ସରକାରଙ୍କ ତ୍ରୁଟି : ପିଲା ଯିବେ କୁଆଡ଼େ

ଭୁବନେଶ୍ୱର,୩୦ା୯: ରାଜ୍ୟରେ ଭୁଶୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଲାଗି ଗୋଟିଏ ପଟେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା କହୁଛନ୍ତି। ଅନ୍ୟପଟେ ସରକାରଙ୍କ ତ୍ରୁଟି ଯୋଗୁ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ୨ ନାମଲେଖା କ୍ଷେତ୍ରରେ ବଡ଼ଧରଣର ତ୍ରୁଟି ଘଟିଥିବା ଧରିତ୍ରୀ ଦୃଷ୍ଟିକୁ ଆସିଛି। ଖବର ନେବାରେ ଜଣାପଡ଼ିଛି ଯେ, ରାଜ୍ୟବ୍ୟାପୀ ପ୍ରାୟ ୨୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି।
ଉଦାହରଣ ସ୍ବରୂପ ଗତ ୧୯ ତାରିଖରେ ବର୍ଷା ପ୍ରିୟଦର୍ଶିନୀ ସାହୁ ନାମ୍ନୀ ଜଣେ ଛାତ୍ରୀ ପୁରୀ ଜିଲା ସୁରଜମଲ ସାହା କଲେଜରେ ଯୁକ୍ତ୨ରେ ନାମ ଲେଖାଇଥିଲେ। ଏଥିପାଇଁ ତାଙ୍କ ନିକଟକୁ ଏସ୍‌ଏମ୍‌ଏସ୍‌ ଯୋଗେ ଇଣ୍ଟିମେଶନ ଆସିଥିଲା। କଲେଜରେ ନାମଲେଖା ମଧ୍ୟ ସରିଗଲା। ଏଥିପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦସ୍ତଖତ ଥିବା ଆଡ୍‌ମିଶନ ରସିଦ ଧରି ଘରକୁ ଫେରିଲେ, ଯେଉଁଥିରେ କଲେଜ ରୋଲ୍‌ ନମ୍ବର ମଧ୍ୟ ରହିଥିଲା। ଏଥିପାଇଁ ତାଙ୍କୁ ୩ହଜାର ୭୦୦ ଟଙ୍କା ଦାଖଲ କରିବାକୁ ପଡ଼ିଥିଲା। ମାତ୍ର ଦୁଇଦିନ ପରେ ପୁଣିଥରେ ତାଙ୍କୁ ଏକ ଫୋନ୍‌ ଆସିଲା ଯେ, ୧୯ ତାରିଖରେ ଯେଉଁମାନଙ୍କ ନାମ ଲେଖାଯାଇଛି ତାହା ବୈଧନୁହେଁ, ଟଙ୍କା ଫେରସ୍ତ କରିନିଅନ୍ତୁ। ଏତିକିରେ ବର୍ଷାଙ୍କ ସମେତ ଯେଉଁ ଛାତ୍ରୀଛାତ୍ରମାନେ ସେଦିନ ନାମ ଲେଖାଇଥିଲେ ସେମାନେ ବ୍ୟସ୍ତ ହୋଇଯାଇଛନ୍ତି। ଏହାପରଠାରୁ ୧୦ଦିନ ହେଲାଣି ସେହି ପିଲାମାନେ କଲେଜ କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡୁଛନ୍ତି। ପିଲାମାନଙ୍କ ସମ୍ପୂର୍ଣ୍ଣ ତାଲିକା ଧରିତ୍ରୀ ପାଖରେ ରହିଛି। ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ପଚରାଯିବାରୁ ବର୍ତ୍ତମାନ ସେ କ’ଣ କରିବେ ଜାଣିପାରୁନାହାନ୍ତି। କଲେଜ ଯିବାକୁ ଡ୍ରେସ୍‌ ଆଉ ବହି ମଧ୍ୟ କିଣି ଦେଇଛନ୍ତି। ଏପରି ଖବର ପାଇବା ପରେ ବର୍ତ୍ତମାନ ମାନସିକ ସ୍ତରରେ ଡରିଯାଇଥିବା ସେ କହିଛନ୍ତି।
ରବିବାର ଥିବା ସତ୍ତ୍ୱେ ସୁରଜମଲ ସାହା କଲେଜରେ କିଛି କାମ ଚାଲିଥିବାରୁ ସେଠାରେ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସ ଏବଂ ଯୁକ୍ତ୨ ନାମଲେଖା ଦାୟିତ୍ୱରେ ଥିବା ସୁଶାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ସେମାନଙ୍କୁ ଭେଟି ଉପରୋକ୍ତ ବିଷୟରେ ଆମେ ଆଲୋଚନା କରିଥିଲୁ। ହେଲେ ସୁଶାନ୍ତ ମହାପାତ୍ର ଯାହା କହିଲେ ତାହା ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି, କେବଳ ଆମ କଲେଜ ନୁହେଁ ବରଂ ଇଣ୍ଟିମେଶନ ପଠାଯାଉଥିବା ସ୍ଥାନରୁ ଭୁଲ୍‌ରେ ବହୁ କଲେଜକୁ ଏପରି ଭୁଲ ତାଲିକା ଯାଇଛି। ଏପରି କି ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ଜୁନିୟର କଲେଜ ଏବଂ ରେଭେନ୍‌ଶା ଜୁନିୟର କଲେଜକୁ ମଧ୍ୟ ଭୁଲ୍‌ ପିଲାଙ୍କ ତାଲିକା ଚାଲିଯାଇଥିଲା। ସେହିପରି ଆମ କଲେଜକୁ ସ୍ପଟ୍‌ ସିଲେକ୍ସନର ତାଲିକା ୧୯ ତାରିଖରେ ଆସିଥିଲା। ସେହି ପିଲାମାନଙ୍କ ରେଜିଷ୍ଟ୍ରେଶନ କରି ଆଡ୍‌ମିଶନ ଆରମ୍ଭ କଲୁ। ଏହାର ଦିନକ ପରେ ୨୦ ତାରିଖରେ ଏକ ମେସେଜ ପହଞ୍ଚିଲା ଯେ, ୨୧ ତାରିଖରେ ଆଉ ଏକ ଛାତ୍ରୀଛାତ୍ରଙ୍କ ତାଲିକା ପହଞ୍ଚିବ, ୧୯ ତାରିଖରେ ଯେଉଁ ତାଲିକା ଯାଇଛି ତାହା ଭୁଲ୍‌। ଏହି ତ୍ରୁଟି ଯୋଗୁ ଉଚ୍ଚ ମାର୍କ ରଖିଥିବା ପିଲାମାନଙ୍କ ତାଲିକା ବାଦ୍‌ ପଡ଼ିଯାଇଛି। କିନ୍ତୁ ୨୧ ତାରିଖରେ ଯେଉଁ ତାଲିକା ଆସିଥିଲା ସେଥିରେ ୧୯ ତାରିଖ ତାଲିକାରେ ଥିବା ପିଲାଙ୍କ ନାମ ନ ଥିଲା। ସାମସ୍‌(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ)ରେ ଯେପର୍ଯ୍ୟନ୍ତ ଆଡ୍‌ମିଶନ ପାଇଥିବା ପିଲାଙ୍କ ନଁା ଅପଡେଟ ନ ହୋଇଛି କିଛି କରାଯାଇପାରିବ ନାହିଁ। ଆମକୁ ନିର୍ଦ୍ଦିଷ୍ଟଭାବେ ଏ ପର୍ଯ୍ୟନ୍ତ ଉପରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇନାହିଁ। ଆମେ ସାମସ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌(ପିଏମ୍‌ୟୁ) ଅଫିସର ଇନ୍‌ଚାର୍ଜ(ଓଆଇସି) ଭାଗୀରଥି କାଣ୍ଡିଙ୍କୁ ଫୋନ୍‌ କରିବାରୁ ତାହା ଏକ ବଡ଼ ଭୁଲ୍‌ ବୋଲି ଉତ୍ତର ମିଳିଲା। ଏନେଇ ବିଜେବି ଏବଂ ରେଭେନ୍‌ଶାରୁ ଖବର ମିଳିବାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିବା କାଣ୍ଡି କହିଥିଲେ ବୋଲି ସୁଶାନ୍ତ କହିଛନ୍ତି।
ମାତ୍ର କଲେଜ ପକ୍ଷରୁ ଯାହା କୁହାଯାଇଛି, ତାହାର ଓଲଟା ଜବାବ ପିଏମ୍‌ୟୁ ଓଆଇସି ଭାଗୀରଥି କାଣ୍ଡିଙ୍କ ନିକଟରୁ ଶୁଣିବାକୁ ମିଳିଛି। ଏଥିପାଇଁ ସବୁ କଲେଜଗୁଡିକ ଦାୟୀ ବୋଲି କହିଦେଇ ସେ ସିଧାସଳଖ ନିଜ ଦୋଷ ଗ୍ରହଣ କରି ନ ଥିଲେ। ଘଟଣା ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଭାଗୀରଥି କାଣ୍ଡିଙ୍କୁ ମୋବାଇଲ ଫୋନ ନମ୍ବର(୭୦୦୮୨୫୧୯୫୦)କୁ ଏକାଧିକ ବାର ଯୋଗାଯୋଗ କରିବାପରେ ସେ ତାଙ୍କ ଆଡୁ ଟେଲିଫୋନ୍‌ କରି କହିଛନ୍ତି, କଲେଜ ସ୍ତରରେ ଏହି ଭୁଲ୍‌ ହୋଇଛି। ଆମେ ଯାହା ତାଲିକା ପଠାଇଥିଲୁ ସେହିଦିନ ତାହାକୁ ସଂଶୋଧନ କରି ଆଉ ଏକ ଚିଠି କରିଥିଲୁ। ସେସବୁ ଗୋଟିଏ ଦିନରେ ହୋଇଥିଲା। ମାତ୍ର ସଂଶୋଧିତ ତାଲିକାକୁ କଲେଜଗୁଡ଼ିକ ଦେଖିନାହାନ୍ତି ବୋଲି ସେ କହିଛନ୍ତି। କିନ୍ତୁ ତାଙ୍କ ତରଫରୁ ହୋଇଥିବା ତ୍ରୁଟି ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ।
ଆଉ କିଛି ଅଧ୍ୟାପକ କହିଛନ୍ତି, ଘଟଣାକୁ ୧୦ଦିନ ବିତିଯିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନ ନେଇ ଚୁପ୍‌ ବସିଛନ୍ତି। ଘଟଣାକୁ ଚାପିଦେବାକୁ ମଧ୍ୟ ଉପରୁ କୁହାଯାଉଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ସେ କିଛି ପଦକ୍ଷେପ ନେଇନାହାନ୍ତି। ଏଭଳି ଗୋଳିଆ ପରିସ୍ଥିତିରେ ଅନ୍ୟ ଏକ ପ୍ରଶ୍ନ କେତେଜଣ ଅଧ୍ୟାପକଙ୍କ ଦ୍ୱାରା ଉଠାଯାଉଛି। ସେମାନଙ୍କ କହିବାନୁଯାୟୀ, ଯେଉଁ ପିଲାମାନଙ୍କୁ ନାମଲେଖା ଯାଇ ପରେ ଏଥିରୁ ବଞ୍ଚିତ କରାଗଲା ତାହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଥାଇପାରେ। ଏଇ କେତେକ ପିଲାଙ୍କୁ ବାଦ୍‌ ପକାଇ ଅଧିକ ମାର୍କ ପାଇଥିବା ପିଲାଙ୍କ ନାମ ଦିଆଯାଇଥିବା ଯାହା କୁହାଯାଉଛି, ତାହା କେତେଦୂର ସତ୍ୟ ସେ ସମ୍ପର୍କରେ ପ୍ରଶ୍ନ ଉଠିଲାଣି। ଏହି ଅଧ୍ୟାପକମାନଙ୍କ ସନ୍ଦେହ ହେଉଛି ଯେ, କେତେକ ମୁଷ୍ଟିମେୟ ପ୍ରଭାବଶାଳୀ ପିଲାଙ୍କୁ ଏଭଳି ତ୍ରୁଟି ଘଟାଇ ବେଆଇନ ଭାବେ ନାମ ଲେଖାଇବାର ସୁଯୋଗ ଦିଆଯାଇଥାଇପାରେ। ସେହିପରି ଘଟଣା ସମ୍ପର୍କରେ ନିର୍ଦ୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ଙ୍କ ମୋବାଇଲ ଫୋନ ନମ୍ବର(୯୪୩୭୫୭୯୧୦୧)କୁ ଏକାଧିକ ବାର ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲା। ହେଲେ ସେ ଉତ୍ତର ଦେଇନାହାନ୍ତି।

ସୁନୀତ୍‌ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri