ସରିଲା ମହିଳା ୱେଲ୍ଡିଂ ଲିଗ୍‌

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଚାଲିଥିବା ଜାତୀୟ ମହିଳା ୱେଲ୍ଡିଂ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଫ୍ରୋନିୟସ୍‌ ଭାରତୀୟ ଘରୋଇ ସଂସ୍ଥାର ଅଧ୍ୟକ୍ଷ ବିଶ୍ୱନାଥ କାମାଥ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏଥିରେ ହରିୟାଣାର ଶ୍ରୀବିଶ୍ୱକର୍ମା ବିଶ୍ୱବିଦ୍ୟାଳୟ, ତାମିଲନାଡ଼ୁ ବନାରି ଅମନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ସହ ରାଜସ୍ଥାନ, ମହାରାଷ୍ଟ୍ର ଓ ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ପ୍ରଥମ ପର୍ଯ୍ୟାୟରେ ୨୦୦ ମହିଳା ଓ୍ବେଲ୍ଡିଂ ଇଞ୍ଜିନିୟର ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୩୦ଜଣ ଅନ୍ତିମ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇ ସେମାନଙ୍କ ଓ୍ବେଲ୍ଡିଂ କୌଶଳ ପ୍ରଦର୍ଶନ କରିଥିଲେ। ରାଜ୍ୟର ବିଭିନ୍ନ ସରକାରୀ ତଥା ଘରୋଇ ଆଇଟିଆଇ, ପଲିଟେକନିକ୍‌ର ଛାତ୍ରୀଙ୍କ ସହ ହୋଣ୍ଡା ମୋଟର୍ସର ଓ୍ବେଲ୍ଡିଂ ଇଞ୍ଜିନିୟରମାନେ ଭାଗ ନେଇଥିଲେ। ପ୍ରତିଯୋଗିତାକୁ ଓ୍ବାଲର୍‌ଡ ସ୍କିଲ ଏକ୍ସପର୍ଟ କ୍ଲିଫର ବେଲେ ମୁଖ୍ୟବିଚାରକ ଭାବେ ଯୋଗଦେଇଥିଲେ।
ବିଶ୍ୱବିଦ୍ୟାଳୟରେ ଓ୍ବାଲର୍‌ଡ ସ୍କିଲ ୱେଲ୍ଡିଂ ପାଇଁ ପ୍ରଶିକ୍ଷଣ ନେଉଥିବା ଭୁବନେଶ୍ୱର ସରକାରୀ ଆଇଟିଆଇର ଛାତ୍ରୀ ଉର୍ମିଳା ନାୟକ, କାମିନୀ କୁମାରୀ ରାମ, କେ. ବେହେରା, ପୂଜା ସ୍ବାଇଁ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ମେଡାଲିୟନ ଅଫ୍‌ ଏକ୍ସିଲେନ୍ସ ପଦକ ଜିତିିଥିଲେ। ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ମେକାନିକାଲ ବିଭାଗ ଛାତ୍ରୀ ଆପ୍ତି ଭ୍ୟାସ ବ୍ରୋଞ୍ଜ ପଦକ, ଶ୍ରୀବିଶ୍ୱକର୍ମା ବିଶ୍ୱବିଦ୍ୟାଳୟ ହରିୟାଣାର ଛାତ୍ରୀ ମନିଷା, ଲାଡଲି ଓ ବନାରି ଅମନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ତାମିଲନାଡୁର ଭିନୁ ପ୍ରିଥା ଏସ୍‌ ନିଜର କୌଶଳ ପ୍ରଦର୍ଶନ ପାଇଁ ମେଡାଲିୟନ ଅଫ୍‌ ଏକ୍ସିଲେନ୍ସରେ ପୁରସ୍କୃତ ହୋଇଥିଲେ। ସାମଗ୍ରିକ ଭଲ ପ୍ରଦର୍ଶନ ପାଇଁ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଥିଲା। ସମସ୍ତ ଛାତ୍ରୀ କ୍ୟାପିଟାଲ ଗୁଡ୍‌ସ ସେକ୍ଟର ସ୍କିଲ୍‌ କାଉନସିଲ ଦ୍ୱାରା ସ୍କିଲ୍‌ ସାର୍ଟିଫିକେଟ ପାଇଥିଲେ। ପ୍ରତିଯୋଗିତାର ଉଦ୍‌ଯାପନ ଉତ୍ସବରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ୱ୍ବେଲ୍ଡିଙ୍ଗ୍‌ (ଆଇଆଇଡବ୍ଲୁ)ର ସଭାପତି ପରିମଲ୍‌ ବିଶ୍ୱାସ, କ୍ୟାପିଟାଲ ଗୁଡ୍‌ସ ସେକ୍ଟର ସ୍କିଲ୍‌ କାଉନ୍‌ସିଲର ସିଓଓ ସାଲିନି ସିଂ, ଟେକ୍ନୋଲୋଜି ଆଣ୍ଡ୍‌ ଏକାଡେମିକ୍‌ ଇନିସିଏଟିଭ୍‌ର ଡାଇରେକ୍ଟର ଡ. ଓମ୍‌କାର ନାଥ ମହାନ୍ତି, ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ ଅଧ୍ୟକ୍ଷ ଅମ୍ରିତା ସାବତ ଏବଂ ଆଇଆଇଡବ୍ଲୁର ସେକେଟ୍ରାରୀ ଜେନେରାଲ ରିତୁ ରାଜ ବୋଷ ଯୋଗଦେଇ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଏହି ପ୍ରତିଯୋଗିତା କେବଳ ଛାତ୍ରୀଙ୍କ ମଧ୍ୟରେ ମେଡାଲ ଜିତିବା ପାଇଁ ନୁହେଁ, ବରଂ ସେମାନଙ୍କ ମଧ୍ୟରେ ଉତ୍ସାହ ଜାଗ୍ରତ କରି ଠିକ୍‌ ମାର୍ଗଦର୍ଶନ ପାଇ ଜୀବନରେ ଉନ୍ନତି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ବୋଲି ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସଭାପତି ସଞ୍ଜୀବ କୁମାର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri