ସରିଆସୁଛି ସମୟସୀମା, ସରିନି ଚଉଠେ କାମ:୧୬୮ ଜୀବନ ନେଲାଣି ଏନ୍‌ଏଚ୍‌ ୫୫

ଅନୁଗୋଳ ଅଫିସ, ୧୭।୧୨- ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟକୁ ନେଇ ଏବେ ବଢ଼ୁଛି ଅସନ୍ତୋଷ। ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ଅତ୍ୟନ୍ତ କଛପ ଗତିରେ କାମ କରୁଥିବାରୁ ନିର୍ଦ୍ଧାରିତ ସମୟସୀମା ଶେଷ ହେବାକୁ ବସିଥିଲେ ବି ଏଯାଏ ଚଉଠେ କାର୍ଯ୍ୟ ଶେଷ ହୋଇପାରି ନ ଥିବା ଅଭିଯୋଗ ହେଉଛି। ଏହାଛଡ଼ା ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) ଖାଲଖମା ମରାମତି କରୁ ନ ଥିବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ମାତ୍ର ୧୧ ମାସ ମଧ୍ୟରେ ଏହି ରାସ୍ତାରେ ୧୬୮ ଜଣଙ୍କ ଜୀବନ ହାନି ଘଟିଥିବାରୁ ଏହା ଏକ ମରଣଯନ୍ତାରେ ପରିଣତ ହୋଇଥିବା କୁହାଯାଉଛି। ତଥାପି ଅନୁଗୋଳ ଜିଲା ପ୍ରଶାସନ ଏ ଦିଗରେ ଦୃଢ଼ ପଦକ୍ଷେପ ନ ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ବିରୋଧରେ ମାତ୍ର ୨ଟି ମାମଲା କରି ବସିପଡ଼ିଥିବାରୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି।
ମଙ୍ଗୁଳିରୁ ଅନୁଗୋଳ ଦେଇ ସମ୍ବଲପୁର ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୋହରୀକରଣ ପାଇଁ ୨୦୧୬ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ସମ୍ବଲପୁରରୁ ଅନୁଗୋଳ ପର୍ଯ୍ୟନ୍ତ ନିର୍ମାଣ ପାଇଁ ୧୨୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏହି କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଚୁକ୍ତି ମୁତାବକ ହଜାରେ ଦିନରେ ରାସ୍ତା କାମ ଶେଷ କରିବା କଥା। କିନ୍ତୁ ଅବଧି ଶେଷ ହେବାକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଏଯାବତ୍‌ ଚଉଠେ କାମ ବି ସରିପାରିନି। ଏହି ରାଜପଥରେ ୪ଟି ଓଭରବ୍ରିଜ୍‌, ୩ଟି ଅଣ୍ଡରପାସ୍‌, ୧୦ଟି ସର୍ଭିସ ରୋଡ୍‌, ୨ଟି ଟ୍ରକ୍‌ ପାର୍କିଂ ନିର୍ମାଣ କରାଯିବ। ୩୮ଟି ବଡ଼ ଛକ ଓ ୬୫ଟି ଛୋଟ ଛକର ଉନ୍ନତୀକରଣ ହେବାର ଯୋଜନା ମଧ୍ୟ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଗୋଳ-କଟକ ରାସ୍ତା ପାଇଁ ୫୮୩ କୋଟି ଟଙ୍କା ସମ୍ପୃକ୍ତ ଠିକା ସଂସ୍ଥା ନେଇଛି। ହେଲେ ସମ୍ବଲପୁରରୁ ଅନୁଗୋଳ ମଧ୍ୟରେ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଏହି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ରାଜପଥରେ ହୋଇଥିବା ଖାଲଖମା ମଧ୍ୟ ମରାମତି କରାଯାଉ ନାହିଁ। ଫଳରେ ଦୈନିକ ଏହି ରାଜପଥରେ କେତେଯେ ଜୀବନ ବାଜି ଲାଗୁଛି ତାହା କହିବା ମୁସ୍କିଲ। ଅନୁଗୋଳ ପରିବହନ ବିଭାଗ ନିକଟରେ ଥିବା ତଥ୍ୟ ଅନୁଯାୟୀ, ୨୬ ନଭେମ୍ବର ସୁଦ୍ଧା ଏହି ରାସ୍ତାରେ ଦୁର୍ଘଟଣା ଯୋଗୁ ୧୬୮ ଜଣଙ୍କ ଜୀବନ ଯାଇଛି। ୧୯୮ ଜଣ ଗୁରୁତର ହୋଇଛନ୍ତି। ୧୦୭ ଜଣ ଆହତ ହୋଇଛନ୍ତି। ତେବେ ଡିସେମ୍ବର ୧୨ ତାରିଖ ସୁଦ୍ଧା ହିସାବ କଲେ ଆହୁରି ୨୦ ଦୁର୍ଘଟଣାରେ ପାଖାପାଖି ୧୦ ଜଣଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଛି। କିନ୍ତୁ ଅନୁଗୋଳ ପ୍ରଶାସନ କେବେ ଚେତିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷକରି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଏନ୍‌ଏଚ୍‌ଏଆଇକୁ ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଦୀର୍ଘ ଦିନ ହେବ ମରାମତି କାର୍ଯ୍ୟ ନ କରିବାରୁ ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୧୮ରେ ୧୩୩ ଧାରାରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ୨୦୧୯ରେ ଆଉ ଏକ ମାମାଲା ରୁଜୁ ହୋଇଥିଲା। ଏହି ମାମଲା ରୁଜୁ ହେବା ପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୋଟିଏ ମାସ ମହଲତ ନେଇଥିଲେ। କିନ୍ତୁ ଏହା ମଧ୍ୟରେ ଦୁଇ ମାସ ପୂରି ଯାଇଥିଲେ ମଧ୍ୟ ସେପରି କୌଣସି ମରାମତି କାର୍ଯ୍ୟ କରାଯାଇ ନାହିଁ। ଫଳରେ ଏହି ରାଜପଥରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବା ସହ ଧନୀଜୀବନ ହାନି ହେବାରେ ଲାଗିଛି।
ଏ ନେଇ ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ କହିଛନ୍ତି, ୨୧ କିଲୋମିଟର ବାଇପାସ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହା ଶେଷ ହେବା ପାଇଁ ପ୍ରାୟ ୬ ମାସ ଲାଗିବ। ତେଣୁ ନୋ ଏଣ୍ଟ୍ରି ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ସେହିପରି ଦ୍ରୁତ ଗତିରେ ଯାଉଥିବା ଗାଡ଼ିଗୁଡ଼ିକ ଉପରେ ରୋକ୍‌ ଲଗାଇବା ସମ୍ଭବ ହେଉନାହିଁ। ନୂତନ ମୋଟରଯାନ ଆଇନ୍‌ କଡ଼ାକଡ଼ି ଲାଗୁ ହେବା ପରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକ ଉପରେ ରୋକ୍‌ ଲାଗିପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାସ୍ତା ମରାମତି କରୁ ନ ଥିବାରୁ ଏନ୍‌ଏଚଏଆଇ କର୍ତ୍ତୃପକ୍ଷଙ୍କ ନାମରେ ମଧ୍ୟ ଦୁଇଟି ମାମଲା ରୁଜୁ ହୋଇଥିବା ଅତିରିକ୍ତ ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri