ସରକାରୀ ପୋରଛାହନ୍‌ର ଅଭାବ୍‌:ଦୁରଦିନ୍‌ରେ ମୁରଦୁଁଗ୍‌ କାରିଗର

ଗୁଡଭେଲିପଦର, ୧୯।୫ (ଡି.ଏନ.ଏ): ଭାରତୀୟ ସଂସ୍କୃତି ଆର ପରମ୍ପରାରେ ଅନେକ ପରକାର ବାଦ୍ୟର ପରଚଲନ ଅଛେ। ପୂଜାପାଠ୍‌ନୁ ମୂଲ କରି ବିହାବରପନ, ଉଛବ୍‌, ପରବ୍‌, ଜାନୀଯାତରାରେ ଘଁଟ୍‌, ଶଁଖ୍‌, ମୁହୂରି, ଢ଼ୋଲ, ଲିସାନ୍‌, ମୁରଦୁଁଗ୍‌, ଗିନିର ପରଚଲନ ଦେଖ୍‌ବାକେ ମିଲସି। ଇ ସବୁ ବାଦ୍ୟଯନ୍ତ୍ର କେନ୍‌ ଯୁଗୁ ଆମର ସଂସ୍କୃତି, ପରମ୍ପରା ସଂଗେ ଜୁଡ଼ି ହେଇ ରହିଛେ। ହେଲେ ଆଏଜ୍‌କାଲି ବିଦେଶୀ ସଂସ୍କୃତିର ବଡ଼ଭାରି ପରଚଲନ ଲାଗି ଆମର ଦେଶୀ ବାଦ୍ୟଯନ୍ତ୍ର ଲୋପ୍‌ ପାଏବାକେ ବସଲାନ। ଦିନୁଦିନ୍‌କେ ଏନ୍‌ତା ହେଲାନ ଯେ, ଆଗଲା ପିଢ଼ି ଇ ସବୁ ବାଦ୍ୟଯନ୍ତ୍ର ସଂଗ୍ରହାଳୟମାନକେ ଦେଖ୍‌ବାକେ ପାଏବେ।
ସେନ୍‌ତା ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ହେଉଛେ ଗୁଟେ କଳା, ସଂସ୍କୃତି ପୂରି ରହିଥିବାର ଅଂଚଲ। ଇ ଅଂଚଲରେ ଭିନେ ଭିନେ ସମିଆରେ ଅନେକ ଉଛବ୍‌, ପରବ୍‌ ପାଲନ ହେଉଛେ। ସେନ୍‌ତା ଲୋକ୍‌କଳାକେ ବଁଚେଇ ରଖ୍‌ବାର ଲାଗି ଅଂଚଲର ଲୋକ୍‌ ସବୁବେଲେ ଚେରେଷ୍‌ଟା କରୁଛନ୍‌। ଅଂଚଲରେ ଗଁାଗଁାରେ କିରତନ୍‌ ଦଲ ରହିଛେ। ସେମାନେ ଭିନେ ଭିନେ ଜାନିଯାତରା, ଉଛବ୍‌, ପୂଜାପାଠ୍‌କେ ଯାଇ କିରତନ୍‌ କରୁଛନ୍‌। ଇ କିରତନ୍‌ର ମୁଖିଆ ବାଦ୍ୟଯନ୍ତ୍ର ହେଉଛେ ମୁରଦୁଁଗ୍‌। ଇଥିର ବିନା କିରତନ୍‌ ସମ୍‌ଭବ ନୁହେ। ହେଲେ ସରକାରୀ ପୋରଛାହନ୍‌ ଅଭାବୁ ଆଏଜ୍‌ ମୁରଦୁଁଗ୍‌ ବାଦ୍ୟଯନ୍ତ୍ର କାରିଗରୀ ଲୋପ୍‌ ପାଏବାକେ ବସଲାନ। ଅନେକ କାରିଗର ଇ ବୁରତି ଛାଡ଼ି ଉନିଆ ଧଁଦାବାଡ଼ି କଲେନ। ମୁରଦୁଁଗ୍‌ କାରିଗରମାନେ ମାଟିରେ ତିଆର ହେଇଥିବାର ଝଁାଜ୍‌କେ କୁମ୍ଭାରନୁ ଘିନିଆନି ତାର ଉପରେ ଆଗରୁ ଶୁଖେଇ ରଖିଥିବାର ଚମଡ଼ାକେ ସାଇଜ କରି କାଟି ସେଥ୍‌ରେ ଲଗାସନ୍‌। ଚମଡ଼ା ଖଁଜି ସାଏଲା ଉତାରୁ ମୁରଦୁଁଗ୍‌ର ଦୁଇଫାଲେ କିରନ୍‌ ଦିଆଯାଏସି। ଇ ହିସାବେ ଗୁଟେ ମୁରଦୁଁଗ୍‌ ତିଆରିବାର ଲାଗି କାରିଗରମାନକୁ ୪ରୁ ୫ ଦିନ୍‌ ଲାଗିଯାଏସି। ଆଏଜ୍‌କାଲି ଚମଡ଼ା ଅଭାବ ଲାଗି କାରିଗରମାନକୁ ବଜାରରୁ ଘିନବାକେ ପଡ଼ୁଛେ। ଇ ଚମଡ଼ା ଆଗରୁ ଗଁାଗଁଲିରେ ସୁବିଧା ଆର ସସ୍‌ତାରେ କାରିଗରମାନକୁ ମିଲିଯାଉଥିଲା। ହେଲେ ଆଏଜ୍‌କାଲି ମୁରଦୁଁଗ୍‌ ତିଆରି ଲାଗି ଦରକାର ପଡ଼ୁଥିବାର ସାଜୋସାମାନ ସୁବିଧାରେ ନାଇଁ ମିଲବାର। ଯେନ୍‌ଥିରଲାଗି କାରିଗରମାନେ ବାପ୍‌ଅଜା ଅମଲୁ ଆପନେଇଥିବାର ଇ କୁଲବୁରତିକେ ଛାଡ଼ି ଉନିଆ ଧଁଦାବାଡ଼ିରେ ଧିଆନ୍‌ ଦେଉଛନ୍‌। କଳାକାର ପାରିବାରର ଯୁବକ୍‌ମାନେ ବି କୁଲବୁରତିକେ ପସନ୍‌ ନାଇଁକରବାର। ଇଆଡ଼େ ସରକାର ଲୋକକଳା, ଲୋକ୍‌ ସଂସ୍କୃତି, ନାଚ୍‌ଗୀତ୍‌କେ ବଁଚେଇ ରଖ୍‌ବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। କଳାକାରମାନକୁ ଡାକି ଅନେକ୍‌ ଉଛବ୍‌ରେ ସନ୍‌ମାନିତ କରୁଛନ୍‌। ହେଲେ ଇ ବାଦ୍ୟଯନ୍ତ୍ରମାନ ତିଆର କରୁଥିବାର କାରିଗରମାନେ ଆଏଜ୍‌ ବି ସରକାରୀ ପୋରଛାହନ୍‌ ଅଭାବୁ ଅବହେଲିତ ହେଇ ପଡ଼ିରହିଛନ୍‌। ଇ ବାବ୍‌ଦେ ଗୁଡ଼ଭେଲିପଦର ଗଁାର ମୁରଦୁଁଗ୍‌ କାରିଗର ରାମଚନ୍ଦ୍ର ପାଣିଗ୍ରାହୀକୁଁ ପଚରାଲାରୁ ଇ ବୁରତିରେ କାମ୍‌ ହିସାବେ ଦାମ୍‌ ନାଇଁ ମିଲବାର। ସରକାରକଁର ତରଫୁ ଯଦି କିଛି ପୋରଛାହନ୍‌ ମିଲତା ଆମର କଳା ସଂସ୍କୃତି ସଂଗେ ଜଡ଼ିତ ଥିବାର ଇ ବୁରତିକେ ବଁଚେଇ ରଖିହେତା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri