ସମିତି ଅଫିସ୍‌ରେ ତାଲା ପକାଇଲେ ଚାଷୀ

ତିହିଡ଼ି,୧୧।୬(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଚାରିତରଫ ମୌଜାର ୧୭୧ ଜଣ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ମିଳିପାରୁ ନାହିଁ। ଚାଷୀମାନେ ବାରମ୍ବାର ଆନ୍ଦୋଳନ କରି ପୂର୍ବରୁ ୩ଥର ସମବାୟ ସମିତିରେ ତାଲା ପକାଇଥିବା ସତ୍ତ୍ୱେ କୌଣସି ପ୍ରତିକାର ନ ହେବାରୁ ସେମାନେ ପୁଣି ମଙ୍ଗଳବାର ଆଉ ଥରେ ତାଲା ପକାଇଛନ୍ତି। ବୀମା ରାଶି ନ ମିଳିବା ଯାଏ ସେମାନେ ତାଲା ଖୋଲିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତାଲା ପଡ଼ି ରହିବା ଯୋଗୁ ସମିତିର କାର୍ଯ୍ୟ ବନ୍ଦ ରହିଛି। କର୍ମଚାରୀମାନେ କାର୍ଯ୍ୟାଳୟକୁ ଯାଇ ପାରୁନାହାନ୍ତି।
ଆନ୍ଦୋଳନକାରୀ ଚାଷୀ ଅଭିଯୋଗ କରିଛନ୍ତି ଯେ, ସମବାୟ ସମିତି ଅଧୀନରେ ୨୦୧୭ରେ ମୋଟ ୧୭୧ ଜଣଙ୍କୁ ବୀମାରାଶି ମିଳିନାହିଁ। ବାହାରପାଳ ଗ୍ରାମର ୧୪୧, ଚାରିତରଫ ଗ୍ରାମର ୨୪ ଓ ଖଡ଼ିଯାଣ ଗ୍ରାମର ୬ ଜଣ ଚାଷୀ ମୋଟ ୧୦ ଲକ୍ଷ ୧୬ ହଜାର ଟଙ୍କା ବୀମାରାଶି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ସମ୍ପର୍କରେ ରେଜିଷ୍ଟ୍ରାର ଅଫ କୋଅପରେଟିଭ, ଭୁବନେଶ୍ୱରରେ ମାମଲା ରୁଜୁ କରାଯିବା ପରେ ୩ ଥର ଶୁଣାଣି କରାଯାଇଛି । ବୀମା କମ୍ପାନୀକୁ ଡକାଇ ସମିତି ପକ୍ଷରୁ ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇଛି। ଏହାମଧ୍ୟରେ ଅପେକ୍ଷାରେ ୨ବର୍ଷ ବିତିଗଲାଣି। ସମ୍ପ୍ରତି ତିହିଡ଼ି ସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାାଙ୍କରେ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ସମିତି ସମ୍ପାଦକ ଚିତ୍ତରଞ୍ଜନ ସ୍ବାଇଁ ଏବଂ ସଭାପତି ସୁବାସ ଚନ୍ଦ୍ର ସ୍ବାଇଁଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲା। ଫସଲବୀମାରୁ ବଞ୍ଚତ୍ତ ହୋଇଥିବା ଚାଷୀଙ୍କ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ପଠାଇବାକୁ ସ୍ଥିର ହୋଇଥିଲା। ପରେ ସମିତି ପକ୍ଷରୁ ଏହାକୁ ପଠାଯାଇଥିଲେ ମଧ୍ୟ ବୀମାରାଶି ନ ମିଳିବାରୁ ସୋମବାର ଶ୍ରୀଧର ପାଢ଼ୀ, ସୁବାସ ସେଠୀ, ବଳରାମ ସୁଆର, ସୁଶାନ୍ତ ପଣ୍ଡା, ସୁନୀଲ ପଣ୍ଡା, ବାବାଜୀ ପଣ୍ଡା, ଆନନ୍ଦ ଚନ୍ଦ୍ର ପଣ୍ଡା, ମନୋଜ ପଲାଇ, ବୁଦ୍ଧିରାମ ଜେନା, ପ୍ରଦୀପ ବାରିକ, ବିଚିତ୍ର ବାରିକ, ଗୌରାଙ୍ଗ ପଲାଇ, ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଚାଷୀ ସମିତି ଆଗରେ ବିକ୍ଷୋଭ କରିି କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?