ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଚିନ୍ତାରେ ଚାଷୀ: ଧାନ ପାଇଁ ପବନ, ପରିବାକୁ ବର୍ଷା ବିପଦ

ଜଗତ୍‌ସିଂହପୁର ଅଫିସ,୬ା୧୧: ଜଗତ୍‌ସିଂହପୁର ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର କଥା ହେଲା ପ୍ରାକୃତିକ ବିପର୍ଯ୍ୟୟ ଜିଲାବାସୀଙ୍କ ମେରୁଦଣ୍ଡ ବଙ୍କା କରିସାରିଲାଣି। ଅଧିକାଂଶ ବର୍ଷ ବାତ୍ୟା, ବନ୍ୟା ଓ ପ୍ରବଳ ବର୍ଷା ଆଦି ଯୋଗୁ ଚାଷ ବାଧାପ୍ରାପ୍ତ ହେଉଛି। କେବଳ ଚାଷ ନୁହେଁ, ଧନ ଜୀବନ ମଧ୍ୟ ହାନୀ ଘଟୁଛି। କିଛି ଦିନ ପୂର୍ବରୁ ଜିଲାରେ ପ୍ରବଳ ବର୍ଷା ଯୋଗୁ ପନିପରିବା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଯେଉଁ କାରଣରୁ ଏବେ ପରିବା ଦର ଆକାଶ ଛୁଆଁ ହୋଇଛି। ଆଗକୁ ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବ ଜିଲା ଉପରେ ପଡିବାର ସମ୍ଭାବନା ରହିଛି। ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଜଗତ୍‌ସିଂହପୁର ସମେତ ରାଜ୍ୟର ୧୫ଟି ଜିଲାର ଜିଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି ଚାଷୀ ସେମାନଙ୍କ ଧାନ କିମ୍ବା ପନିପରିବା ଅମଳକ୍ଷମ ହୋଇଥିବ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଅମଳ କରିଦେବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଲାଗି ରହିଲେ ବିଲରେ ପାଣି ଜମି ରୋଗ ଓ ପୋକ ହେବାର ସମ୍ଭାବନା ଥିବାରୁ ହିଡ ହାଣି ଜଳ ନିସ୍କାସନ ପାଇଁ କୁହାଯାଇଛି। ଏହି ସୂଚନା ଜିଲାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। କାରଣ ଏବେ ଧାନ ଫୁଲ ଉଡାଇବା ତଥା ଥୋଡ ବାହାରିବା ଆରମ୍ଭ କରିଛି। ବାତ୍ୟା ହେଲେ ସବୁ ଧାନ ଅଗାଡି ହୋଇଯିବ। ସେହିପରି ବର୍ଷା ହେଲେ ଯାହା କିଛି ପନିପରିବା ରହିଛି ସେସବୁ ମଧ୍ୟ ଉଜୁଡିଯିବ। ଏହି ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ବାନ୍ଧି ବସିଥିବା ବେଳେ ଆଗକୁ ଖାଉଟି ପରିବା କିଲୋ ଶହେ ଟଙ୍କାରେ କିଣିବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି।
ଚଳିତ ଖରିପ ଋତୁରେ ଜିଲାର ୮୬,୦୦୦ ହେକ୍ଟରରେ ଧାନ ଚାଷ ହୋଇଛି। ଏହା ଅମଳ ହେଲେ ଅନ୍ୟୁନ ୩ ଲକ୍ଷ ୪୪ ହଜାର ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ଜମିର ପାଖାପାଖି ୯୦%ରେ ଜୁନ ମାସରେ ଧାନ ଗଜା ହୋଇଥିଲା। ତେଣୁ ଅମଳ ହେବା ପାଇଁ ସାଢେ ୪ ମାସରୁ ସାଢେ ୫ ମାସ ଅର୍ଥାତ୍‌ ଥୋଡ ବାହାରିବାର ୪୫ ଦିନ ପରେ ଅମଳ ହେବା କଥା। ଏବେ ପ୍ରାୟତଃ ବିଲରେ ଧାନ ଥୋଡ ବାହାରିଛି। ବାତ୍ୟା ହେଲେ ଏହା ଅଗାଡି ହୋଇଯିବ। ଅନ୍ୟପକ୍ଷରେ ଲଗାଣ ବର୍ଷା ହେଲେ ଜଳ ନିସ୍କାସନ ସମସ୍ୟା ଥିଲେ ବିପଦ। ତେଣୁ ଏବେଠାରୁ ଚାଷୀ ସତର୍କ ହେବାକୁ ପଡିବ। ତାହା ନ ହେଲେ ଧାନ ଓ ପନିପରିବାରେ ପୋକ ଲାଗିଯିବେ। ଏହାକୁ ଦୃଷ୍ଟିରେ ରଖି ଚାଷୀ ବିଶେଷ ସତର୍କ ହେବା ପାଇଁ ଆହ୍ବାନ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୪ ଓ ୨୫ରେ ଜିଲାରେ ପ୍ରବଳ ବର୍ଷା ହୋଇଥିଲା। ଜିଲାର ୮ଟି ଯାକ ବ୍ଲକ ଅଞ୍ଚଳରେ ୨୪ ତାରିଖରେ ୮୦୦ ଓ ୨୫ରେ ୮୦୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ୨୪ରେ ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ ୧୮୦ ମିଲିମିଟର (ଅତିପ୍ରବଳ) ବର୍ଷା ହୋଇଥିଲା। କେବଳ ବିରିଡ଼ିକୁ ଛାଡିଦେଲେ ଅନ୍ୟ ବ୍ଲକ ଯଥା ଜଗତ୍‌ସିଂହପୁର, ନାଉଗାଁ, ବାଲିକୁଦା, ତିର୍ତ୍ତୋଲ, ରଘୁନାଥପୁର ଓ କୁଜଙ୍ଗରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୫ରେ ରଘୁନାଥପୁର ବ୍ଲକ ଅଞ୍ଚଳରେ ୧୩୩ ମିଲିମିଟର ତଥା ଅତି ପ୍ରବଳ ଓ ଅନ୍ୟ ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ତା ପରଠାରୁ ପରିବା ଦର ଆକାଶ ଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋଗ୍ରାମ ପ୍ରତି ଦର ୪୦ ଟଙ୍କା ଉପରେ ରହିଛି। ବାତ୍ୟା କି ଲଗାଣ ବର୍ଷା ହେଲେ ଦର ୧୦୦ ଟଙ୍କା ଛୁଇଁବ ବୋଲି ପରିବା ବ୍ୟବସାୟୀ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri