ସମସିଆ ଘେରରେ ଅତାବିରା ସରକାରୀ ବାଳିକା ହାଇସ୍କୁଲ:ଖରାରେ ସିଝୁଛନ୍‌, ବରଷାରେ ଭିଜୁଛନ୍‌ ଛାତ୍ରୀଛାତ୍ର

ଜାମଟିକ୍ରା, ୩୦।୬ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ସରକାରୀ ବାଳିକା ହାଇସ୍କୁଲ ଏହେଦେ ନାନା ସମସିଆ ଘେରରେ ରହିଛେ। ଇଠାନେ ୧ମରୁ ୧୦ମ ଶ୍ରେଣୀ ତକ୍‌ ଶିକ୍ଷାଦାନ୍‌ର ବେବସ୍‌ତା ରହିଥିଲାବେଲେ ୨୮୦ ଛାତ୍ରୀଛାତ୍ର ପାଠ୍‌ପଢ଼ୁଛନ୍‌। ସେନ୍‌ତା ଛାତ୍ରୀଛାତ୍ରକୁଁ ଶିକ୍ଷାଦାନ ଲାଗି ସ୍କୁଲରେ ୧୬ ଝନ୍‌ ଶିକ୍ଷୟିତ୍ରୀ, ଶିକ୍ଷକ ରହିଛନ୍‌। ୧୯୬୫ ସାଲେ ଥାପନା ହେଇଥିବାର ଇ ସ୍କୁଲରେ ସେ ସମିଆରେ ପଢ଼ାକୁଠିମାନ ଟିନ୍‌ ଚଦର ଛାଉନି କରାଯାଇଥିଲା। ବହୁତ୍‌ ବଛର ହେବାର ଲାଗି ଏହେଦେ ଟିନ୍‌ ଚଦରମାନ୍‌ ମୁରଚା ଖାଇ କଣା ହେଇଗଲାନ। ଇଆଡ଼େ ଖରାହେଲେ ଟିନ୍‌ ଚଦର ଛାଉନିରେ ଛାତ୍ରୀଛାତ୍ର ସିଝି ଯାଉଥିଲାବେଲେ ବରଷା ହେଲେ କୁଠିମାନକେ ଦରୋଦରୋ ପାଏନ୍‌ ଗଲୁଛେ। ଏନ୍‌ତାଥି ପାଠ୍‌ପଢ଼ାରେ ବହୁତ୍‌ ଖଏଁଚା ହେଉଛେ। ଇଆଡ଼େ ଘରମାନେ ବହୁତ ପୁରନା ହେବାର ଲାଗି ସବୁ ବିପଦ୍‌ ଅବସ୍‌ତାରେ ରହିଛେ। ସେନ୍‌ତା ସ୍କୁଲରେ ତିଆର ହେଉଥିବାର ଗୁଟେ ସଭାକୁଠି ଦରଖଁଡ଼ିଆ ଅବସ୍‌ତାରେ ପଡ଼ିଛେ। ଛାତ୍ରୀଛାତ୍ରକଁର ସଂଖ୍ୟାକେ ଦେଖ୍‌ଲେ ସେ ହିସାବେ ଶୌଚାଲୟର ବେବସ୍‌ତା ନଁାଇଁନ। ସ୍କୁଲରେ ଅନେକ ଦିନୁ ୩ ଝନ୍‌ ଶିକ୍ଷକ, ରାଏତ୍‌ ଜୁଗାଲି ଆର ଜନେ ପୁରୁଷ ପିଅନ୍‌ ପଦବୀ ଖାଲି ପଡ଼ିଛେ। ଇ ସମସିଆ ବାବ୍‌ଦେ ସ୍କୁଲ କମିଟି ଅଧ୍ୟକ୍ଷ ବୈକୁଣ୍ଠ ସେଠକଁର ସମେତ ଉନିଅଁା ମେମରମାନେ ଜିଲା ଶିକ୍ଷା ଅଧ୍‌କାରୀକୁଁ କହିଥିଲେ ବି କିଛି ଲାଭ ନାଇଁ ହେବାର। ଇ ବାବ୍‌ଦେ ସ୍କୁଲର ପ୍ରଧାନଶିକ୍ଷକ ସୁରେନ୍ଦ୍ର ବେହେରାକୁଁ ପଚରାଲାରୁ ଆମେ ଖରାରେ ସିଝି ଯାଉଛୁଁ ଆର ବରଷାରେ ଭିଜୁଛୁଁ। ସମସିଆ ବାବ୍‌ଦେ ଡିଇଓକୁଁ ବି ଜନେଇଛୁଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଜାମୁମାଳ ଅଞ୍ଚଳରେ ରାସ୍ତା ବିପର୍ଯ୍ୟସ୍ତ: ଶିକ୍ଷା ଓ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ଛାତ୍ରୀଛାତ୍ରଙ୍କ ସହ ଗ୍ରାମବାସୀ

ଜମନକିରା,୧୩।୮(ରବୀନ୍ଦ୍ର ପ୍ରସାଦ ଦାନୀ): ଆଧୁନିକ ସମାଜରେ ଉତ୍ତମ ସଡ଼କ ଯୋଗାଯୋଗ ବିକାଶର ଏକ ପ୍ରମୁଖ ମାପକାଠି । କିନ୍ତୁ ଆଜି ବି ଅନେକ ଗ୍ରାମାଞ୍ଚଳ ଏହି ମୌଳିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri