ବ୍ରହ୍ମପୁର ଅଫିସ,୧୫ା୬-ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହାର ଅଗ୍ରଗତି ନେଇ ସମୀକ୍ଷା ପରେ ସମୀକ୍ଷା ବୈଠକ ହୋଇଛି । ଯୋଜନା କେବେ ସମ୍ପୂର୍ଣ୍ଣ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ନିର୍ମାଣ ଦାୟିତ୍ୱ ନାମୀଦାମୀ ଠିକା ସଂସ୍ଥାକୁ ନ୍ୟସ୍ତ କରାଯାଇଛି । ସେହି ଘରୋଇ ଉଦ୍ୟୋଗ ମନଇଚ୍ଛା କାମ କରୁଛି ଏବଂ ସରକାରୀ ପଦାଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବହୁବାର ତାଗିଦକୁ ତିଳେମାତ୍ର ଖାତିରି କରୁ ନ ଥିବାରୁ କେବଳ ପାଣି ନୁହେଁ ରାସ୍ତାଘାଟ ସମସ୍ୟା ବଢ଼ି ଚାଲିଛି ।
ଅନ୍ୟପକ୍ଷରେ ଆସନ୍ତା ନଭେମ୍ବର ସୁଦ୍ଧା ବ୍ରହ୍ମପୁରର ସମସ୍ତ ଘରକୁ ପାଇପ ସଂଯୋଗ କରି ନିୟମିତ ଜାନିବିଲି ଜଳ ଯୋଗାଣ କରାଯିବ ବୋଲି ଗୁରୁବାର ଅନୁଷ୍ଠିତ ଅନ୍ୟ ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ।ତେବେ ଏହା କେତେଦୂର କାର୍ଯ୍ୟକାରୀ ହେବ ସେନେଇ ମହାନଗରବାସୀ ଅପେକ୍ଷା କରିଛନ୍ତି। ବ୍ରହ୍ମପୁର ସହରରେ ଦୀର୍ଘ ୩ ଦଶନ୍ଧି ଧରି ଲାଗି ରହିଥିବା ପିଇବା ପାଣି ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଜାନିବିଲି ଡ୍ୟାମରୁ ଦକ୍ଷିଣପୁର ଜଳଭଣ୍ଡାର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଭୂତଳ ମୋଟା ପାଇପ ଲାଇନ ଯୋଗେ ପାଣି ଅଣାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ ।
୨୦୧୩ ଅକ୍ଟୋବର ୩ରେ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକତ୍ଳ ଆଶ୍ରମ ରୋଡସ୍ଥ ଜନସ୍ବାସ୍ଥ୍ୟ ବିଭାଗର ପାଣି ଟାଙ୍କି ପରିସରରେ ଶିଳାନ୍ୟାସ କରିଥିଲେ । ବଜେଟରେ ବ୍ୟୟବରାଦ ଓ ପ୍ରଶାସନିକ ମଞ୍ଜୁରୀ ନ ଥାଇ ଏହା କରାଯାଇଥିଲା । ଏହାର ୩ ବର୍ଷ ପରେ ୨୦୧୬ ନଭେମ୍ବର ୩୦ରେ ପୁଣି ଦ୍ୱିତୀୟ ଥର ଜାନିବିଲି ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀ ମହାନଗର ଉପକଣ୍ଠ ଜଗଦଳପୁର ନିକଟରେ ଶୁଭ ଦେଲେ। ଯୋଜନା ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିବାରୁ ଜଗଦଳପୁରରେ ବୃହତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଆଙ୍କୁଶପୁର ପଡ଼ିଆରେ ଏହି ଉପଲକ୍ଷେ ଆୟୋଜିତ ଜନସମାବେଶରେ ଦୁଇବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୮ ନଭେମ୍ବର ୩୦ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାର ଅବଧି ସରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସରି ନ ଥିଲା । ଭୋଟ ରାଜନୀତି ପାଇଁ ନିର୍ବାଚନ ପୂର୍ବରୁ ୨୦୧୯ ମାର୍ଚ୍ଚ ୩ରେ ଅସମ୍ପୂର୍ଣ୍ଣ ଜାନିବିଲି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ । ସେତେବେଳେ ଏହାକୁ ବିରୋଧୀ କଂଗ୍ରେସ ଓ ଭାଜପା କଡ଼ା ସମାଲୋଚନା ମଧ୍ୟ କରିଥିଲା ।
ବିଜେଡିର ଗତ ନିର୍ବାଚନୀ ପ୍ରଚାରରେ ଜାନିବିଲି ଯୋଜନାକୁ ମୁଖ୍ୟ ପ୍ରସଙ୍ଗ କରାଗଲା । ଯେଉଁ କଂଗ୍ରେସ ନେତାମାନେ ପ୍ରକଳ୍ପ ନେଇ ତାଚ୍ଛଲ୍ୟ କରିଥିଲେ ଘଟଣାଚକ୍ରରେ ସେମାନେ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବା ସହ ଲୋକସଭା ଓ ବିଧାନସଭା ଲଢ଼ିବା ପାଇଁ ପ୍ରାର୍ଥୀ ମଧ୍ୟ ହେଲେ । ପୂର୍ବ ସମାଲୋଚନା ପାସୋରି ବ୍ରହ୍ମପୁର ଜଳ ସଙ୍କଟ ଦୂର ପାଇଁ ବିଜେଡି ସରକାରଙ୍କ ଏହି ପ୍ରକଳ୍ପର ପ୍ରଶଂସା କରି ଭୋଟ ମାଗିଲେ ଓ ସଫଳ ମଧ୍ୟ ହେଲେ । ଅନ୍ୟପକ୍ଷରେ ପ୍ରକଳ୍ପ ନିର୍ମାଣ ଧିମା ହୋଇଥିବାରୁ ରାଜ୍ୟ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିିବ ଓ ଜିଲାପାଳ ବାରମ୍ବାର ସମୀକ୍ଷା ବୈଠକ କରିଥିଲେ । ଫଳ ଶୂନ ହେବାରୁ ଗତ ଏପ୍ରିଲ ୨୦ରେ ମୁଖ୍ୟ ଶାସନ ସଚିବ ବ୍ରହ୍ମପୁରରେ ସମୀକ୍ଷା କରି ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ଜିଲାପାଳ ଓ ବିଏମସି କମିଶନର ଘନ ଘନ ସମୀକ୍ଷା କରି ସମ୍ପୃକ୍ତ ଠିକା ସଂସ୍ଥାକୁ ତାଗିଦ୍ କରିଥିଲେ । ଶେଷରେ ଗୁରୁବାର ପୁଣି ସମୀକ୍ଷା କରାଗଲା ଏବଂ ଏମପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ । ଉଭୟ ଲୋକ ପ୍ରତିନିଧି ନିର୍ମାଣରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ କରିଥିଲେ । ପାଇପ ଲାଇନ ବିଛାଇବା ପାଇଁ ସବୁ ଅଞ୍ଚଳରେ ରାସ୍ତା ଖୋଳି କଦର୍ଯ୍ୟ କରିଥିବାରୁ ଯଦି ଦୁର୍ଘଟଣା ଘଟିବ ତେବେ ଠିକା ସଂସ୍ଥା ବିରୋଧରେ ଫୌଜଦାରି ମାମଲା ରୁଜୁ ହେବାର ଜିଲାପାଳ ସତର୍କ କରି ଦେଇଛନ୍ତି । ଆସନ୍ତା ନଭେମ୍ବର ସୁଦ୍ଧା ସମସ୍ତଙ୍କ ଘରକୁ ଜାନିବିଲି ପାଣି ଯୋଗାଇ ଦିଆଯିବ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଏମପି ସାହୁ ସୂଚନା ଦେଇଛନ୍ତି ।
ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ
ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...
ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି
ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...
୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ
ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...
ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...
ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…
ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
ଅଭିନବ ଉପାୟରେ ଠକେଇ, ଫୋନ୍ପେରେ ଡେମୋ ଦେଖାଇଲେ…
ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...
Archives


