ସମୁଦ୍ର କୂଳରେ ‘ୱାଲର୍‌ଡ କ୍ଲେ ଡେ’

ବାଲେଶ୍ୱର ଅଫିସ,୧୬।୬-ବାଲେଶ୍ୱର ମଡ଼ ଆର୍ଟିଷ୍ଟଙ୍କ ଦ୍ୱାରା ମଙ୍ଗଳବାର ପୂର୍ବାହ୍ନରେ ଦୁବଲାଗଡ଼ି ସମୁଦ୍ରକୂଳରେ ‘ୱାଲର୍‌ଡ କ୍ଲେ ଡେ’ ପାଳନ କରାଯାଇଛି। ଶିଳ୍ପୀ କେଶୁ ଦାସଙ୍କ ତତ୍ତ୍ୱାବଧାନରେ ୧୫ଜଣ ମଡ଼ ଆର୍ଟିଷ୍ଟ ବିଭିନ୍ନ ଭଙ୍ଗୀରେ ପ୍ରଦର୍ଶନ କରି ସ୍ଥାନୀୟ ଲୋକଙ୍କୁ ଆକୃଷ୍ଟ କରିଥିଲେ। ଶିଳ୍ପୀ କେଶୁ ଦାସ ଏହି ଦିବସ ବିଷୟରେ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ। ଏଥିରେ ଶିଳ୍ପୀ ଗୁରୁ ଦାସ, ଅରୁଣ ବାରିକ, କୈଳାଶ ଦାସ, ପ୍ରକାଶ ମହାନ୍ତି, ପ୍ରିୟଙ୍କା ସାମଲ, ସୋନାଲି ଦାସ, ଜ୍ୟୋତ୍ସା ମାରାଣ୍ଡି, ମାନସୀ ମାଝି, କାଳିପଦା ଜେନା କଳାକାରମାନେ ନିଜ ଦେହରେ କାଦୁଅ ବୋଳି ଏହି ଦିବସକୁ ପାଳନ କରିଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅମର ଯବାନ ଯୁବ ସଂଗଠନ’ର ସଭାପତି ଭକ୍ତଚରଣ ଦାସ ଓ ସଦସ୍ୟମାନେ ଯୋଗଦେଇ ସହଯୋଗ କରିଥିଲେ।

ଜୁନ୍‌ ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଏହାର ଅନ୍ତିମ ଦିବସକୁ ଭଦ୍ରକର ଲିମକା ବୁକ୍‌ ତାଲିକାଭୁକ୍ତ ବିଶିଷ୍ଟ ପରିବେଶବିତ୍‌ ତଥା ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀ ଗତ ୨୦୧୦ରୁ ୱାଲର୍‌ଡ କ୍ଲେ ଡେ ପାଳନ କରିଆସୁଛନ୍ତି। ତାଙ୍କର ଏହି ମହତ