ସରକାରଙ୍କ ଦାୟିତ୍ୱ

କୃଷକମାନଙ୍କ ହିତରେ କୁହାଯାଉଥିବା ଏନ୍‌ଡିଏ ସରକାରଙ୍କ ୩ କୃଷି ଆଇନକୁ ନେଇ ଏବେ ଦେଶରେ ବିରାଟ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି। କୃଷିରେ ଆଗୁଆ ରାଜ୍ୟ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଏହି ଆନ୍ଦୋଳନର ନେତୃତ୍ୱ ନେଇ ସରକାରଙ୍କୁ ତୀବ୍ର ବିରୋଧ କରିବା ସହ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଲାଗି ଦାବି କରିଛନ୍ତି। ବିରୋଧୀମାନେ ବି କୃଷକମାନଙ୍କୁ ସମର୍ଥନ କରିଛନ୍ତି। ଆନ୍ଦୋଳନରେ ଭାଗ ନେଇଥିବା ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ପହଞ୍ଚିଯାଇଛନ୍ତି। ଦିଲ୍ଲୀର କିଛି ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରିଦେଇଛନ୍ତି। ଏହି ସଙ୍କଟକୁ ସମ୍ଭାଳିବାରେ ସରକାର ସମ୍ପୂର୍ଣ୍ଣ ଉପାୟଶୂନ୍ୟ ଭଳି ଜଣାପଡୁଛନ୍ତି। ସରକାର ଜଣାଶୁଣା ହାଇପ୍ରୋଫାଇଲ ନେତାଙ୍କୁ ବୁଝାମଣା ପାଇଁ ପଠାଇଛନ୍ତି, ହେଲେ କୌଣସି ଲାଭ ମିଳିନାହିଁ। ଏହି ସମସ୍ୟାର ସମାଧାନ ଲାଗି ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ମଙ୍ଗଳବାର କୃଷକ ସଂଘ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି। ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାର ନୂଆ କୃଷି ଆଇନରୁ କେବେ ବି ପଛକୁ ହଟିବେ ନାହିଁ ବୋଲି ଦୃଢ ମନ୍ତବ୍ୟ ରଖିବା ପରେ ଏହା ସଙ୍କଟକୁ ଆହୁରି ଜଟିଳ କରିଦେଇଛି। ଏବେ ଆନ୍ଦୋଳନକାରୀ କୃଷକମାନେ ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏହା ନ କରି ଆଉ ଯାହା କଲେ ବି ସେମାନେ ତାହାକୁ ମାନିବେ ନାହିଁ କି ଏହା ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ ବୋଲି କହିଛନ୍ତି। ଯଦି ଏହି ସମସ୍ୟାର ସମାଧାନ ଶୀଘ୍ର କରା ନ ଯାଏ ତେବେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର କୃଷକମାନେ ଆନ୍ଦୋଳନରତ କୃଷକମାନଙ୍କ ସହ ଯୋଗଦେବାର ସମ୍ଭାବନା ରହିଛି। ପ୍ରଥମେ ସରକାର କୃଷକମାନେ ସଂଗଠିତ ହେବା ପୂର୍ବରୁ ଏହାକୁ ସମାଧାନ କରିବାର ଥିତ୍ଲା, କିନ୍ତୁ ସରକାର ଏଥିପ୍ରତି କୌଣସି ସମବେଦନା ପ୍ରକାଶ କଲେ ନାହିଁ। ଦିଲ୍ଲୀ ସୀମାରେ ପହଞ୍ଚତ୍ବା ଯାଏ ମଧ୍ୟ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ। ଏପରି କି ଏହି ସମସ୍ୟାକୁ ଏକ ସଙ୍କଟରେ ପରିଣତ ହେବାକୁ ଦେଇଥିବା ଦୋଷରୁ କେନ୍ଦ୍ର ନିଜକୁ ରକ୍ଷା କରିିପାରିବ ନାହିଁ। ଆନ୍ଦୋଳନକାରୀ କୃଷକଙ୍କ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ଅତ୍ୟଧିତ୍ତ୍କ ଅର୍ଦ୍ଧସାମରିକ ବଳ ମୁତୟନ କରି କୃଷକଙ୍କୁ ନିୟନ୍ତ୍ରଣ କରିବା ପାଇଁ ହିଂସାର ପଥ ଆପଣାଇବା ପରିସ୍ଥିତିିକୁ ଜଟିଳ କରିଦେଲା। ସବୁଠୁ ଖରାପ ହେଉଛି, ସରକାରରେ ଥିବା କିଛି ହାଇପ୍ରୋଫାଇଲ ନେତା କୃଷକମାନଙ୍କ ପ୍ରତି‘ଖଲିସ୍ଥାନୀ ଟେରରିଷ୍ଟ’ ଭଳି କଠୋର ଶବ୍ଦ ପ୍ରଯୋଗ କଲେ। ଏହା ନିଶ୍ଚିତ ଭାବେ କୃଷକ ଗୋଷ୍ଠୀଙ୍କୁ ଅଧିକ କ୍ଷୁବ୍ଧ କରିଛି। ନୂଆ କୃଷି ଆଇନ କୃଷକଙ୍କ ହିତରେ ବୋଲି ସରକାର ବାରମ୍ବାର କହିଆସୁଛନ୍ତି। କିନ୍ତୁ କୃଷକମାନେ ଏହାକୁ ଗ୍ରହଣ କରୁନାହାନ୍ତି। ସେମାନେ ଭୟ କରୁଛନ୍ତି ଯେ, ସେମାନଙ୍କର ଏବକାର ମଣ୍ଡି ବ୍ୟବସ୍ଥା ଏବଂ ଭାରତରେ କୃଷକମାନଙ୍କର ମୂଳ ଆଧାର କୁହାଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପଦ୍ଧତିକୁ ଶେଷ କରିଦେବ। ଆନ୍ଦୋଳନର ସ୍ଥାନ ବଦଳାଇବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅନୁରୋଧକୁ କୃଷକମାନେ ଗ୍ରହଣ କରିବାକୁ ମନା କରିଦେବା ହିଁ ସେମାନଙ୍କ ମଧ୍ୟରେ ଥିବା କ୍ରୋଧ ବା ବିଦ୍ୱେଷ ଭାବକୁ ସ୍ପଷ୍ଟ କରିଦେଲା।
କୋଭିଡ୍‌ ମହାମାରୀରେ ଲଗାତର କୃଷିରେ ବୃଦ୍ଧି ହୋଇ ଚାଲିଛି। ଏପରିକି ମାନ୍ଦାବସ୍ଥାରେ ଥିବା ଅର୍ଥନୀତି ୭.୫% ତଳକୁ ଖସିଥିତ୍ଲେ ମଧ୍ୟ ଏହା ଘଟିଛି। ଭାରତର ମୋଟ ଘରୋଇ ଉପତ୍ାଦ( ଜିଡିପି)କୁ କୃଷିର ଅବଦାନ ୧୫%। ଯଦିଓ ଏହି କ୍ଷେତ୍ରକୁ କମ୍‌ ଗୁରୁତ୍ୱ ଦିଆଯାଉଛିି, ତଥାପି ଏହା ଦେଶର ତିନି ଚତୁର୍ଥାଂଶ ଲୋକଙ୍କୁ ସ୍ଥାୟୀ ରୋଜଗାର ଦେଇଆସୁଛି। ମହାମାରୀ ସମୟରେ ଲୋକଙ୍କ ମନବଳ ଭାଙ୍ଗିପଡିଛି ,ନିଯୁକ୍ତିରେ ଏକ ବଡ଼ ଅନିଶ୍ଚିତତା ଦେଖାଦେଇଛି, ଗ୍ରାମାଞ୍ଚଳର ଦୁଃଖ ବଢିଯାଇଛି। ଏତିକିବେଳେ ସରକାର କୃଷି ଆଇନରେ ଏତେ ପରିବର୍ତ୍ତନ କରିବା ପାଇଁ କାହିଁକି ଭାବିଲେ ତାହାର କାରଣ ଜଣାପଡୁନାହିଁ। ଏହା କହିବାର ମାନେ ନୁହେଁ ଯେ,କୃଷି କ୍ଷେତ୍ର ଠିକ୍‌ ରହିଛି କିମ୍ବା ଏହା ଲାଗି କୌଣସି ସଂସ୍କାରର ଆବଶ୍ୟକତା ନାହିଁ। କିନ୍ତୁ ଆଇନରେ ଏଭଳି ଅମୂଳଚୂଳ ପରିବର୍ତ୍ତନ କରିବାର ଏହା ଠିକ୍‌ ସମୟ ନ ଥିଲା। ଯଦି ସରକାର ତାହାକୁ ଲାଗୁ କରିବାର ଥିତ୍ଲା ତେବେ ଏଭଳି ତରବରିଆ ଭାବେ କରିବା ଉଚିତ ନ ଥିଲା। କେନ୍ଦ୍ର ସମସ୍ତ ଅଶୀଂଦାରଙ୍କୁ ବିଶ୍ୱାସକୁ ନେଇ ଏକ ସହମତିରେ ପହଞ୍ଚିବା ଉଚିତ ହୋଇଥାନ୍ତା। ସରକାର ଏମ୍‌ଏସ୍‌ପି ବ୍ୟବସ୍ଥାକୁ ଏପାଖ ସେପାଖ କେବେ ବି କରିବେ ନାହିଁ ବୋଲି ସରକାରଙ୍କଠାରୁ କୃଷକମାନେ ଆଶ୍ୱାସନା ଚାହଁୁଛନ୍ତି। କେବଳ ଆଶ୍ୱାସନା ନୁହେଁ, କୃଷକଙ୍କର ଏକ ଅପରିହାର୍ଯ୍ୟ ଅଧିକାର ଭାବେ ଏହାକୁ ଆଇନରେ ପରିଣତ କରିବା ଆବଶ୍ୟକ। ସରକାର ମଧ୍ୟ ଏହା ଶୀଘ୍ର କରିବା ଦରକାର। ସରକାର ଏବଂ କୃଷକ ଉଭୟ ପକ୍ଷ କିଛି ବ୍ୟବସ୍ଥା କରିବା ଲାଗି ଚେଷ୍ଟା କରିବା ସହ ଏକ ସାଧାରଣ ନିର୍ଯାସରେ ପହଞ୍ଚିବା ଉଚିତ। ଏଥିପାଇଁ ସରକାର ପ୍ରଥମେ ଆଗେଇ ଆସିବା ଦରକାର। ଟାଳଟୁଳ ନୀତି ଦୂର ହେବା ଉଚିତ। ଏହି ସଙ୍କଟକୁ ଯଦି ଅଧିତ୍କ ସମୟ ରହିବାକୁ ଦିଆଯାଏ, ତେବେ ଏହା ଅମଳ ଋତୁର ମଝିରେ ଥିବା କୃଷି କ୍ଷେତ୍ରକୁ କ୍ଷତି କରିବା ସହ ଅର୍ଥବ୍ୟବସ୍ଥାର ସୁଧାରରେ ବିଳମ୍ବ କରିବ। ସଙ୍କଟକୁ ଟାଳିବା ଲାଗି ଆନ୍ଦୋଳନକାରୀ କୃଷକମାନଙ୍କୁ ଆଲୋଚନାକୁ ଆଣିବା ସରକାରଙ୍କ ଦାୟିତ୍ୱ। ସରକାର ଅତୀତରେ ତାଙ୍କ ଜିଦି ଲାଗି ବହୁ ସମାଲୋଚିତ ହୋଇଛନ୍ତି । ଏଣୁ ସରକାର ତାଙ୍କ ଜିଦିରୁ ଓହରିଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri