ସମସ୍ୟା ସୃଷ୍ଟି କରିପାରେ ଏଭଳି ଔଷଧ ବ୍ୟବହାର

”ପ୍ରତ୍ୟେକ ଔଷଧରେ ବିଭିନ୍ନ ଘଟକର କମ୍‌ ବେଶି ମାତ୍ରା ତା’ର କାର୍ଯ୍ୟକ୍ଷମତା ଉପରେ ନିର୍ଭରକରେ। ଜ୍ଞାନ ଅଭାବରୁ ଠିକ୍‌ ପ୍ରୟୋଗ ନ କଲେ ଶରୀର ଓ ମୁଖ ଶୁଷ୍କତା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଝାଳ ବୋହିବା, ଆକାପାକା ଲାଗିବା ଦେଖାଯାଏ। ଏସବୁ ସମସ୍ୟାର ସମାଧାନ ଔଷଧ ଦ୍ୱାରା କରାଯାଇପାରେ।“

ଶରୀର ବ୍ୟାଧିର ଗନ୍ତାଘର। ଏଥିରୁ ମୁକୁଳିବା ସହ ସୁସ୍ଥ ଜୀବନଯାପନ କରିବା ପାଇଁ ପ୍ରକୃତି ହାତପାଆନ୍ତାରେ ଔଷଧିୟ ବୃକ୍ଷ, ଗୁଳ୍ମଲତା, ଧାତବ ଜିନିଷ ଯଥା: ଲୌହ, ଅଭ୍ର, ତାମ୍ର, କାଂସ୍ୟ, ସ୍ବର୍ଣ୍ଣ, ରୌପ୍ୟ ଆଦିରୁ ପ୍ରସ୍ତୁତ ଭସ୍ମ, ସୁଧାବର୍ଗୀୟ ଦ୍ରବ୍ୟ-ଶଙ୍ଖ, କପର୍ଦ୍ଦକ, ମୁକ୍ତା, ପ୍ରବାଳ, ପ୍ରାଣୀଜଦ୍ରବ୍ୟ-କସ୍ତୁରୀ, ଗୋରଚନା, ରତ୍ନ, ଉପରତ୍ନ ଇତ୍ୟାଦି ପୃଥିବୀ ମାତା ଧରାବକ୍ଷରେ ଅମୃତକୁମ୍ଭରେ ଧାରଣକରି ଜରାବ୍ୟାଧିରୁ ମୁକ୍ତିର ମାର୍ଗ ଦର୍ଶାଇଛନ୍ତି। ବର୍ତ୍ତମାନ ଗଁା ଗହଳିରେ ଅନଭିଜ୍ଞ ଚିକିତ୍ସକ, ଆଧ୍ୟାତ୍ମିକ ବାବା ଏପରି କି ବିନା ଡିଗ୍ରୀଧାରୀ ବ୍ୟକ୍ତି ଅର୍ଥ ଉପାର୍ଜନ ଲାଳସାରେ ଏହାର ପାର୍ଶ୍ୱପ୍ରତିକ୍ରିୟା ନ ଥାଏ ବୋଲି ଭୁଲ୍‌ ପ୍ରୟୋଗ କରୁଛନ୍ତି। ଯାହାର କ୍ରିୟା ଅଛି ତା’ର ପ୍ରତିକ୍ରିୟା ଥାଏ, ମାତ୍ର ଏହା ଜୀବନ ପ୍ରତି ବିପଦ ନ ଥିଲେ ମଧ୍ୟ ଶରୀରରେ ଅନ୍ୟ ସମସ୍ୟା ସୃଷ୍ଟି କରିପାରେ। ଯେପରି ଜଣେ ମହିଳାଙ୍କ ଦାନ୍ତ ପୋକ ଲାଗୁଥିଲା, ସେ ଜଣେ ଗାଉଁଲି କ୍ୱାକ୍‌ଙ୍କୁ କହିବାରୁ ସେ ଏକ ଚେର ଦେଇ କହିଲେ, ଏହାକୁ ରାତିରେ ଶୋଇବା ସମୟରେ ଦାନ୍ତମୂଳରେ ରଖି ଶୋଇଲେ ସକାଳେ ପୋକସବୁ ମରି ବାହାରିଯିବେ। ଦାନ୍ତରେ ପୋକ ଲାଗେ ନାହିଁ, ଦାନ୍ତମୂଳରେ ଖାଦ୍ୟକଣିକା ଜମିରହି ଆସ୍ତେ ଆସ୍ତେ ସେହି ସ୍ଥାନ ଆବରଣକୁ ନଷ୍ଟକରି ଗାତ ସୃଷ୍ଟିକରେ। ମହିଳା ଜଣକ ସକାଳୁ ଉଠି ଦେଖିଲାବେଳକୁ ପୋକ ନାହିଁ, ମାତ୍ର ଦାନ୍ତମୂଳ ସବୁ ଦୁର୍ବଳ ହୋଇ ସେସବୁ କିଛିଦିନ ପରେ ଆସ୍ତେ ଆସ୍ତେ ଝଡ଼ିପଡ଼ିଲା। ଔଷଧୀୟ ବୃକ୍ଷ ଓ ଏହାର ପତ୍ରଗୁଡ଼ିକ ମଧ୍ୟରୁ କେତେକ ପ୍ରାୟତଃ ଏକାପରି ଦେଖିବାକୁ ହେଲେ ମଧ୍ୟ ସାମାନ୍ୟ ଫରକ ଥାଏ, ସେଥିମଧ୍ୟରୁ ଠିକ୍‌ ଚିହ୍ନଟ ଅଭିଜ୍ଞ ଡାକ୍ତରଙ୍କ ପାଇଁ ସମ୍ଭବ। କୁଚିଲା, ଭାଲିଆ, ଦୁଦୁରାବୀଜ, ବିଦାରିକନ୍ଦ, ଜୟପାଳ ଆଦି ଔଷଧୀୟ ଗୁଣ ଥିଲେ ମଧ୍ୟ ଶୋଧନ ବିନା ବ୍ୟବହାର କଲେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ।
ଧାତୁ, ଉପଧାତୁ, ରତ୍ନ, ଉପରତ୍ନ ଇତ୍ୟାଦିର ଶୋଧନ, ଭସ୍ମ ଓ ମର୍ଦ୍ଦନ ଉତ୍ତମରୂପେ ହେଲେ ଯାଇ ଏହା ଶରୀର ଅନ୍ତରେ ଅବଶୋଷିତ ହୋଇ ଉତ୍ତମ କାର୍ଯ୍ୟ କରିଥାଏ।
ଔଷଧରେ ବିଭିନ୍ନ ଘଟକର କମ୍‌ ବେଶି ମାତ୍ରା ତା’ର କାର୍ଯ୍ୟକ୍ଷମତା ଉପରେ ନିର୍ଭରକରେ। ଜ୍ଞାନ ଅଭାବରୁ ଠିକ୍‌ ପ୍ରୟୋଗ ନ କଲେ ଶରୀର ଓ ମୁଖ ଶୁଷ୍କତା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଝାଳ ବୋହିବା, ଆକାପାକା ଲାଗିବା ଦେଖାଯାଏ। ଏସବୁ ସମସ୍ୟାର ସମାଧାନ ଔଷଧ ଦ୍ୱାରା କରାଯାଇପାରେ। ପ୍ରତ୍ୟେକ ଔଷଧ ସହ ଆବଶ୍ୟକ କ୍ଷେତ୍ରରେ ଅନୁପାନ ବିଭିନ୍ନ ବୃକ୍ଷର ପତ୍ରର ସ୍ବରସ, ମୂଳ, ଫଳ ଓ ଛାଲିର କ୍ୱାଥ ସହ ଶାସ୍ତ୍ର ସମ୍ମତ ମାତ୍ରାରେ ଦିଆଯାଇଥାଏ। ମାତ୍ର ମାତ୍ରାଧିକ ସେବନଜନିତ ପେଟଗରମ, ପତଳାଝାଡ଼ା, ପେଟ ଫାମ୍ପିବା ଓ ପରିସ୍ରା ସମସ୍ୟା ଇତ୍ୟାଦି ଦେଖାଯାଇପାରେ।
କୃମି, ବାନ୍ତି, ଯକୃତ ଜନିତ ଔଷଧ ଖାଇବା ପୂର୍ବରୁ ଖାଇବାକୁ ଦିଆଯାଏ, ଏତଦ୍‌ଭିନ୍ନ ଅନ୍ୟାନ୍ୟ ଔଷଧ ଖାଇବା ପରେ ଦିଆଯାଏ। ମହୁ, ଘୃତ ସମମାତ୍ରାରେ, ମାଛ ଓ କ୍ଷୀର ଏକ ସଙ୍ଗରେ ସେବନ ଅନୁଚିତ। ଔଷଧୀୟ ବୃକ୍ଷ ପଞ୍ଚାଙ୍ଗ ଶାସ୍ତ୍ରୀୟ ଅନୁଯାୟୀ ଋତୁରେ ସଂଗ୍ରହ କଲେ ଉତ୍ତମ ଫଳ ପ୍ରାପ୍ତି ହୁଏ। ଚୂର୍ଣ୍ଣ ଔଷଧ ଛଅମାସ, ମୋଦକ ଏକବର୍ଷ ଓ ଆସବାରିଷ୍ଟ ଯେତେ ପୁରାତନ ହେବ ସେବନ କଲେ ଉତ୍ତମ ଫଳ ମିଳେ। ହଳଦୀ, ମେଥି, ସଦାବିହାରୀ, ନିମ୍ବ, ତୁଳସୀ, ବେଲପତ୍ର ଓ ଗୁଡ଼ମାରୀ ଠିକ୍‌ ମାତ୍ରାରେ ସେବନକଲେ ଶରୀରପକ୍ଷେ ହିତକର। କାଜୁ, ବାଦାମ, ପେସ୍ତା ଓ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ସ୍ବଳ୍ପ ମାତ୍ରାରେ ଖାଇବା ଉଚିତ। ରୋଗର ଆରୋଗ୍ୟ ପାଇଁ ପଥ୍ୟାପଥ୍ୟ ନିୟମ ଉପରେ ଗୁରୁତ୍ୱ ଦେବା ଉଚିତ। ଏହିପରି ବୟସ, କାଳ, ମାତ୍ରା ଅନୁଯାୟୀ ଠିକ୍‌ ଔଷଧ ଚୟନ ଓ ପ୍ରୟୋଗ କେବଳ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହିଁ ସମ୍ଭବ।

ଡା. ଆଶିଷ ବାନାର୍ଜୀ

ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri