ସମ୍ପାଦକୀୟ/ଧୁଆ ଅଧୁଆ ସମାନ

ଭାରତରେ ରାଜନୀତିକୁ ଅପରାଧମୁକ୍ତ କରାଯିବା ଲାଗି ବାରମ୍ବାର ପ୍ରୟାସ କରାଯାଉଛି। ହେଲେ ଏହାର ସୁଫଳ ମିଳିପାରୁ ନାହିଁ। ଏଭଳି ସ୍ଥଳେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏକ ତଥ୍ୟରେ ପାର୍ଲାମେଣ୍ଟରେ ଅପରାଧ ପୃଷ୍ଠଭୂମି ଥିବା ୪୬ ପ୍ରତିଶତ ସଦସ୍ୟ ଅଛନ୍ତି ବୋଲି ଜଣାଇଥିଲେ। ତେଣୁ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ଗୃହୀତ ହେବା ଭଳି ମନେହେଉ ନାହିଁ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ଏହା ଉପରେ ନିର୍ଦ୍ଦେଶନାମା ଜାରି କରନ୍ତୁ। ୨୪ ଜାନୁୟାରୀ ୨୦୨୦ରେ ରାଜନୀତିର ଅପରାଧୀକରଣକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ରାଜନୈତିକ ଦଳଗୁଡ଼ିକ ଆପରାଧିକ ମାମଲାରେ ଜଡ଼ିତ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପ୍ରଦାନ ନ କରିବାକୁ ନିର୍ଦ୍ଦେଶ ଦେବା ଲାଗି ନିର୍ବାଚନ କମିଶନ (ଇସି) ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଥିଲେ। ତେବେ ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ୍‌ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାଜନୀତିକୁ ଅପରାଧମୁକ୍ତ କରିବା ଲାଗି କେତେକ ପଦକ୍ଷେପ ନେବା ସକାଶେ ଇସିଙ୍କୁ ପରାମର୍ଶ ଦେଇଛନ୍ତି। ୨୦୧୮ରେ ସର୍ବୋଚ୍ଚ ଅଦାଲତର ଏକ ସାମ୍ବିଧାନିକ ଖଣ୍ଡପୀଠ ରାଜନୀତିରେ ଅପରାଧୀକରଣ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଥିଲେ ଯେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ପ୍ରାର୍ଥୀମାନେ ନିଜ ବିରୋଧରେ ବିଚାରାଧୀନ ଆପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ଘୋଷଣା କରିବା ଦରକାର। ସେହିଭଳି ପ୍ରାର୍ଥୀମାନଙ୍କ ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକ ଦଳୀୟ ଓ୍ବେବସାଇଟ୍‌ରେ ମଧ୍ୟ ସୂଚନା ଦେବେ। ଏପରି କି ଗଣମାଧ୍ୟମରେ ପ୍ରାର୍ଥୀ ଓ ଦଳଗୁଡ଼ିକ ଏକ ଘୋଷଣାନାମା ଜାରି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ତାହା ସତ୍ତ୍ୱେ ଅପରାଧ ମାମଲା ଥିବା ନେତାମାନେ ନିର୍ବାଚନ ଲଢ଼ି ଜିତୁଛନ୍ତି। ତେବେ ରାଜନୀତିକୁ ଅପରାଧମୁକ୍ତ କରିବା ଲାଗି ଇସି ଏବଂ ଭାଜପା ନେତା ତଥା ଆବେଦନକାରୀ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏକାଠି ବସି ଏହାର ମୁକାବିଲା ପାଇଁ ଏକ ପ୍ରସ୍ତାବ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।
ବିଭିନ୍ନ ସମୟରେ ସର୍ବୋଚ୍ଚ ଅଦାଲତ ରାଜନୀତିକୁ ଅପରାଧମୁକ୍ତ କରିବା ଲାଗି ତାଗିଦ୍‌ କରୁଛନ୍ତି। ପାର୍ଲାମେଣ୍ଟରେ ଏ ଦିଗରେ ଆଇନ ଅଣାଯିବା ପାଇଁ ଦାବି ହେଉଛି। ହେଲେ ରାୟ ଦେଉଥିବା ବିଚାରପତିମାନଙ୍କ ଦ୍ୱାରା ଘଟାଯାଉଥିବା ଅପରାଧ ଅନେକ ସମୟରେ ଯାଞ୍ଚ ହେଉନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଅନ୍ୟପଟେ ଅପରାଧର ଗମ୍ଭୀରତାକୁ ମପାଯିବାର ବ୍ୟବସ୍ଥା ନାହିଁ। ସାଧାରଣତଃ ରାଜନୀତିରେ ଜଡ଼ିତ ବ୍ୟକ୍ତିମାନେ ଅନେକ ସମୟରେ ଶୋଭାଯାତ୍ରା, ପ୍ରତିବାଦ ସଭା ଆଦିରେ ଲୋକଙ୍କ ସହିତ ଭାଗ ନେଇଥାଆନ୍ତି। ସେତେବେଳେ ଶାସନ ବ୍ୟବସ୍ଥା ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ବିଭିନ୍ନ ଅବାଞ୍ଛିତ ଦଫା ଲଗାଯାଇ ପ୍ରତିବାଦକାରୀଙ୍କୁ ଗିରଫ କରାଯାଏ। ଏହାକୁ ଉସୁକାଇବା ପାଇଁ ସେହି ସମୟର ଶାସକ ଦଳ ସକ୍ରିୟ ଭୂମିକା ନେଇଥାଏ। ଘଟଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ଉଠାଇ ନେବା ପାଇଁ ପୋଲିସ ପାଖରେ କ୍ଷମତାର ପ୍ରୟୋଜନ ରହିଥାଏ। ସେଥିପାଇଁ ମିଛରେ ଦଫା ଲଗାଯାଇ ରାଜନେତାଙ୍କୁ ଗିରଫ କରାଯାଏ। ଏହି ପ୍ରକ୍ରିୟା ପରବର୍ତ୍ତୀ ସମୟରେ ଚାଲୁ ରହେ ଏବଂ ଅଧିକାଂଶ ସମୟରେ ରାଜନୈତିକ ବ୍ୟକ୍ତିମାନଙ୍କ ବିରୋଧରେ ବିଧିବଦ୍ଧ ମାମଲା ଦାଏର ହୁଏ। ଫଳରେ ବାସ୍ତବ ଅପରାଧୀ ଓ ପ୍ରତିବାଦ କରି ଦଫା ଲାଗିଥିବା ବ୍ୟକ୍ତିଙ୍କ ମଧ୍ୟରେ କୌଣସି ପ୍ରଭେଦ ଜଣାପଡ଼େ ନାହିଁ। ଓଡ଼ିଆରେ ଢଗ ଅଛି- ଧୁଆ ମୂଳା, ଅଧୁଆ ମୂଳା ସମାନ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri