ସପ୍ତରଙ୍ଗୀ ଇନ୍ଦ୍ରଧନୁ ଓ ଗ୍ୟାସ୍‌ର ନୀଳଶିଖା

ଋଙ୍ଗିନ ଆଲୁଅ ଓ ଛାଇର ସମାହାର ହେଉଛି ଇନ୍ଦ୍ରଧନୁ । ସକାଳେ କିମ୍ବା ଉପରଓଳି ଝିପିଝିପି ବର୍ଷା ହେଉଥିବା ସମୟରେ ଖରା ପଡ଼ିଲେ ନାଲି-ନେଳି-ସବୁଜ ରଙ୍ଗର ଏହି ଇନ୍ଦ୍ରଧନୁ ଫୁଲହାର ପରି ଆକାଶରୁ ଭୂଇଁକୁ ଲମ୍ବିଥାଏ । କିନ୍ତୁ ସୂର୍ଯ୍ୟ ମୁଣ୍ଡ ଉପରେ ଥିଲେ ଆମକୁ ଇନ୍ଦ୍ରଧନୁ ଦେଖାଯାଏ ନାହିଁ । ଏହାକୁ ବୃଷ୍ଟିଦେବତା ଇନ୍ଦ୍ରଙ୍କର ‘ଧନୁ’ ବୋଲି ଆମେ କହୁ। ଆକାର ଧନୁ ପରି ହୋଇଥିବାରୁ ଏହାର ନାମ ଇନ୍ଦ୍ରଧନୁ । କିନ୍ତୁ ପ୍ରକୃତ ଆକାର ଧନୁ ପରି ନୁହେଁ । ଆମେ ଭୂଇଁ ଉପରେ ଛିଡ଼ାହୋଇ ଦେଖୁ ବୋଲି ତାହା ଆମକୁ ଧନୁ ପରି ଦେଖାଯାଏ । ଯଦି ଜଣେ ଉଡ଼ାଜାହାଜରେ ଯାଇ ଉପରୁ ଦେଖିବ, ତା’ ହେଲେ ଇନ୍ଦ୍ରଧନୁ ଗୋଲ ଦେଖାଯିବ ।
ତେଣୁ ଇନ୍ଦ୍ରଧନୁର ପ୍ରକୃତ ଆକାର ଚୂଡ଼ି ପରି ଗୋଲ। ଇନ୍ଦ୍ରଧନୁରେ ସାତଟି ରଙ୍ଗର ଆଲୋକ ଆମେ ଦେଖୁ । ସେହି ସାତଟି ରଙ୍ଗକୁ ଆମେ ସଂକ୍ଷେପରେ କହୁ ‘ବା-ଘ-ନୀ-ସ-ହ-ନା-ଲା’ । ଏହାର ପୂରା ଅର୍ଥ ବାଇଗଣି-ଘନନୀଳ-ନୀଳ-ସବୁଜ-ହଳଦିଆ-ନାରଙ୍ଗୀ-ଲାଲ । ଏଇ ସାତଟି ରଙ୍ଗ ତଳୁ ଉପରକୁ ସଜା ହୋଇ ରହିଥାଏ ।
ତଳେ ବାଇଗଣି ଓ ଉପରେ ଲାଲ୍‌ ଥାଏ ।
କିନ୍ତୁ ଲାଲ ରଙ୍ଗ ତଳକୁ ଥିବା ନାରଙ୍ଗୀ ରଙ୍ଗଟା ଠିକ୍‌ ଜଣାପଡ଼େନି । ସେହିପରି ବାଇଗଣି ଉପରକୁ ଥିବା ଘନନୀଳ ରଙ୍ଗ ଠିକ୍‌ ଜଣାପଡ଼େନି । ଆମେ ଦେଖୁଥିବା ଇନ୍ଦ୍ରଧନୁ ଉପରକୁ ଆଉ ଗୋଟେ ମଳିନ ଇନ୍ଦ୍ରଧନୁ ଥାଏ । ତାହା ଉଜ୍ୱଳ ନ ଥାଏ, ତେଣୁ ଜଣାପଡେ ନାହିଁ । ଉଜ୍ୱଳ ଇନ୍ଦ୍ରଧନୁକୁ ‘ପ୍ରାଥମିକ ଇନ୍ଦ୍ରଧନୁ’ କୁହାଯାଏ ଏବଂ ମଳିନ ଇନ୍ଦ୍ରଧନୁକୁ ‘ଦ୍ୱିତୀୟକ ଇନ୍ଦ୍ରଧନୁ’ କୁହାଯାଏ । ପ୍ରାଥମିକ ଇନ୍ଦ୍ରଧନୁରେ ସବା ଉପରେ ନାଲି ରଙ୍ଗ ଥାଏ, କିନ୍ତୁ ଦ୍ୱିତୀୟକ ଇନ୍ଦ୍ରଧନୁରେ ସବା ତଳେ ନାଲି ରଙ୍ଗ ଥାଏ ।
ତେଣୁ ସେମାନଙ୍କର ରଙ୍ଗସଜ୍ଜା ପରସ୍ପର ଓଲଟା ରହିଥାଏ ।
ଧଳା କିରଣ ଭିତରେ ୭ଟି ରଙ୍ଗର ଆଲୋକ ଥାଏ। ସମସ୍ତ ରଙ୍ଗ ମିଶି ଗୋଟିଏ ପଥରେ ଗତି କରୁଥାଆନ୍ତି । ତେଣୁ କିରଣ ଧଳା ଦିଶେ। କିନ୍ତୁ ଝିପିଝିପି ବର୍ଷା ବେଳେ ସେହି କିରଣ କ୍ଷୁଦ୍ର ଜଳକଣା ଭିତରେ ପଶି ବାହାରକୁ ଆସିବା ସମୟରେ ୭ଟି ରଙ୍ଗର ଆଲୋକ ୭ଟି ଅଲଗା ଅଲଗା ପଥରେ ଗତି କରନ୍ତି। ତେଣୁ ଆମେ ୭ଟି ରଙ୍ଗକୁ ଇନ୍ଦ୍ରଧନୁ ଭିତରେ ଅଲଗା ଅଲଗା ଦେଖିପାରୁ। ଆଲୋକର ଶକ୍ତି ଅଛି। ରଙ୍ଗ ଉପରେ ଶକ୍ତି ନିର୍ଭରକରେ। ଇନ୍ଦ୍ରଧନୁରେ ୭ଟି ରଙ୍ଗର ଆଲୋକ ଅଛି। ସବୁ ରଙ୍ଗ ଆଲୋକର ଶକ୍ତି ସମାନ ନୁହେଁ । ‘ବା-ଘ-ନୀ-ସ-ହ-ନା-ଲା’ ବର୍ଗରେ ବାଇଗଣି ଆଲୋକର ଶକ୍ତି ସବୁଠାରୁ ଅଧିକ। ତାହା ତଳକୁ ଘନନୀଳ, ନୀଳ ଇତ୍ୟାଦି ରଙ୍ଗର ଆଲୋକ ରହିବ। ଲାଲ ଆଲୋକର ଶକ୍ତି ସବୁଠାରୁ କମ୍‌।
ରଙ୍ଗ ଓ ଶକ୍ତିର ସମ୍ପର୍କ ବିଷୟରେ ପଦାର୍ଥ ବିଜ୍ଞାନରେ ବିଶେଷ ଆଲୋଚନା କରାଯାଇଛି। ସତ କହିଲେ, ଆମର ଦୈନନ୍ଦିନ ଜୀବନକୁ ସରସ ସୁନ୍ଦର କରିବାରେ ପଦାର୍ଥ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ବିଶ୍ୱ ବ୍ରହ୍ମାଣ୍ଡରେ ଘଟୁଥିବା ଅଗଣିତ ଘଟଣା ପଛରେ ପଦାର୍ଥ ବିଜ୍ଞାନ ରହିଛି । ଆମେ ଆଲୋକର ରଙ୍ଗ ସହ ଏହାର ଶକ୍ତିର ସମ୍ପର୍କ ବିଷୟରେ ଆଲୋଚନା କରିବା ସମୟରେ ରୋଷେଇଘରର ରନ୍ଧନଗ୍ୟାସ୍‌ କଥା ମନେ ପଡ଼େ। ଗ୍ୟାସ୍‌ ବର୍ନର ଉପରେ ଜଳୁଥିବା ନୀଳଶିଖାର କଥା ମନେପଡ଼େ। ରୋଷେଇ ପାଇଁ ଘରେ ରନ୍ଧନଗ୍ୟାସ୍‌ (ଏଲ୍‌ପିଜି) ବ୍ୟବହାର କରାଯାଏ। ଏଲ୍‌ପିଜିର ପୂରା ଅର୍ଥ ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ । ଲାଲ ଟାଙ୍କି ଭିତରେ ଏହି ଗ୍ୟାସ୍‌ ପ୍ରାୟତଃ ତରଳ ଅବସ୍ଥାରେ ରହିଥାଏ। କାହିଁକି ନା ଟାଙ୍କି ଭିତରର ଅଧିକ ଚାପ ଏହାକୁ ତରଳ ଅବସ୍ଥାରେ ରଖିଥାଏ। କିନ୍ତୁ ଜଳିବା ସମୟରେ ଏହା ଟାଙ୍କି ଭିତରୁ ବାହାରି ବର୍ନର ପାଖକୁ ଆସିଲେ ଚାପ କମିଯାଇଥାଏ। ତେଣୁ ତରଳ ଅବସ୍ଥାରେ ରହିଥିବା ଏଲ୍‌ପିଜି ନିଜର ଗ୍ୟାସୀୟ ଅବସ୍ଥା ଫେରିପାଏ ଓ ଜଳେ ା ଜଳିଲେ ତାପ ଓ ଆଲୋକ ବାହାରେ।
ଗ୍ୟାସ୍‌ ବାହାରି ଜଳିବା ସମୟରେ ଅଗ୍ନିଶିଖାର ରଙ୍ଗ ଗୁରୁତ୍ୱପୂର୍ଣ୍ଣ।
ରନ୍ଧନଗ୍ୟାସ୍‌ ନୀଳ ଜଳିଲେ ଠିକ୍‌ ଅଛି ଏବଂ ଠିକ୍‌ ତାପ ଦେଉଛି ବୋଲି ଆମେ ଜାଣିଛୁ। କିନ୍ତୁୁ ଲାଲ ଜଳିଲେ ଠିକ୍‌ ନାହିଁ ବୋଲି କୁହାଯାଏ। ଏହା ପଛରେ ରହିଥିବା କାରଣକୁ ପଦାର୍ଥ ବିଜ୍ଞାନ ବୁଝେଇପାରିବ।
ପଦାର୍ଥ ବିଜ୍ଞାନ ଅନୁସାରେ ୭ଟି ରଙ୍ଗର ଆଲୋକ ବା-ଘ-ନୀ-ସ-ହ-ନା-ଲା ମଧ୍ୟରୁ ବାଇଗଣି ଆଲୋକର ଶକ୍ତି ସବୁଠାରୁ ଅଧିକ ଓ ଲାଲ୍‌ ଆଲୋକର ଶକ୍ତି ସବୁଠାରୁ କମ୍‌। ତେଣୁ ଲାଲ୍‌ ଓ ନୀଳ ଶିଖା ମଧ୍ୟରେ ତୁଳନା କଲେ, ନୀଳ ଶିଖାର ତାପଶକ୍ତି ଅଧିକ ଓ ଲାଲ ଶିଖାର ତାପଶକ୍ତି କମ୍‌। ବର୍ନର ଠିକ୍‌ ଥିଲେ ଓ ବର୍ନର ଭିତରେ ମଇଳା ଜମି ନ ଥିଲେ ଗ୍ୟାସ୍‌ ଠିକ୍‌ ଭାବରେ ଆସିପାରେ ଓ ନୀଳଶିଖା ଜଳେ। କିନ୍ତୁ ବର୍ନର ଭିତରେ ମଇଳା ଜମିଗଲେ ନୀଳଶିଖା ଆସେ ନାହିଁ।
ଶିଖାର ତାପମାତ୍ରା ବି କମିଯାଏ। ବର୍ନର ଉପରେ ବସିଥିବା କଡ଼େଇ ତଳେ କଳା ସୃଷ୍ଟି ହୁଏ।
ଭିତରେ ରହିଥିବା ଗ୍ୟାସ୍‌ର ପରିମାଣ ଉପରେ ମଧ୍ୟ ଶିଖାର ରଙ୍ଗ ନିର୍ଭରକରେ। ଟାଙ୍କି ଭିତରେ ଯଥେଷ୍ଟ ପରିମାଣ ଗ୍ୟାସ୍‌ ରହିଥିଲେ ବର୍ନର ନିକଟରେ ଆବଶ୍ୟକ ପରିମାଣ ଗ୍ୟାସ୍‌ ପହଞ୍ଚତ୍ପାରେ ଓ ନୀଳଶିଖା ଜଳେ। ତାପମାତ୍ରା ବି ଅଧିକ ଥାଏ।
କିନ୍ତୁ ଟାଙ୍କି ଭିତରେ ଗ୍ୟାସ୍‌ ଶେଷ ହେବା ସମୟ ହୋଇଗଲେ ଆବଶ୍ୟକ ପରିମାଣର ଗ୍ୟାସ୍‌ ବର୍ନର ପାଖକୁ ଆସିପାରେ ନାହିଁ।
ତେଣୁ ଶିଖାର ତାପମାତ୍ରା କମିଯାଏ। ଗ୍ୟାସ୍‌ ସରି ଆସିଲେ ଶିଖା ଲାଲ ଦିଶେ। ଘରେ ମାଆ ଜାଣିପାରନ୍ତି ଗ୍ୟାସ୍‌ ସରିବାକୁ ଯାଉଛି ବୋଲି। ସଙ୍ଗେ ସଙ୍ଗେ ଆମେ ଗ୍ୟାସ୍‌ ଏଜେନ୍ସିକୁ ଫୋନ୍‌ କରୁ ନୂଆ ଟାଙ୍କି ଆଣିଦେବା ପାଇଁ।
-ଓଇଏସ୍‌(ଏ), କ୍ୱାର୍ଟର୍ସ ନଂ. ୧୭, କଲେଜ କ୍ୟାମ୍ପସ,
ଭଦ୍ରକ ଅଟୋନୋମସ କଲେଜ, ଭଦ୍ରକ
ମୋ : ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri