Categories: ଖେଳ

ସବ୍‌ ଜୁନିୟର ଖୋ ଖୋ: ମହାରାଷ୍ଟ୍ର-ଓଡ଼ିଶା ଫାଇନାଲ

ଭୁବନେଶ୍ୱର, ୬।୧୦ (ସ୍ପୋଟର୍‌ସ ବ୍ୟୁରୋ)- ରାଞ୍ଚତ୍ର ହଟ୍‌ଓ୍ବରସ୍ଥିତ ଆଲବର୍ଟ ଏକ୍କା ଖୋ ଖୋ ଷ୍ଟାଡିୟମରେ ଚାଲିଥିବା ୩୦ତମ ଜାତୀୟ ସବ୍‌-ଜୁନିୟର ଖୋ ଖୋ ପ୍ରତିଯୋଗିତାର ଉଭୟ ବାଳିକା ଓ ବାଳକ ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ରବିବାର ଖେଳାଯିବାକୁ ଥିବା ଉଭୟ ବାଳିକା ଓ ବାଳକ ବର୍ଗର ଫାଇନାଲରେ ଓଡ଼ିଶାର ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ମହାରାଷ୍ଟ୍ର ସହ ହେବ। ଶନିବାର ଖେଳାଯାଇଥିବା ବାଳକ ସେମିଫାଇନାଲ ମୁକାବିଲାରେ ମହାରାଷ୍ଟ୍ର ୩ ମିନିଟ୍‌ ଓ ୨ ପଏଣ୍ଟରୁ କମ୍‌ ବ୍ୟବଧାନରେ ଉତ୍ତର ପ୍ରଦେଶକୁ ହରାଇଥିଲା। ସେହିଭଳି ଓଡ଼ିଶା ବାଳକ ଦଳ କ୍ୱାର୍ଟରରେ ଗୁଜରାଟକୁ ଏବଂ ସେମିଫାଇନାଲରେ ଆନ୍ଧ୍ର ପ୍ରଦେଶକୁ ହରାଇ ଟାଇଟଲ୍‌ ଲାଢ଼େଇରେ ପ୍ରବେଶ କରିଛି। ଅପରପକ୍ଷରେ ବାଳିକା ବିଭାଗ ସେମିଫାଇନାଲରେ ମହାରାଷ୍ଟ୍ର କ୍ୱାର୍ଟର ଓ ସେମିଫାଇନାଲରେ ଯଥାକ୍ରମେ ହରିୟାଣା ଓ କର୍ନାଟକକୁ ପରାସ୍ତ କରିଛି। ସେହିଭଳି ଗୁଜରାଟ ଓ ଆୟୋଜକ ଝାଡ଼ଖଣ୍ଡକୁ ଯଥାକ୍ରମେ କ୍ୱାର୍ଟର ଓ ସେମିଫାଇନାଲରେ ହରାଇ ଓଡ଼ିଶା ବାଳିକା ଦଳ ଫାଇନାଲରେ ପହଞ୍ଚତ୍ଛି।

Share