ସନ୍ତୁଳିତ ଜୀବନଯାପନ ଉଚ୍ଚ ରକ୍ତଚାପକୁ ଦୂର କରିପାରିବ

ସୋନପୁର,୧୮।୫(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକ ନିୟମିତ ଶାରୀରିକ ପରିଶ୍ରମ, ଉପଯୁକ୍ତ ସୁଷମ ଖାଦ୍ୟ ଶୈଳୀ ସାଙ୍ଗକୁ ମାନସିକ ଚାପରୁ ସବୁବେଳେ ମୁକ୍ତ ରହିବାକୁ ଚେଷ୍ଟା କଲେ ଉଚ୍ଚ ରକ୍ତଚାପ ପରି ସମସ୍ୟାକୁ ଦୂରେଇ ଦିଆଯାଇପାରିବ ବୋଲି ମତପ୍ରକାଶ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ନିରୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ ମଣିଷ ଦେହରେ ଏହି ରୋଗର କୁପ୍ରଭାବ ସମ୍ପର୍କରେ ବ୍ୟାପକ ଆଲୋଚନା ସହ ଆଳସ୍ୟପୂର୍ଣ୍ଣ ଜୀବନ, ମେଦ ବହୁଳତା, ଆବଶ୍ୟକତାଠାରୁ ଅଧିକ ପରିମାଣ ଲୁଣର ବ୍ୟବହାର, ଚର୍ବି ଜାତୀୟ ଖାଦ୍ୟ, ଫାଷ୍ଟ ଫୁଡ ଆଦି ଖାଦ୍ୟର ବ୍ୟବହାର ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରପ୍ରାପ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ ଜିଲାରେ ଥିବା ଉଚ୍ଚ ରକ୍ତଚାପ ରୋଗୀଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ କହିବା ଅନୁସାରେ ୨୦୧୭-୧୮ ଏବଂ ୨୦୧୮-୧୯ ମସିହାରେ ବାହ୍ୟ ବିଭାଗରେ ଯଥାକ୍ରମେ ମୋଟ ୨୪୫୧୮ ଓ ୨୦୪୫୩ ଜଣ ଉଚ୍ଚ ରକ୍ତଚାପ ରୋଗୀ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ୨୦୧୯-୨୦ ଏପ୍ରିଲ ମାସ ପର୍ଯ୍ୟନ୍ତ ମୋଟ ୨୦୫୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୪୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି ସଚେତନ ହୋଇ ନିଜ ରକ୍ତଚାପ ପରୀକ୍ଷା କରାଇନେବା ଉଚିତ ବୋଲି ସେ କହିବା ସହ ଏଥିପାଇଁ ବିଭିନ୍ନସ୍ତରରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(କୁଷ୍ଠ) ଡାକ୍ତର ପ୍ରମୋଦ ଚନ୍ଦ୍ର ବିଶ୍ୱାଳ, ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଅଧ୍ୟକ୍ଷା କନକଲତା ବେହେରାଙ୍କ ସହ ଜିଲା ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ଥିଲେ। ସଚେତନତା ସଭା ପରେ ଏକ ଦସ୍ତଖତ ଅଭିଯାନ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri