ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଚିନ୍ତାରେ ଚାଷୀ: ଧାନ ପାଇଁ ପବନ, ପରିବାକୁ ବର୍ଷା ବିପଦ

ଜଗତ୍‌ସିଂହପୁର ଅଫିସ,୬ା୧୧: ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର କଥା ହେଲା ପ୍ରାକୃତିକ ବିପର୍ଯ୍ୟୟ ଜିଲାବାସୀଙ୍କ ମେରୁଦଣ୍ଡ ବଙ୍କା କରିସାରିଲାଣି। ଅଧିକାଂଶ ବର୍ଷ ବାତ୍ୟା, ବନ୍ୟା ଓ ପ୍ରବଳ ବର୍ଷା ଆଦି ଯୋଗୁ ଚାଷ ବାଧାପ୍ରାପ୍ତ ହେଉଛି। କେବଳ ଚାଷ ନୁହେଁ, ଧନ ଜୀବନ ମଧ୍ୟ ହାନୀ ଘଟୁଛି। କିଛି ଦିନ ପୂର୍ବରୁ ଜିଲାରେ ପ୍ରବଳ ବର୍ଷା ଯୋଗୁ ପନିପରିବା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଯେଉଁ କାରଣରୁ ଏବେ ପରିବା ଦର ଆକାଶ ଛୁଆଁ ହୋଇଛି। ଆଗକୁ ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବ ଜିଲା ଉପରେ ପଡିବାର ସମ୍ଭାବନା ରହିଛି। ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଜଗତ୍‌ସିଂହପୁର ସମେତ ରାଜ୍ୟର ୧୫ଟି ଜିଲାର ଜିଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି ଚାଷୀ ସେମାନଙ୍କ ଧାନ କିମ୍ବା ପନିପରିବା ଅମଳକ୍ଷମ ହୋଇଥିବ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଅମଳ କରିଦେବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଲାଗି ରହିଲେ ବିଲରେ ପାଣି ଜମି ରୋଗ ଓ ପୋକ ହେବାର ସମ୍ଭାବନା ଥିବାରୁ ହିଡ ହାଣି ଜଳ ନିସ୍କାସନ ପାଇଁ କୁହାଯାଇଛି। ଏହି ସୂଚନା ଜିଲାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। କାରଣ ଏବେ ଧାନ ଫୁଲ ଉଡାଇବା ତଥା ଥୋଡ ବାହାରିବା ଆରମ୍ଭ କରିଛି। ବାତ୍ୟା ହେଲେ ସବୁ ଧାନ ଅଗାଡି ହୋଇଯିବ। ସେହିପରି ବର୍ଷା ହେଲେ ଯାହା କିଛି ପନିପରିବା ରହିଛି ସେସବୁ ମଧ୍ୟ ଉଜୁଡିଯିବ। ଏହି ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ବାନ୍ଧି ବସିଥିବା ବେଳେ ଆଗକୁ ଖାଉଟି ପରିବା କିଲୋ ଶହେ ଟଙ୍କାରେ କିଣିବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି।
ଚଳିତ ଖରିପ ଋତୁରେ ଜିଲାର ୮୬,୦୦୦ ହେକ୍ଟରରେ ଧାନ ଚାଷ ହୋଇଛି। ଏହା ଅମଳ ହେଲେ ଅନ୍ୟୁନ ୩ ଲକ୍ଷ ୪୪ ହଜାର ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ଜମିର ପାଖାପାଖି ୯୦%ରେ ଜୁନ ମାସରେ ଧାନ ଗଜା ହୋଇଥିଲା। ତେଣୁ ଅମଳ ହେବା ପାଇଁ ସାଢେ ୪ ମାସରୁ ସାଢେ ୫ ମାସ ଅର୍ଥାତ୍‌ ଥୋଡ ବାହାରିବାର ୪୫ ଦିନ ପରେ ଅମଳ ହେବା କଥା। ଏବେ ପ୍ରାୟତଃ ବିଲରେ ଧାନ ଥୋଡ ବାହାରିଛି। ବାତ୍ୟା ହେଲେ ଏହା ଅଗାଡି ହୋଇଯିବ। ଅନ୍ୟପକ୍ଷରେ ଲଗାଣ ବର୍ଷା ହେଲେ ଜଳ ନିସ୍କାସନ ସମସ୍ୟା ଥିଲେ ବିପଦ। ତେଣୁ ଏବେଠାରୁ ଚାଷୀ ସତର୍କ ହେବାକୁ ପଡିବ। ତାହା ନ ହେଲେ ଧାନ ଓ ପନିପରିବାରେ ପୋକ ଲାଗିଯିବେ। ଏହାକୁ ଦୃଷ୍ଟିରେ ରଖି ଚାଷୀ ବିଶେଷ ସତର୍କ ହେବା ପାଇଁ ଆହ୍ବାନ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୪ ଓ ୨୫ରେ ଜିଲାରେ ପ୍ରବଳ ବର୍ଷା ହୋଇଥିଲା। ଜିଲାର ୮ଟି ଯାକ ବ୍ଲକ ଅଞ୍ଚଳରେ ୨୪ ତାରିଖରେ ୮୦୦ ଓ ୨୫ରେ ୮୦୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ୨୪ରେ ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ ୧୮୦ ମିଲିମିଟର (ଅତିପ୍ରବଳ) ବର୍ଷା ହୋଇଥିଲା। କେବଳ ବିରିଡ଼ିକୁ ଛାଡିଦେଲେ ଅନ୍ୟ ବ୍ଲକ ଯଥା ଜଗତ୍‌ସିଂହପୁର, ନାଉଗାଁ, ବାଲିକୁଦା, ତିର୍ତ୍ତୋଲ, ରଘୁନାଥପୁର ଓ କୁଜଙ୍ଗରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୫ରେ ରଘୁନାଥପୁର ବ୍ଲକ ଅଞ୍ଚଳରେ ୧୩୩ ମିଲିମିଟର ତଥା ଅତି ପ୍ରବଳ ଓ ଅନ୍ୟ ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ତା ପରଠାରୁ ପରିବା ଦର ଆକାଶ ଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋଗ୍ରାମ ପ୍ରତି ଦର ୪୦ ଟଙ୍କା ଉପରେ ରହିଛି। ବାତ୍ୟା କି ଲଗାଣ ବର୍ଷା ହେଲେ ଦର ୧୦୦ ଟଙ୍କା ଛୁଇଁବ ବୋଲି ପରିବା ବ୍ୟବସାୟୀ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri