Categories: ଖେଳ

ସନ୍ଦୀପ ମେମୋରିଆଲ ଚେସ୍‌: ବୈଭବଙ୍କୁ ଟାଇଟଲ

ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ୯ ଓ ୧୦ ତାରିଖ ଦୁଇଦିନଧରି ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ବୈଭବ ମିଶ୍ର ୮.୫ ପଏଣ୍ଟ ସହ ଚାମ୍ପିୟନ ଏବଂ ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର (୮ ପଏଣ୍ଟ) ରନର୍ସଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ବପ୍ନିଳ ପ୍ରିୟଦର୍ଶୀ, ହର୍ଷିତ ରଞ୍ଜନ ସାହୁ, ଦାଶରଥୀ ସାହୁ, ତନ୍ମୟ ତ୍ରିପାଠୀ, ସୁହାନା ଜେନା, ରାଜେନ୍ଦ୍ର କୁମାର ସାହୁ, ରୋହନ ମୋଲ୍ଲା ଓ ଲୋଚନ କୁମାର ଦାସ ଯଥାକ୍ରମେ ୩ୟରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି। ୨୫ ଜଣଙ୍କୁ ମୁଖ୍ୟ ପୁରସ୍କାର ସହ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗର ଶ୍ରେଷ୍ଠ ୫ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଥିଲା। ବଂଶୀଧର ଭୋଇ ଓ ରଶ୍ମିତା ପାତ୍ର ଯଥାକ୍ରମେ ଶ୍ରେଷ୍ଟ ଭେଟେରାନ ଓ ମହିଳା ଖେଳାଳି ବିବେଚିତ ହୋଇଥିଲେ। ଚିଫ୍‌ ଇଲେକ୍ଟ୍ରିକାଲ୍‌ ଇନ୍‌ସ୍ପେକ୍ଟର ସୁରେଶ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଏବଂ ମାନଗୋମିନ୍ଦ ଦଳାଇ, ସ୍ମୃତିରଞ୍ଜନ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share