ସରିଲା ଛେରାପହଁରା: ଚାରମାଳ ଫିଟା ଆରମ୍ଭ

ପୁରୀ ଅଫିସ, ୧୨।୭: ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ପହଣ୍ଡି ଶେଷ ହେବାପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାବିଗ୍ରହ। ଏହାପରେ ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ରଥରେ ଛେରାପହଁରା କରିବା ପରେ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଛନ୍ତି। ଏହା ପରେ ରଥରେ ଚାରମାଳ ଫିଟାଯିବା ପରେ ରଥଟଣା ଆରମ୍ଭ ହେବ।