Categories: ଖେଳ

ସବ୍‌ଜୁନିୟର କରାଟେ ପାଇଁ ଭୁବନେଶ୍ୱର ଦଳ ଚୟନ

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଚଳିତମାସ ୨୬ରେ ୩୧ତମ ରାଜ୍ୟ ସବ୍‌ଜୁନିୟର କରାଟେ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସ୍କୁଲ ପରିସରରେ ଭୁବନେଶ୍ୱର ଦଳ ଚୟନ ହୋଇଯାଇଛି। ମନୋନୟନ ପ୍ରକ୍ରିୟାରେ ଭୁବନେଶ୍ୱରସ୍ଥିତ ସ୍ବିକୃତିପ୍ରାପ୍ତ ବିଭିନ୍ନ କରାଟେ ସ୍କୁଲରୁ ପାଖାପାଖି ୧୨୦ କରାଟେକା ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର କରାଟେ ଆସୋସିଏଶନ ଦ୍ୱାରା ଆୟୋଜିତ ମନୋନୟନ ପ୍ରକ୍ରିୟାରେ ବିଭିନ୍ନ ବୟସବର୍ଗର କରାଟେକାଙ୍କୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ତରର ରେଫରି ରାଜୀବ କୁମାର ସିଂ, ଦୀପକ ସାମନ୍ତରାୟ, ସନ୍ଦୀପ ମହାନ୍ତି, ଖାରବେଳ ସ୍ବାଇଁ, ଗୌରୀ ମହାନ୍ତି, ଦିଲୀପ ଜେନା, ଅନୁପମା ସ୍ବାଇଁ, ଅନୁରାଧା ପାତ୍ର, ଅମୀୟ ସାହୁ, କୃଷ୍ଣଚନ୍ଦ୍ର ମହାରଣା, ରାଜେଶ ଦାସ, କ୍ରିଷ୍ଣା ଶିକାରୀ, ରଜନୀ ବିଶି, ସନ୍ଦୀପ ଦାସ, ସୁସ୍‌ମିନି ପାଲ୍‌ଟାସିଂ, ସିନ୍ଧୁତନୟା ଖୁଣ୍ଟିଆ, ପ୍ରିୟଦର୍ଶିନୀ ଘଟୁଆରୀ, ବାସୁଦେବ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Share