ସରକାରୀ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ବାସନ୍ତି

 

କଲମପୁର, ୧୮।୧ (ଡି.ଏନ୍‌.ଏ)-
କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗଁା ପଁଚେତ୍‌ ଅଧୀନ ପାତ୍ରବସା ଗାଁର ବାସନ୍ତି ପୁଝାରୀ(୬୫)। ଅନେକ ଦିନ୍‌ ହେଲା ଆପ୍‌ନେ ଆର ଗୁଟେବଲି ପୁଓକେ ହରେଇ ସେ ଭାଂଗି ପଡ଼ିଛନ୍‌। ଏନ୍‌ତା ପରିସ୍ଥିତିରେ ସେ ଅନେକ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ବଡ଼ାଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଥିବାର କହିଛନ୍‌।
ସୂଚନା ଅନ୍‌ସାରେ ପାତ୍ରବସା ଗଁାର ନିସାହା ବୁରୁଧ୍‌ ବିଧବା ବାସନ୍ତି ପୂଝାରୀ। ବଛର କେତେଟା ତଲେ ଗୁଟେବଲି ପୁଓ ଜୟପାଟଣା ବ୍ଲକ ତାଲପଦର ପାସର କେନାଲ କାମରେ ନିୟୋଜିତ ଥିଲାବେଲେ କେହେନ୍‌ସି କାରନ୍‌ରୁ ତାକର ମୁର୍‌ତୁ ହେଇଥିଲା। ଇତାର ମାସକେତେ ଉତାରୁ ଆପ୍‌ନେ କୁମ ପୂଝାରୀ ବିଲେଇ ଚବାରେ ଖଁଡ଼ିଆଖବରା ହେଇ କଲମପୁର ଡାକ୍‌ତରଖାନାରେ ଚିକିଛାଧୀନ ଅବସ୍‌ତାରେ ଆରପାରକେ ଚାଲିଯାଇଥିଲେ। ପୁଓ ଆର ଆପ୍‌ନେର ମୁର୍‌ତୁରେ ବାସନ୍ତି ପୂରାପୂରି ଭାଂଗି ପଡ଼ିଛନ୍‌। ସେଦିନ୍‌ଠାନୁ ସେ ନିଜର ପୁରନା ଦଦ୍‌ରା ମାଏଟ୍‌ କୁରିଆରେ ନିସାହା ଜୀବନ୍‌ ବିତଉଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପଁଚେତ୍‌ରୁ ମାସିକ ମିଲୁଥିବାର ଚାଉଲ ଦୁରା ଆର ଭତା ନ ସାହାଭରସା। ଇଆଡ଼େ ଅଭାବ ଅନାଟନାରୁ ପୁରନା ଦଦ୍‌ରା ମାଏଟ୍‌ କୁରିଆର ମରାମତି ବି କରି ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ରୁ ବ୍ଲକ ତକ୍‌ ଭିନେ ଭିନେ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ପୁଓ ଆର ଆପ୍‌ନେକେ ହରାବାର ଅନେକ୍‌ ଦିନ ବିତିଯାଇଥିଲେ ବି ବାସନ୍ତି ଆଏଜ୍‌ତକ ହରିଶ୍ଚନ୍ଦ୍ର, ପରିବାର ମଙ୍ଗଳ ଯୋଜନାର ସାହାଯ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ମୋର ଭାଏଗ୍‌ରେ ଖାଲି ଭତା ଆର ଚାଉଲ ଦୁରା ଅଛେ। ପକାଘର ଆର ଉନିଆ ସରକାରୀ ସାହାଯ୍‌ ମୁଇଁ ମଲା ଉତାରୁ ମିଲବା ବଲି କଁଦ୍‌କଁଦ୍‌ନିଅଁା ହେଇ ସେ କହିଥିଲେ। ଥାନୀଅ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ବାସନ୍ତିକୁଁ ଆବାସ ଯୋଜନାରେ ଘରଖଁଡ଼େ ଆର ପରିବାର ମଙ୍ଗଳ ଯୋଜନାର ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ କଲମପୁର ବିଡିଓ ହେମସାଗର ଭୋଇକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ଯେତେ ଜଲଦି ହେବା ତାହାକୁ ନିୟମ ହିସାବେ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଶିକ୍ଷାଦାନରେ ଗୁରୁଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିଲା…

କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଗୁରୁଦିବସ ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri