୨୦୧୬ ଜୁନିୟର ବିଶ୍ୱକପ୍‌ ଚାମ୍ପିୟନ ଦଳର କୋଚ ଏହି ପଦ ଲାଗି ଆବେଦନ କରିଛନ୍ତି। ହେଲେ ବିଦେଶୀ କୋଚ୍‌ଙ୍କ ଭଳି ସୁବିଧା ଓ ଦରମା ପ୍ରଦାନ କରାଯିବା ନେଇ ସର୍ତ୍ତ ରଖିଛନ୍ତି। ଦୀର୍ଘଦିନ ତଳେ ମୁଁ ପଦ ଲାଗି ଆବେଦନ କରିଥିଲି। ମୁଁ ଏବେ ମଧ୍ୟ ଫ୍ରି ଅଛି। କିନ୍ତୁ ମୁଁ ଯେଉଁ ସର୍ତ୍ତ ରଖିଛି, ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆମେ କାହିଁକି ବିଦେଶୀ କୋଚ୍‌ଙ୍କ ଭଳି ଦରମା ପାଇବୁ ନାହିଁ ବୋଲି ହରେନ୍ଦ୍ର କହିଛନ୍ତି। ଜୁନିୟର ଦଳର ସଫଳତା ପରେ ସିନିୟର ଦଳର ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ହେଲେ ଗତବର୍ଷ ବିଶ୍ୱକପ୍‌ରେ ଭାରତୀୟ ଦଳର ବିଫଳତା ପରେ ହରେନ୍ଦ୍ରଙ୍କୁ ପଦତ୍ୟାଗ କରିବାକୁ ପଡ଼ିଥିଲା। ଏହାପରେ ହକି ଇଣ୍ଡିଆ (ଏଚ୍‌ଆଇ) ତାଙ୍କୁ ୨୦୨୧ ଜୁନିୟର ବିଶ୍ୱକପ୍‌ ପର୍ଯ୍ୟନ୍ତ ପୁଣି ଜୁନିୟର ଦଳର କୋଚ୍‌ ପଦ ଦେବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ସର୍ତ୍ତ ରଖିବା  ପରେ ଜୁନିୟର ଦଳର ମୁଖ୍ୟ କୋଚ୍‌ ପଦ ଲାଗି ଏଚ୍‌ଆଇ ପକ୍ଷରୁ ଗତ ମାସ ୨୫ ତାରିଖରେ ବିଜ୍ଞାପନ ଦିଆଯାଇଥିଲା।

Share