ସମ୍ପାଦକୀୟ/ଧୁଆ ଅଧୁଆ ସମାନ

ଭାରତରେ ରାଜନୀତିକୁ ଅପରାଧମୁକ୍ତ କରାଯିବା ଲାଗି ବାରମ୍ବାର ପ୍ରୟାସ କରାଯାଉଛି। ହେଲେ ଏହାର ସୁଫଳ ମିଳିପାରୁ ନାହିଁ। ଏଭଳି ସ୍ଥଳେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏକ ତଥ୍ୟରେ ପାର୍ଲାମେଣ୍ଟରେ ଅପରାଧ ପୃଷ୍ଠଭୂମି ଥିବା ୪୬ ପ୍ରତିଶତ ସଦସ୍ୟ ଅଛନ୍ତି ବୋଲି ଜଣାଇଥିଲେ। ତେଣୁ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ଗୃହୀତ ହେବା ଭଳି ମନେହେଉ ନାହିଁ। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ଏହା ଉପରେ ନିର୍ଦ୍ଦେଶନାମା ଜାରି କରନ୍ତୁ। ୨୪ ଜାନୁୟାରୀ ୨୦୨୦ରେ ରାଜନୀତିର ଅପରାଧୀକରଣକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ରାଜନୈତିକ ଦଳଗୁଡ଼ିକ ଆପରାଧିକ ମାମଲାରେ ଜଡ଼ିତ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପ୍ରଦାନ ନ କରିବାକୁ ନିର୍ଦ୍ଦେଶ ଦେବା ଲାଗି ନିର୍ବାଚନ କମିଶନ (ଇସି) ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଥିଲେ। ତେବେ ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ୍‌ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାଜନୀତିକୁ ଅପରାଧମୁକ୍ତ କରିବା ଲାଗି କେତେକ ପଦକ୍ଷେପ ନେବା ସକାଶେ ଇସିଙ୍କୁ ପରାମର୍ଶ ଦେଇଛନ୍ତି। ୨୦୧୮ରେ ସର୍ବୋଚ୍ଚ ଅଦାଲତର ଏକ ସାମ୍ବିଧାନିକ ଖଣ୍ଡପୀଠ ରାଜନୀତିରେ ଅପରାଧୀକରଣ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଥିଲେ ଯେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ପ୍ରାର୍ଥୀମାନେ ନିଜ ବିରୋଧରେ ବିଚାରାଧୀନ ଆପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ଘୋଷଣା କରିବା ଦରକାର। ସେହିଭଳି ପ୍ରାର୍ଥୀମାନଙ୍କ ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକ ଦଳୀୟ ଓ୍ବେବସାଇଟ୍‌ରେ ମଧ୍ୟ ସୂଚନା ଦେବେ। ଏପରି କି ଗଣମାଧ୍ୟମରେ ପ୍ରାର୍ଥୀ ଓ ଦଳଗୁଡ଼ିକ ଏକ ଘୋଷଣାନାମା ଜାରି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ତାହା ସତ୍ତ୍ୱେ ଅପରାଧ ମାମଲା ଥିବା ନେତାମାନେ ନିର୍ବାଚନ ଲଢ଼ି ଜିତୁଛନ୍ତି। ତେବେ ରାଜନୀତିକୁ ଅପରାଧମୁକ୍ତ କରିବା ଲାଗି ଇସି ଏବଂ ଭାଜପା ନେତା ତଥା ଆବେଦନକାରୀ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏକାଠି ବସି ଏହାର ମୁକାବିଲା ପାଇଁ ଏକ ପ୍ରସ୍ତାବ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।
ବିଭିନ୍ନ ସମୟରେ ସର୍ବୋଚ୍ଚ ଅଦାଲତ ରାଜନୀତିକୁ ଅପରାଧମୁକ୍ତ କରିବା ଲାଗି ତାଗିଦ୍‌ କରୁଛନ୍ତି। ପାର୍ଲାମେଣ୍ଟରେ ଏ ଦିଗରେ ଆଇନ ଅଣାଯିବା ପାଇଁ ଦାବି ହେଉଛି। ହେଲେ ରାୟ ଦେଉଥିବା ବିଚାରପତିମାନଙ୍କ ଦ୍ୱାରା ଘଟାଯାଉଥିବା ଅପରାଧ ଅନେକ ସମୟରେ ଯାଞ୍ଚ ହେଉନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଅନ୍ୟପଟେ ଅପରାଧର ଗମ୍ଭୀରତାକୁ ମପାଯିବାର ବ୍ୟବସ୍ଥା ନାହିଁ। ସାଧାରଣତଃ ରାଜନୀତିରେ ଜଡ଼ିତ ବ୍ୟକ୍ତିମାନେ ଅନେକ ସମୟରେ ଶୋଭାଯାତ୍ରା, ପ୍ରତିବାଦ ସଭା ଆଦିରେ ଲୋକଙ୍କ ସହିତ ଭାଗ ନେଇଥାଆନ୍ତି। ସେତେବେଳେ ଶାସନ ବ୍ୟବସ୍ଥା ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ବିଭିନ୍ନ ଅବାଞ୍ଛିତ ଦଫା ଲଗାଯାଇ ପ୍ରତିବାଦକାରୀଙ୍କୁ ଗିରଫ କରାଯାଏ। ଏହାକୁ ଉସୁକାଇବା ପାଇଁ ସେହି ସମୟର ଶାସକ ଦଳ ସକ୍ରିୟ ଭୂମିକା ନେଇଥାଏ। ଘଟଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ଉଠାଇ ନେବା ପାଇଁ ପୋଲିସ ପାଖରେ କ୍ଷମତାର ପ୍ରୟୋଜନ ରହିଥାଏ। ସେଥିପାଇଁ ମିଛରେ ଦଫା ଲଗାଯାଇ ରାଜନେତାଙ୍କୁ ଗିରଫ କରାଯାଏ। ଏହି ପ୍ରକ୍ରିୟା ପରବର୍ତ୍ତୀ ସମୟରେ ଚାଲୁ ରହେ ଏବଂ ଅଧିକାଂଶ ସମୟରେ ରାଜନୈତିକ ବ୍ୟକ୍ତିମାନଙ୍କ ବିରୋଧରେ ବିଧିବଦ୍ଧ ମାମଲା ଦାଏର ହୁଏ। ଫଳରେ ବାସ୍ତବ ଅପରାଧୀ ଓ ପ୍ରତିବାଦ କରି ଦଫା ଲାଗିଥିବା ବ୍ୟକ୍ତିଙ୍କ ମଧ୍ୟରେ କୌଣସି ପ୍ରଭେଦ ଜଣାପଡ଼େ ନାହିଁ। ଓଡ଼ିଆରେ ଢଗ ଅଛି- ଧୁଆ ମୂଳା, ଅଧୁଆ ମୂଳା ସମାନ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri