Posted inଫୁରସତ

ସର୍କସର ନୂଆ ପ୍ରୟାସ: ସତ ନୁହେଁ, ହୋଲୋଗ୍ରାମ୍‌ ପ୍ରାଣୀ

ସର୍କସର ଆକର୍ଷଣ ଥାଏ ହାତୀ, ଘୋଡା, ବାଘ, ମାଙ୍କଡ ଭଳି ପ୍ରାଣୀଙ୍କ ଆଶ୍ଚର୍ଯ୍ୟଜନକ ଖେଳ। ପିଲାଠୁ ବୁଢା ସମସ୍ତେ ଏହାକୁ ଦେଖି ଆନନ୍ଦ ଉଠାନ୍ତି। ଏହିସବୁ ପ୍ରାଣୀଙ୍କୁ ବାଦ୍‌ ଦେଲେ ସର୍କସର ମାନେ କିଛି ରହେନା ବୋଲି ଅନେକେ ଭାବନ୍ତି। କିନ୍ତୁ ଜର୍ମାନୀର ସର୍କସ ରୋନକାଲି ଏବେ କରିଛି ଏକ ଅଭିନବ ପ୍ରୟାସ। ୧୯୭୬ ମସିହାର ଏହି ପୁରୁଣା ସର୍କସ ପାର୍ଟି ସର୍କସରେ ହେଉଥିବା ପ୍ରାଣୀଙ୍କ ଉପରେ ଅତ୍ୟାଚାର ରୋକିବା ଲାଗି ସେମାନଙ୍କ ବ୍ୟବହାରକୁ ବନ୍ଦ କରି ଦେଇଛି। ହେଲେ ଦର୍ଶକଙ୍କ ମନୋରଞ୍ଜନ ଯେମିତି କମି ନ ଯାଏ ସେଥିପାଇଁ ଆପଣେଇଛି ଆଧୁନିକ ଟେକ୍ନୋଲୋଜି ‘ହୋଲୋଗ୍ରାମ’। ଏହାଦ୍ୱାରା ଲୋକେ ବିଭିନ୍ନ ପ୍ରାଣୀଙ୍କ ଖେଳ ଦେଖିପାରିବେ। ହେଲେ ସେହି ପ୍ରାଣୀମାନେ ସତସତିକା ହୋଇ ନ ଥାଆନ୍ତି। ବରଂ ସେଗୁଡିକ ହୋଲୋଗ୍ରାମ ବା ଥ୍ରୀଡି ଇମେଜ ଯାହାକୁ ଖାଲିଆଖିରେ ଦେଖିହୁଏ। ପ୍ରୋଜେକ୍ଟରରୁ ଥ୍ରୀଡି ହୋଲୋଗ୍ରାଫିକ ଚିତ୍ର ୧୦୫ ଫୁଟ ଓସାର ଓ ୧୬ ଫୁଟ ଗଭୀରତାରେ ବସିଥିବା ସମସ୍ତ ଦର୍ଶକଙ୍କୁ ଯେପରି ୩୬୦ଂର ଭିଜିବିଲିଟି ମିଳିବ ବ୍ୟବସ୍ଥା କରାଯାଇଛି। ଏହି ଚିତ୍ରଗୁଡିକ ବେଶ୍‌ ବାସ୍ତବ ଲାଗେ। ଆଉ ଦର୍ଶକ ଏହାକୁ ବହୁତ ପସନ୍ଦ ବି କରୁଛନ୍ତି। ତାଙ୍କୁ ଏକ ଯାଦୁକରୀ ଦୁନିଆରେ ଥିବାର ଅନୁଭୂତି ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri