ସରିନି ଧାନକିଣା, କଟକଣା ଆରମ୍ଭ

ବରଗଡ଼ ଅଫିସ୍‌,୧୭।୬:  ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟକୁ ଆଉ ସପ୍ତାହକ ପରେ ଦେଢ଼ମାସ ବିତିବ । ଏହି ପ୍ରକ୍ରିୟାରେ ଜିଲାରେ ଖୋଲା ଯାଇଥିବା ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଗୁଡ଼ିକରେ ଉଭୟ ଧାନ ସଂଗ୍ରହ ଓ ଉଠାଣ ଚାଲିଛି । ମାତ୍ର ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇପାରିନାହିଁ । ସେହିପରି ବରଗଡ଼ ଓ ଅତାବିରା ଆରଏମସି ଅଧୀନ କେତେକ ମଣ୍ଡିରେ ଧାନ ଉଠାଣ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅପରପକ୍ଷେ ଧାନ ସଂଗ୍ରହ ପ୍ରକ୍ରିୟାରେ ଗତ ଏପ୍ରିଲ ୩୦ତାରିଖରେ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧାନ ସଂଗ୍ରହ କମିଟି ନିଷ୍ପତ୍ତି ଉପରେ କିଛି ପରିବର୍ତ୍ତନ କରାଯାଇଛି । ଶୁକ୍ରବାରଠାରୁ ଜିଲାର କେତେକ ଧାନକ୍ରୟ କେନ୍ଦ୍ର(ପିପିସି)କୁ ନିକଟସ୍ଥ ମାର୍କେଟ ୟାର୍ଡ଼(ଏମଓ୍‌ାଇ)କୁ ସ୍ଥାନାନ୍ତର କରାଯାଇଛି । ଧାନ କିଣାବିକା ପ୍ରକ୍ରିୟାରେ ଉତ୍ତମ ପରିଚାଳନା ପାଇଁ ସେଭଳି କରାଯାଇଥିବା କୁହାଯାଉଛି । ମାତ୍ର ଏହାଦ୍ୱାରା ଚାଷୀମାନଙ୍କୁ ହିଁ ହଟହଟା ହେବାକୁ ପଡ଼ିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।
ଜିଲାପାଳଙ୍କ କାର୍ଯ୍ୟାଳୟ (ଯୋଗାଣ ବିଭାଗ)ର ପତ୍ରସଂଖ୍ୟା:-୪୦୨୧ ତା:-୧୨।୬।୧୯ କ୍ରମେ ଅତାବିରା ଆରଏମ୍‌ସି ଅଧୀନ ଅତାବିରା ପ୍ୟାକ୍ସ ଅନ୍ତର୍ଗତ ଲସ୍ତଲା, ମନାପଡ଼ା, ସିଂହପାଲି ଓ ଟୋପ ଧାନ କ୍ରୟକେନ୍ଦ୍ର (ପିପିସି)କୁ ଅତାବିରା ମାର୍କେଟ ୟାର୍ଡ଼କୁ ସ୍ଥାନାନ୍ତର କରାଯାଇଛି । ସେହିପରି ଭେଡ଼େନ ପ୍ୟାକ୍ସ ଅନ୍ତର୍ଗତ ପ୍ରଧାନପାଲି ଧାନକ୍ରୟ କେନ୍ଦ୍ରକୁ ରେଶମ ଓ ସାଲେପାଲି ଧାନକ୍ରୟ କେନ୍ଦ୍ରକୁ ଭେଡ଼େନ ମାର୍କେଟ୍‌ୟାର୍ଡ଼କୁ ସ୍ଥାନାନ୍ତର ହୋଇଛି । ଝିଲିମିଣ୍ଡା ପ୍ୟାକ୍ସ ଅଧୀନ ଜହ୍ନାପଡ଼ା ଓ ଝିଲିମିଣ୍ଡା ଧାନକ୍ରୟ କେନ୍ଦ୍ରକୁ ପତ୍ରାପାଲି, ଲହଣ୍ଡା ପ୍ୟାକ୍ସ ଅଧୀନ ଲହଣ୍ଡା ଧାନକ୍ରୟ କେନ୍ଦ୍ରକୁ ଗୋଡ଼ଭଗା, ଲରମ୍ଭା ପ୍ୟାକ୍ସ ଅଧୀନ ତାଲପଦରଟିକ୍ରା ଧାନକ୍ରୟ କେନ୍ଦ୍ରକୁ ଗୋଡ଼ଭଗା, ପାହାଡ଼ଶ୍ରୀଗିଡ଼ା ପ୍ୟାକ୍ସ ଅଧୀନ ଟାଙ୍ଗରପାଲି ଧାନକ୍ରୟ କେନ୍ଦ୍ରକୁ ଖରମୁଣ୍ଡା, ରେମୁଣ୍ଡା ପ୍ୟାକ୍ସ ଅଧୀନ ରେମୁଣ୍ଡାକୁ ଝରାପାଲି, ସିଆଲଖଣ୍ଡହଥା ପ୍ୟାକ୍ସ ଅଧୀନ ବରପଦର, ସୁନାଲରମ୍ଭାକୁ ଭେଡ଼େନ, ସଂକ୍ରୀଡ଼ା ପ୍ୟାକ୍ସ ଅଧୀନ ଚିଚିଣ୍ଡାକୁ ପପଙ୍ଗା ଏବଂ ସଂକ୍ରୀଡ଼ା ପ୍ୟାକ୍ସ ଅଧୀନ ଅର୍ଜୁଣ୍ଡା ଧାନକ୍ରୟ କେନ୍ଦ୍ରକୁ ଝରାପାଲି ମାର୍କେଟୟାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ।
ସେହିପରି ବରଗଡ଼ ଆରଏମସି ଅଧୀନ ଅଡ଼ଗାଁ ପ୍ୟାକ୍ସ ଅନ୍ତର୍ଗତ ଗାଇସିମା, ଖଣ୍ଡହଥାକୁ ଅଡ଼ଗାଁ, ତାଲଶ୍ରୀଗିଡ଼ାକୁ କଲାପାଣି, ଚଢ଼େଇଗାଁ ପ୍ୟାକ୍ସ ଅଧୀନ ଜଡ଼ା ଓ କମଗାଁକୁ ଭଟଲି ମାର୍କେଟୟାର୍ଡ଼କୁ ସ୍ଥାନାନ୍ତର କରାଯାଇଛି । ଗୋବିନ୍ଦପୁର ପ୍ୟାକ୍ସ ଅଧୀନ ଚକରକେନ୍ଦ ଓ ଗୋବିନ୍ଦପୁର ଧାନକ୍ରୟ କେନ୍ଦ୍ରକୁ ଗୁଡ଼େଶିରା, ବରଗଡ଼ କଟାପାଲି ପ୍ୟାକ୍ସ ଅଧୀନ ବରଗାଁ, ନୁନିଆଁ ଜାମପାଲି ଓ ବନ୍ଦାକୁ ବରଗଡ଼, ସରସରା ପ୍ୟାକ୍ସ ଅଧୀନ ଖୁଣ୍ଟପାଲି ଓ ଲାଉନସରାକୁ ବେହେରା ଏବଂ ତୋରା ପ୍ୟାକ୍ସ ଅଧୀନ ଜମୁର୍ଡ଼ାକୁ ବରଗଡ଼ ମାର୍କେଟୟାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ।
ଜିଲାର ବରଗଡ଼, ଅତାବିରା ଓ ପଦ୍ମପୁର ଆରଏମସି ଅଧୀନ ସମସ୍ତ ଧାନକ୍ରୟ କେନ୍ଦ୍ର ଖୋଲା ରହିବ । ମାତ୍ର ପୂର୍ବଭଳି ସବୁଦିନ ସେହି ଧାନକ୍ରୟ କେନ୍ଦ୍ର ଗୁଡ଼ିକରେ ଧାନ ସଂଗ୍ରହ କିମ୍ବା ଉଠାଣ ଚାଲିବ ନାହିଁ । ସପ୍ତାହର ପ୍ରଥମ ତିନିଦିନ ସେହି ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଗୁଡ଼ିକରେ ଧାନ ସଂଗ୍ରହ କରାଯିବ ଏବଂ ଚତୁର୍ଥ ଦିବସରେ ସମ୍ପୃକ୍ତ ବ୍ଲକ ଯୋଗାଣ ନିରୀକ୍ଷକ ତାହା ଯାଞ୍ଚ କରି ସାରିବା ପରେ ଯାଇ ସେହି ଧାନ କିଣାଯାଇ ଉଠାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ଧାନ କିଣାବିକାରେ ସୁଧାର ଆସିବ ନା ଚାଷୀଙ୍କୁ ଆହୁରି ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ିବ, ତାହା ସମୟ କହିବ ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri