Posted inରାଜ୍ୟ

ସମିଆଁ ପଞ୍ଚାୟତର ନାବାଳିକା ଅପହରଣ ଘଟଣା: ଅପହରଣକାରୀଙ୍କୁ ଗିରଫ ଦାବିରେ ଧାରଣା

ଛତିଆ,୪ା୬(ଡି.ଏନ.ଏ.)- ବୈରୀ ଥାନା ଅନ୍ତର୍ଗତ ସମିଆଁ ପଞ୍ଚାୟତର ନାବାଳିକା ଅପହରଣ ଘଟଣାକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ ଅପହରଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ତେବେ ତୁରନ୍ତ ଅପହରଣକାରୀଙ୍କୁ ଗିରଫ ଓ ତଦନ୍ତ ଅଧିକାରୀଙ୍କୁ ପରିବର୍ତ୍ତନ ଦାବିରେ ମଙ୍ଗଳବାର ପରିବାର ଲୋକେ ବୈରୀ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଥାନାଧିକାରୀ ନିରଞ୍ଜନ ଶବର ପହଞ୍ଚି ପରିବାର ଲୋକଙ୍କ ସହ ଉକ୍ତ ଦାବି ବିଷୟରେ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ନିଜେ ଥାନାଧିକାରୀ ଶବର ତଦନ୍ତଭାର ନେବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହାର କରିଥିଲେ।

ପ୍ରକାଶ ଯେ, ଗତ ଏପ୍ରିଲ ୬ ତାରିଖରେ ସମିଆଁ ପଞ୍ଚାୟତର ଜଣେ ନାବାଳିକା ସ୍କୁଲରୁ ଫେରିବାବେଳେ ନିଖୋଜ ହୋଇଯାଇଥିଲେ। ସମିଆଁ ପଞ୍ଚାୟତ ଅନ୍ତର୍ଗତ ରାଇଝର ଗ୍ରାମର ଧୀର ବେହେରା ନାବାଳିକାଙ୍କୁ ଅପହରଣ କରିଥିବା ଖବରପାଇ ପରିବାର ଲୋକେ ୮ ତାରିଖରେ ବୈରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ. ୫୪/୧୯) ରୁଜୁ କରିଥିଲା। ଧୀରଙ୍କ ନାମରେ ଅଭିଯୋଗ ହେବାରୁ ତାଙ୍କର ବଡ଼ ଭାଇ କ୍ଷୀର ନାବାଳିକାଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ନେଇ ନାବାଳିକାଙ୍କ ମା’ ଥାନାରେ ଅନ୍ୟ ଏକ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଦାୟିତ୍ୱ ଏଏସ୍‌ଆଇ ଗିରିଶ ମହାନ୍ତିଙ୍କୁ ଦିଆଯାଇଥିଲା। ହେଲେ ୨ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ନାବାଳିକାଙ୍କୁ ଉଦ୍ଧାର ନ କରିବା ଓ ଅପହରଣକାରୀଙ୍କୁ ଗିରଫ ନ କରିବାରୁ ପରିବାର ଲୋକେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ବୈରୀ ଥାନାଧିକାରୀ ନିରଞ୍ଜନ ଶବରଙ୍କୁ ପଚାରିବାରୁ, ସେମାନେ ୪ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସନ୍ଧାନ ପାଇ ନ ଥିଲେ। ଏପରିକି ଅପହରଣକାରୀଙ୍କ ମୋବାଇଲ ଟ୍ରାକିଂ କରି ବାଙ୍ଗାଲୋରରେ ଥିବା ଜାଣିବା ପରେ ଏକ ପୋଲିସ୍‌ ଟିମ୍‌ ସେଠାକୁ ଯାଇଥିଲା। ମାତ୍ର ପୋଲିସ୍‌ ପହଞ୍ଚତ୍ବା ପୂର୍ବରୁ ସେମାନେ ଉକ୍ତ ସ୍ଥାନ ଛାଡି ପଳାଇଯାଇଥିଲେ। ପରେ ସେମାନେ ସୁରଟରେ ଥିବା ଜଣାପଡିଛି। ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ଏକ ପୋଲିସ୍‌ ଟିମ୍‌ ସୁରଟ ପଠାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri