Posted inରାଜ୍ୟ

ସରକାର ଗଠନ ଦାବି ଜଣାଇଲେ ନବୀନ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛନ୍ତି। ରବିବାର ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତ କ୍ରମେ ନେତା ନିର୍ବାଚିତ ହେବା ପରେ ରାଜଭବନ ଗସ୍ତ କରି ନବୀନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ୧୧୨ ବିଜେଡି ବିଧାୟକ ସମର୍ଥନ ପତ୍ର ହସ୍ତାନ୍ତର କରିଛନ୍ତି। ସପ୍ତାହକ ତଳେ ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟ୍‌ ସୁପାରିସ କରିଥିଲା। ରାଜ୍ୟପାଳଙ୍କ ଦ୍ୱାରା ଏହା ଅନୁମୋଦିତ ହୋଇ ଷୋଡଶ ବିଧାନସଭା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବିଜେଡି ନିକଟରେ ପୂର୍ଣ୍ଣ ବହୁମତ ଥିବାରୁ ରାଜ୍ୟପାଳ ଗଣେଶୀଲାଲ ବିଜେଡି ବିଧାୟକ ଦଳ ନେତା ନବୀନଙ୍କୁ ସରକାର ଗଢ଼ିବା ପାଇଁ ବିଧିବଦ୍ଧ ଆମନ୍ତ୍ରଣ କରିଥିବା ଜଣାପଡ଼ିଛି। ଆସନ୍ତା ୨୯ ତାରିଖ ଅର୍ଥାତ୍‌ ବୁଧବାର ପୂର୍ବାହ୍ନରେ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳ ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ରାଜଧାନୀସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନବୀନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌.ଏଚ୍‌.ଜି)ର ବହୁ ସଦସ୍ୟା ଯୋଗଦେବେ। ଇତିମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ ଆର.ପି ଶର୍ମା ଏବଂ ଟୁଇନ୍‌ ସିଟି କମିଶନର ସତ୍ୟଜିତ ମହାନ୍ତି ପ୍ରମୁଖ ଶପଥ ଗ୍ରହଣ ସ୍ଥଳ ତଥା ପ୍ରଦର୍ଶନୀ ପଡ଼ିଆର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।
୬ ନମ୍ବରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ମଧ୍ୟାହ୍ନ ସାଢେ ୧୨ଟା ସମୟରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଏହା ପୂର୍ବରୁ ବିରାଟ ପୁଷ୍ପଗୁଚ୍ଛ ଦ୍ୱାରା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବ ନିର୍ବାଚିତ ସମସ୍ତ ବିଧାୟିକା/ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଦଳ ସଭାପତି ନବୀନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହାକୁ ଦଳର ସମସ୍ତ ସଭ୍ୟ ତଥା ବିଶେଷ ଭାବେ ୯ଜଣ ମହିଳା ବିଧାୟକ ସମର୍ଥନ ଜଣାଇଥିଲେ। ଏହା ପରେ ନବୀନ ପଟ୍ଟନାୟକ ନବ ନିର୍ବାଚିତ ବିଧାୟକମାନଙ୍କୁ ସଂକ୍ଷିପ୍ତ ଉଦ୍‌ବୋଧନ ଦେଇଥିଲେ। ୫ମ ଥର ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବୀନ କହିଥିଲେ ଯେ, ବିଜେଡି ବିଧାୟକ ଦଳର ସମସ୍ତଙ୍କ ପ୍ରତି କୃତଜ୍ଞ। ବିଜେଡି ଉପରେ ପୁନର୍ବାର ଭରସା କରି ଶାସନର ସୁଯୋଗ ଦେଇଥିବାରୁ ୪ କୋଟି ଓଡ଼ିଆଙ୍କୁ ଧନ୍ୟବାଦ। ଜନସାଧାରଣଙ୍କ ଆସ୍ଥା ହିଁ କଠିନ ପରିଶ୍ରମ ପାଇଁ ପ୍ରେରଣା ଦେଇଛି। ବିଜେଡିର ଲଗାତର ସଫଳତାକୁ ନେଇ ଅନେକେ ବେଳେବେଳେ ପ୍ରଶ୍ନ କରିଥାନ୍ତି, ସେମାନଙ୍କୁ ୨ଟି ଉତ୍ତର ପ୍ରଦାନ କରିଥାଏ। ପ୍ରଥମଟି ଜନତାଙ୍କୁ ପ୍ରାଧାନ୍ୟ ଏବଂ ଦ୍ୱିତୀୟରେ ଲୋକଙ୍କ ପାଇଁ କାର୍ଯ୍ୟ ବୋଲି ୫ମ ଥର ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି। ସେହିପରି କଲ୍ୟାଣକାରୀ ଯୋଜନାକୁ ପ୍ରାଧାନ୍ୟ ଦେଲେ ରାଜନୀତି କଷ୍ଟକର ବ୍ୟାପାର ହୋଇ ନ ଥାଏ। ଅଧିକ ସଂଖ୍ୟକ ବିଧାୟକ ପ୍ରଥମଥର ପାଇଁ ବିଧାନସଭାକୁ ଆସିଛନ୍ତି। ସେମାନେ ମନେ ରଖିବା ଉଚିତ ଯେ, ସେମାନେ ସରଳ ଜୀବନଯାପନ କରିବା ଉଚିତ। ସରଳ ଜୀବନଯାପନ ହିଁ ଲୋକମାନଙ୍କୁ ନିକଟତର କରିଥାଏ ବୋଲି ନବୀନ କହିଛନ୍ତି। ସର୍ବଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କଠିନ ପରିଶ୍ରମ କରିବା ସହ ଓଡ଼ିଶାକୁ ବିକାଶର ପରବର୍ତ୍ତୀ ପର୍ଯ୍ୟାୟକୁ ନେବା କାର୍ଯ୍ୟକ୍ରମରେ ସହଯୋଗ କାମନା କରିଥିଲେ। ସେହିଭଳି ନବ ନିର୍ବାଚିତ ପ୍ରତ୍ୟେକ ବିଧାୟକଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ସମସ୍ୟାକୁ ଆଖି ଆଗରେ ରଖି ତାହାର ସମାଧାନ କରିବା ଦିଗରେ କାର୍ଯ୍ୟ କରିବା ନେଇ ବିଜେଡି ସଭାପତି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ପୂର୍ବ ବିଧାନସଭାର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ଆହୁରି ତ୍ୱରାନ୍ବିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ରାଜ୍ୟକୁ ପ୍ରଗତି ଆଣିଦେବ। ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ସହ ମହିଳା ସଶକ୍ତୀକରଣ ସରକାରଙ୍କ ପ୍ରାଥମିକତା ହେବ। ସେହିପରି ନବ ନିର୍ବାଚିତ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭଳି ଅନେକ ମହିଳାଙ୍କୁ ନେତୃତ୍ୱ ନେବାର ସୁଯୋଗ ପ୍ରଦାନ କରିଥିବାରୁ ଧନ୍ୟବାଦ। ଲୋକ ଆସ୍ଥା ଏବଂ ବିଶ୍ୱାସଭାଜନ ହୋଇଥିବାରୁ ଆଗାମୀ ଦିନରେ ବିଜେଡି ସରକାର ଲୋକଙ୍କ ପ୍ରଗତି ପାଇଁ ନିଶ୍ଚୟ କାମ କରିବ ବୋଲି ଲତିକା କହିଛନ୍ତି। ଦଳ ପକ୍ଷରୁ ନବନିର୍ବାଚିତ ବିଧାୟିକା/ବିଧାୟକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ବିଧାୟକ ଦଳ ବୈଠକ ପରେ ଦଳର ସମସ୍ତ ବିଧାୟକ, ଏମ୍‌ପି ଏବଂ କର୍ମକର୍ତ୍ତାଙ୍କ ପାଇଁ ହୋଇଥିବା ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri