ସମସିଆ ଘେରରେ ଆଖିଦାଦର ପିୟୁପିଏସ୍‌: ସ୍କୁଲରେ ଶିକ୍ଷକ ମର୍‌ଡ଼ିକେ ପଢ଼ାକୁଠି ଅଭାବ୍‌

ବିନିକା, ୨୪।୧ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଆଖିଦାଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଆଏଜ୍‌କେ ୮ ବଛର ହେଲା ଅବେବସ୍‌ତା ଘେରରେ ରହିଛେ। ସ୍କୁଲ ସମସିଆର ସମାଧାନ ଲାଗି ପ୍ରଧାନଶିକ୍ଷକ ବ୍ରଜ ବିହାରୀ ପଣ୍ଡା ବିଇଓକଁରନୁ ଡିଇଓ ତକ୍‌ ଜନେଇଛନ୍‌। ହେଲେ ଆଏଜ୍‌ତକ ବିଭାଗ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇଥିବାର ସେ କହିଛନ୍‌।
ସୂଚନା ଅନ୍‌ସାରେ ଆଖିଦାଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ୧ମରୁ ୮ମ ଶ୍ରେଣୀ ତକ୍‌ ୮୯ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। ଛାତ୍ରୀଛାତ୍ରକଁର ଭିତ୍‌ରୁ ୯୦ ପରତିଶତ ଆଦିବାସୀ ସମାଜର। ହେଲେ ଇ ସ୍କୁଲରେ ଶିକ୍ଷକ ଅଭାବ ରହିଥିଲାବେଲେ ଛାତ୍ରୀଛାତ୍ରକର ଲାଗି ପଢ଼ାକୁଠିର ବି ବଡ଼ଭାରି ଅଭାବ ରହିଛେ। ଏନ୍‌ତାଥି ପିଲାକର ପାଠ୍‌ପଢ଼ା ଖେଲଢ଼େପ ହେଉଥିବାର ଗଁାବାସୀ ଆର ଅଭିଭାବକମାନେ ଅଭିଯୋଗ କରିଛନ୍‌। ଏହେଦେ ସ୍କୁଲରେ ୬ ଝନ୍‌ ସହକାରୀ ଶିକ୍ଷକ ଜାଗାରେ ୩ ଝନ୍‌ ରହିଛନ୍‌। ସେନ୍‌ତା ଶିକ୍ଷକ ଅଭାବୁ ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରୀଛାତ୍ରକୁଁ ୯ ବିଷେରେ ପାଠ୍‌ ପଢ଼ଉଥିବାର ଜନାଯାଇଛେ। ସ୍କୁଲରେ ୮ଟା ଶ୍ରେଣୀର ଛାତ୍ରୀଛାତ୍ର ପାଠ୍‌ପଢ଼ବାର ଲାଗି ୪ଟା ନ କୁଠି ରହିଛେ। ପରଥମ, ଦୁତୀଅ, ତୁରତୀଅ ଶ୍ରେଣୀର ୩୫ ଛାତ୍ରୀଛାତ୍ର ଗୁଟେ କୁଠିଥି, ୪ର୍ଥ ଆର ୫ମ ଶ୍ରେଣୀର ମୋଟ ୨୩ ଛାତ୍ରୀଛାତ୍ର ଗୁଟେ କୁଠିଥି। ସେନ୍‌ତା ୬ଷ୍ଠ, ୭ମ ଆର ୮ମ ଶ୍ରେଣୀର ୩୧ ଝନ୍‌ ଛାତ୍ରୀଛାତ୍ର ଗୁଟେ କୁଠିଥି ବସି ପାଠ୍‌ ପଢ଼ୁଛନ୍‌। ଆରଗୁଟେ କୁଠିଥି ଅଫିସ୍‌ କାଯ୍‌ ଚାଲିଛେ। ସ୍କୁଲରେ କୁଠି ଅଭାବୁ ପଢ଼ାକୁଠିମାନକେ ବି ଜିନିଷପାତି, ପିଲାକର ବେଲାର ରଁଧାଖଁଦା ସାମାନ ଚାଉଲ, ଡାଲି ରଖାଯାଉଛେ। ଇଆଡ଼େ ବାଡ଼ା ଅଭାବୁ ସ୍କୁଲ୍‌ର ଚାର୍‌ହିକୁତି ମେଲା ପଡ଼ିଛେ। ଏନ୍‌ତାଥି ସ୍କୁଲ ଛୁଟି ହେଲେ ପରିସର ଅସାମାଜିକ ଲୁକ୍‌କର ପାଏନ୍‌ଘାଟ୍‌ ପାଲଟୁଛେ। ୨୦୧୨-୧୩ ସାଲେ ୬୦ ହଜାର ଟଁକା ଅନୁଦାନରେ ସ୍କୁଲରେ ଗୁଟେ ରଁଧାଘର ତିଆରି ହେଇଥିଲା। ହେଲେ ହଲ୍‌କା କାମ୍‌ ଲାଗି ଏହେଦେ ରଁଧା ଘରର କଁାଥି ଫାଟି ଅଁା କରି ବିପଦ୍‌ ଅବସ୍‌ତାରେ ରହିଛେ। ସେନ୍‌ତା ରଁଧାଘରଟା ଏତେ ଛୁଟିଆ ଯେ, ସେଠାନେ ସାମାନ ରଖ୍‌ବାର ତ ଦୂରର କଥା ରଁଧାବଢ଼ା କରବାକେ ବି ସୁବିଧା ନାଇଁ ହେବାର। ଏନ୍‌ତାଥି ସ୍କୁଲ ବାରନ୍‌ଡାରେ ପିଲାକର ଲାଗି ରଁଧାବଢ଼ା ହେଉଛେ। ହେଲେ ବରଷା ଦିନେ ବାରନ୍‌ଡାରେ ରଁଧାବଢ଼ାରେ ବଡ଼ଭାରି ଅସ୍‌ବିଧା ହେଉଛେ। ଇଥିରଲାଗି ସ୍କୁଲର ରଁାଧେନ୍‌ ରାଜେଶ୍ୱରୀ ବାଘ ନିଜର ଘରେ ରଁଧାବଢ଼ା କରି ଭାତତୁନ୍‌ ସ୍କୁଲକେ ଦୁହାରୁଥିବାର କହିଛନ୍‌। ଜିଲାପାଳ ଇ ସ୍କୁଲ ଉପରେ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଆଖିଦାଦର ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ମତାମତ ଲାଗି ଡିଇଓ ପୁଷ୍ପା ମିଞ୍ଜକଁର ମୋବାଇଲ ନମ୍ବର ୭୯୭୮୪୩୦୦୪୩ ଆର ବିନିକା ବିଇଓ ଶଶୀଭୂଷଣ ସେଠୀକୁଁ ତାକର ମୋବାଇଲ ନମ୍ବର ୯୯୩୭୮୮୨୦୪୬ରେ ବାରବାର ଯୋଗାଯୋଗ କରାଯାଇଥିଲେ ବି ମତାମତ ନାଇଁ ମିଲିପାରି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri