ସରକାରୀ ଜମିରୁ ମୋରମ ଲୁଟ୍‌: ରାଜସ୍ବ ହରାଉଛନ୍ତି ସରକାର

ଔପଦା, ୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ତହସିଲ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତର କୁସୁନଦାସପୁର, ରଙ୍ଗାମାଟିଆ, ପଣ୍ଡୁଆ, ପଥରପଦା ଆଦି ଗ୍ରାମରେ ଥିବା ସରକାରୀ ଜମିରୁ ମୋରମ ଲୁଟ୍‌ କରାଯାଉଛି। ସରକାର ହଜାର ହଜାର ଟଙ୍କାର ରାଜସ୍ବ ହରାଉଥିବା ବେଳେ ପ୍ରଶାସନ ଜାଣି ମଧ୍ୟ ନୀରବଦ୍ରଷ୍ଟା ପାଲଟିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
କୁସୁନଦାସପୁର ପରିତ୍ୟକ୍ତ ମାଙ୍କଡ଼ା ଖଣି ହୁଡ଼ାରୁ ପ୍ରାୟ ୫୦୦ ଫୁଟ୍‌ରୁ ଅଧିକ ଏବଂ ପଣ୍ଡୁଆ ପଥରପଦା ଅଞ୍ଚଳରୁ ଶହ ଶହ ଫୁଟ୍‌ ମୋରମ ଲୁଟ୍‌ କରାଯାଉଛି। ଏନେଇ ବାରମ୍ବାର ସ୍ଥାନୀୟ ତହସିଲଦାର ପୀତାମ୍ବର ଭୋଇଙ୍କଠାରେ ଲିଖିତ ଅଭିଯୋଗ ହୋଇଥିଲା। ଔପଦା ତହସିଲ ଅନ୍ତର୍ଗତ ଫତେପୁର, ରାଏରାମଚନ୍ଦ୍ରପୁର, ବଡ଼ପୋଖରୀ, ଗଡ଼ସାହି, ଅଘିରାପଦା ଆଦି ପଞ୍ଚାୟତର ବଣପାହାଡ଼ ଉପକଣ୍ଠରେ ଚୋରା ପଥର ଖାଦାନ ଚାଲୁଥିବା ଅଭିଯୋଗ ହେଉଛି। ଏହା ପଛରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଠିକାଦାରମାନଙ୍କ ହାତ ଥିବା ବିଷୟ ବିଭିନ୍ନ ମହଲରେ ଅଭିଯୋଗ ହେଉଛି।
ସ୍ଥାନୀୟ ବୁଦ୍ଧିଜୀବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀକୃଷ୍ଣ ଚନ୍ଦ୍ର ନାୟକ କହନ୍ତି, ପ୍ରଶାସନ ଏବଂ ମାଫିଆମାନେ ମିଳିମିଶି ମୋରମ ଖାଦାନରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ବଡ଼ବଡ଼ ଠିକାଦାର ଓ ରାଜନେତାମାନଙ୍କ ସହ ହାତ ମିଳାଇ ମାଫିଆମାନେ ମୋରମ ଖାଦାନରୁ ମୋରମ ଉଠାଉଛନ୍ତି। ଏହାଦ୍ୱାରା ସରକାର ରାଜସ୍ବ ହରାଇବା ସହ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଚାରଣଭୂମି ନଷ୍ଟ ହୋଇଯାଉଛି। ସେ ଏହାର ବିହୀତ ତଦନ୍ତ ପାଇଁ ଦାବି କରିଛନ୍ତି।
ସାମାଜିକ କର୍ମୀ ଅଜୟ ପ୍ରଧାନ କହିଛନ୍ତି, ଚାରଣଭୂମିରୁ ମୋରମ ଉଠାଇବା ପରେ ସେଠାରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଖାଲରେ ପାଣି ଜମି ରହୁଛି। ବର୍ଷାଦିନେ ଗୋରୁଗାଈ, ଛେଳି ଖାଲରେ ପଡ଼ି ଜୀବନ ହରାଇବା ସହ ମଣିଷମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ସେହିପରି ପୁରସ୍ତମ ବେହେରା, ଡ. ସୁଶାନ୍ତ କୁମାର ଜେନା, ସାମାଜିକ କର୍ମୀ ପ୍ରତାପ ମହାନ୍ତି, ସଂଗ୍ରାମ ପାତ୍ର ପ୍ରମୁଖ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଶାସନର ନୀରବତା ନେଇ ପ୍ରଶ୍ନ ଉଠାଇଛନ୍ତି।
ଔପଦା ତହସିଲଦାର ଭୋଇଙ୍କୁ ପଚରାଯିବାରୁ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି ଓ ମୋରମ ଲୁଟେରାଙ୍କ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri