ସନ୍ତାନ ପାଳନରେ ସମଦାୟିତ୍ୱ

ଡା. ଶୁଭଶ୍ରୀ ମିଶ୍ର

ଭାରତରେ ଏକତୃତୀୟାଂଶ ଶିଶୁଙ୍କର ପୁଷ୍ଟିହୀନତା ସମସ୍ୟା ଥିବାବେଳେ ନିକଟରେ ରାଜ୍ୟ ସଭା ମାତୃତ୍ୱ ବିଲ୍‌ରେ ସଂଶୋଧନକୁ ଅନୁମୋଦନ କରିଥିବାରୁ ସନ୍ତାନ ଜନ୍ମ ପାଇଁ ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ପୂର୍ବର ୧୨ ସପ୍ତାହ ଛୁଟି ବଦଳରେ ୨୬ ସପ୍ତାହ ଛୁଟି ମିଳିବା ଖୁସିର କଥା। ଏହି ପଦକ୍ଷେପର ଲକ୍ଷ୍ୟ ହେଲା ଶିଶୁମାନଙ୍କୁ ଅଧିକ ଦିନ ମାଆ କ୍ଷୀର ଦେବା ଓ ସେମାନଙ୍କର ପୁଷ୍ଟିହୀନତା ଦୂର କରିବା। ପ୍ରକୃତି ଦେଇଥିବା ସୁବିଧା ଅନୁସାରେ ଜନ୍ମ ପରେ ୬ମାସ ଯାଏ ଶିଶୁ ଯଦି ମାଆ କ୍ଷୀର ପାଇଲା ତେବେ ତାହା ଦ୍ୱାରା ତା’ର ଅନେକ ମୌଳିକ ଆବଶ୍ୟକତା ପୂରଣ ହେବ। ତାହା ମଧ୍ୟ ସବୁଠାରୁ ସହଜ ଓ ଖର୍ଚ୍ଚବିହୀନ ପଦକ୍ଷେପ।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦର୍ଶାଇଛି ଯେ, ଯଦି ଦେଶରେ ପିଲାଙ୍କୁ ମାଆ କ୍ଷୀର ଦେବାର ବ୍ୟବସ୍ଥା ହୋଇପାରିବ ତେବେ ଶିଶୁ ମୃତ୍ୟୁକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ। ଏହାଦ୍ୱାରା ୫ବର୍ଷରୁ କମ୍‌ ବୟସର ୮ଲକ୍ଷ ଶିଶୁଙ୍କୁ ବଞ୍ଚାଯାଇପାରିବ। ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ସଂକ୍ରମିତ ସମସ୍ୟା ଯୋଗୁ ଶିଶୁ ମୃତ୍ୟୁର ଯେଉଁ ଆଶଙ୍କା ରହୁଛି ତାହା ମୁଖ୍ୟତଃ ମୋଟେ ମାଆ କ୍ଷୀର ପାଉ ନ ଥିବା ବା ଆଶିଂକ ଭାବେ ତାହା ପାଉଥିବା ଶିଶୁଙ୍କ କ୍ଷେତ୍ରରେ ଘଟୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ସମୟରେ ଅଧିକ ଦିନ ଛୁଟିଦେବା ଲାଗି ନେଇଥିବା ପଦକ୍ଷେପ ଆବଶ୍ୟକ ଥିଲା ବୋଲି କୁହାଯାଇପାରେ। ଅବଶ୍ୟ ତା’ସାଙ୍ଗକୁ ଆଧୁନିକ ସମାଜରେ ମାଆକ୍ଷୀର ଦେବା ପରମ୍ପରାକୁ ଅନେକ କ୍ଷେତ୍ରରେ ଯେପରି ନିରୁତ୍ସାହିତ କରାଯାଉଛି ତାହା ମଧ୍ୟ ବଦଳିବା ଦରକାର। ମାଆମାନେ ସ୍ବତଃପ୍ରବୃତ୍ତ ଭାବେ ନିଜ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ସ୍ତନ୍ୟପାନର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ। କେନ୍ଦ୍ର ସରକାର ମାଆମାନଙ୍କ ପାଇଁ ଅଧିକ ଦିନ ଛୁଟିର ବ୍ୟବସ୍ଥା କରିଥିବା ଶିଶୁକଲ୍ୟାଣ ଦୃଷ୍ଟିରୁ ଯେପରି ସ୍ବାଗତଯୋଗ୍ୟ ସେହି ବିଚାର ପିତୃତ୍ୱ ଲାଭ କରୁଥିବା ପୁରୁଷଙ୍କ ପାଇଁ ବି ଆବଶ୍ୟକ ହେଲାଣି। ଆଧୁନିକ ସମାଜରେ ଏହାର ଯଥାର୍ଥତା ବେଶି। କିନ୍ତୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ପିତୃତ୍ୱ ଛୁଟିର ସମୟ ୨ ସପ୍ତାହ। ଘରୋଇ ଉଦ୍ୟୋଗ ପାଇଁ ଏପରି ବ୍ୟବସ୍ଥା ନାହିଁ। ଅବଶ୍ୟ ଭାରତରେ ଅନେକ କମ୍ପାନୀ ପିତୃତ୍ୱ ଛୁଟି ଓ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଛୁଟିର ବ୍ୟବସ୍ଥା କଲେଣି। ମର୍କର ବିଶ୍ୱ ପିତୃତ୍ୱ ଛୁଟି ରିପୋର୍ଟ ୨୦୧୯ ଅନୁସାରେ ପୃଥିବୀରେ ୩୮ ପ୍ରତିଶତ କମ୍ପାନୀ ସର୍ବନିମ୍ନ ପିତୃତ୍ୱ ଛୁଟିସୀମାଠାରୁ ଅଧିକ ଛୁଟି ପିତାଙ୍କୁ ଦେଉଛନ୍ତି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏପରି ଛୁଟି ୪୧ % କମ୍ପାନୀ ଦେଉଛନ୍ତି। ପିତୃତ୍ୱ ଛୁଟିକୁ ଗୁରୁତ୍ୱ ଦେଉଥିବା ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ଭାରତ, ଯେଉଁଠାରେ ଗତ କିଛିବର୍ଷରେ କମ୍ପାନୀଗୁଡ଼ିକରେ ଏହି ଛୁଟିର ଗୁରୁତ୍ୱ ବଢ଼ିଛି। ଅବଶ୍ୟ ଏଥିପାଇଁ ବେଶିଦିନ ଛୁଟି ମିଳୁନାହିଁ। ଯୁକ୍ତି ହେଉଛି ମାତୃତ୍ୱ ଛୁଟି ସାଙ୍ଗକୁ ପିଲାର ବାପାଙ୍କୁ ବି ମାଆପରି ନ ହେଲେ ବି ଅଧିକ ଦିନ ଛୁଟି ଦିଆଯିବା ଉଚିତ। ଅବଶ୍ୟ ଭାରତର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପଚରାଗଲାବେଳେ ସେ ଯୁକ୍ତି କରିଛନ୍ତି ଯେ ପିତୃତ୍ୱ ଛୁଟି ଦିଆଗଲେ ତା’ର ଦୁରୁପଯୋଗ ହେବ। ପୁରୁଷ ଲୋକେ କେବଳ ଦରମା ପାଇ ଛୁଟି କଟାଇବେ। କିନ୍ତୁ ସେ ବୁଝିବା ଉଚିତ ଭାରତୀୟ ସମାଜ ବ୍ୟବସ୍ଥାରେ ବେଶ୍‌ ପରିବର୍ତ୍ତନ ହେଲାଣି। ଯୌଥ ପରିବାର ବଦଳରେ ଏକକ ପରିବାରର ବ୍ୟବସ୍ଥା ବଢ଼ିଲାଣି। ସହରାଞ୍ଚଳ ଅର୍ଥ ସ୍ବାମୀ ସ୍ତ୍ରୀ ଓ ପିଲା। ସହରାଞ୍ଚଳରେ ଆର୍ଥିକ ଆବଶ୍ୟକତା ଦୃଷ୍ଟିରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ରୋଜଗାର କରିବା ଆବଶ୍ୟକ ହେଉଛି। ତାହା ମଧ୍ୟ ଯଥାର୍ଥ। ଏପରି ପରିବାରଗୁଡ଼ିକରେ ପୁରୁଷମାନେ ବି ଘରର ଅନେକ ଦାୟିତ୍ୱ ତୁଲାଉଛନ୍ତି, ଯାହା ପାଶ୍ଚାତ୍ୟ ସମାଜରେ ରହିଛି। ଏଣୁ ଜନ୍ମ ପରେ ସନ୍ତାନ ଲାଳନପାଳନର ଦାୟିତ୍ୱ ଯେ ପୂର୍ବପରି କେବଳ ମାଆ ଉପରେ ଛାଡ଼ି ଦିଆଯିବ ସେ ଯୁକ୍ତି ଠିକ୍‌ ନୁହେଁ। ଯେଉଁ ଏକକ ପରିବାରଗୁଡ଼ିକରେ ସନ୍ତାନ ଜନ୍ମ କରିଥିବା ମହିଳାଙ୍କୁ ସାହାଯ୍ୟ କରିବା ଲାଗି କେହି ନାହାନ୍ତି ସେଠାରେ ପିତୃତ୍ୱ ଛୁଟିର ଆବଶ୍ୟକତା ବେଶ୍‌ ଅଧିକ।
ମାଆ ପାଇଁ ଛଅମାସ ଛୁଟିର ବ୍ୟବସ୍ଥା ଯଦି କରାଯାଉଛି ତେବେ ତା’ ସାଙ୍ଗକୁ ପିତୃତ୍ୱ ଛୁଟି ତିନି ମାସ ପାଇଁ ଦିଆଯାଇପାରେ। ଆଗରୁ ଯୌଥ ପରିବାରରେ ସନ୍ତାନର ଲାଳନପାଳନରେ ପରିବାରର ସମସ୍ତେ ସାହାଯ୍ୟ କରୁଥିଲେ। ଏବେ ସେ ସୁବିଧା କ୍ୱଚିତ୍‌ ମିଳୁଛି। ଯଦି ସହରରେ ଥିବା ଏକକ ପରିବାରକୁ ଏହି ସମୟରେ ସାହାଯ୍ୟ କରିବା ପାଇଁ ମାଆ ବାପା ବା କେହି ଆତ୍ମୀୟ ଆସୁଛନ୍ତି ତେବେ ହୁଏତ ସନ୍ତାନ ଜନ୍ମ କରିଥିବା ମହିଳା କିଛି ସାହାଯ୍ୟ ପାଉଛନ୍ତି। ନଚେତ ସବୁ ଦାୟିତ୍ୱ ମାଆ ଉପରେ ପଡ଼ୁଛି। କେନ୍ଦ୍ର ସରକାର ଯେଉଁ ନିୟମ କଲେ ତାହା ମାଆ ତା’ର ପିଲାକୁ ଅଧିକ ଦିନ ନିଜ କ୍ଷୀର ଦେବାର ଆବଶ୍ୟକତାକୁ ପୂରଣ କରିବ। କିନ୍ତୁ ଶିଶୁ ଜନ୍ମ ପରେ ଉଭୟ ମାଆ ଓ ପିଲା ପାଇଁ ବେଳେ ବେଳେ ଯେଉଁ ସମସ୍ୟା ଉପୁଜେ ସେଥିଲାଗି ଅଧିକ ଦିନ ପିତୃତ୍ୱ ଛୁଟିର ଆବଶ୍ୟକତା ରହିଛି। ଏବେ ଅନେକ ସଂସ୍ଥା ମହିଳାଙ୍କୁ ନିଯୁକ୍ତି ଦେବାକୁ ପଛାଉଛନ୍ତି। କାରଣ ସନ୍ତାନ ଜନ୍ମ ପାଇଁ ମହିଳା କର୍ମଚାରୀଜଣକ ଛୁଟି ନେବେ ବା ସନ୍ତାନ ଲାଳନପାଳନ ଲାଗି ନିଜ କାମକୁ ବେଳେବେଳେ ଏଡ଼ାଇଯିବେ। ପିତୃତ୍ୱ ଛୁଟି ରହିଲେ ପୁରୁଷ ଓ ମହିଳା କର୍ମଚାରୀଙ୍କ ମଧ୍ୟରେ ତାରତମ୍ୟ କମିବ। ସନ୍ତାନ ଉଭୟ ପିତାମାତାଙ୍କର ଜୈବିକ ପ୍ରତିନିଧିତ୍ୱ କରୁଥିବାବେଳେ ଦୁହେଁ ତା’ର ଲାଳନପାଳନରେ ମୂଳରୁ ଭାଗୀଦାର ହେବା ଉଚିତ ନୁହେଁ କି?
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ , ମୋ:୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri