ସତ ହେଲା ଧରିତ୍ରୀ ଆଶଙ୍କା: ୬ ଡିଏସ୍‌ପିଙ୍କ ବଦଳି, ଭୁବନେଶ୍ୱର ଫେରିଲେ ଅନୁପ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଗତ ନିର୍ବାଚନକୁ ଆଖି ଆଗରେ ରଖି ଓ ଆଇନ ସୁରକ୍ଷାକୁ ନଜର କରି ରାଜ୍ୟ ସରକାର କେତେକ ପୋଲିସ ଅଧିକାରଙ୍କୁ ଅଚାନକ ବଦଳି କରି ଦେଇଥିଲେ। ନିର୍ବାଚନ ଶେଷ ହେବା ପରେ ବଦଳିଥିବା ଅଧିକାରୀମାନେ ପୁଣି ସେହି ଅଞ୍ଚଳକୁ ଆସିବା ପାଇଁ ଲବି କରିଥିବାର ଜଣାପଡିଥିଲା। ଏହା ଜଣାପଡିବା ପରେ ଗତ ମେ ୨୭ରେ ବଦଳି ଅଫିସର ରାଜଧାନୀ ଫେରିବେ ବୋଲି ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ନିର୍ବାଚନର ୪ମାସ ପରେ ପୁଣି ବଦଳି ହୋଇଯାଇଛି। ଫଳରେ ବଦଳି ହୋଇ କଟକରେ ଆଇୟୁସିଏଡବ୍ଲ୍ୟୁରେ ଥିବା ଡିଏସ୍‌ପି ଅନୁପ କାନୁନଗୋଙ୍କୁ ରାଜଧାନୀକୁ ଏସିପି ଭାବେ ବଦଳି କରାଯାଇଛି। ସେ ରାଜଧାନୀରେ ୧୦ବର୍ଷ ରହିସାରିଥିଲେ ମଧ୍ୟ କିଭଳି ପୁଣି ରାଜଧାନୀକୁ ଅଣାଗଲା ତାହାକୁ ନେଇ ପୋଲିସ ବିଭାଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ପାଉଛି। ତାଙ୍କୁ ରାଜଧାନୀରେ କୌଣସି ଜୋନ୍‌ ଯଦି ଦିଆଯାଏ ତେବେ କଟକରୁ ଆସି ରହିଥିବା ଅନ୍ୟ ପୋଲିସ ଅଫିସରଙ୍କ ମଧ୍ୟରେ ବିଦ୍ରୋହ ଦେଖାଦେଉଛି। ତେଣୁ ତାଙ୍କର ରାଜଧାନୀକୁ ଆସିବାକୁ ନେଇ ପୁଣି ପୋଲିସ ମୁଖ୍ୟାଳୟ ଚିନ୍ତା କରନ୍ତୁ ବୋଲି ଅନେକ ପୋଲିସ ଅଫିସର ନିଜ ନାମ ଗୋପନ ରଖି କହିଛନ୍ତି।
ସେହିପରି କେନ୍ଦୁଝର ଜିଲାରେ ଥିବା ଇନ୍ସପେକ୍ଟର ମନୋଜ କୁମାର ରାଉତଙ୍କୁ ବାଲେଶ୍ୱରକୁ ଡିଏସ୍‌ପି ଇନ୍‌ଚାର୍ଜ ଭାବେ ବଦଳି କରାଯାଇଛି। ରାଉରକେଲା ବିସିଆର ସେଲରେ ଥିବା ଓପିଏସ୍‌ ରମାକାନ୍ତ ସାହୁଙ୍କୁ ଝାରସୁଗୁଡା ଏସ୍‌ଆରପିଓକୁ ବଦଳି କରାଯାଇଛି। ସେହିଭଳି ଯାଜପୁର ଜିଲା ମୁଖ୍ୟାଳୟରେ ଥିବା ଡିଏସ୍‌ପି ବିଜୟ କୁମାର ମଲ୍ଲିକଙ୍କୁ ଭୁବନେଶ୍ୱର ଏସ୍‌ଟିଏଫ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି। କନ୍ଧମାଳ ହେଡ୍‌କ୍ୱାର୍ଟର୍ସରେ ଥିବା ଡିଏସ୍‌ପି ଅଜୟ କୁମାର ମିଶ୍ରଙ୍କୁ ଗଞ୍ଜାମ ଡିଏସ୍‌ପି ଭାବେ ବଦଳି କରାଯାଇଛି। ମୟୁରଭଞ୍ଜ ଜିଲା ଆଇୟୁସିଏଡବ୍ଲ୍ୟୁରେ ଥିବା ଲଳିତ କୁମାର ପଟ୍ଟନାୟକଙ୍କୁ ବେତନଟିକୁ ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ରାଜଧାନୀରୁ କଟକ ଯାଇଥିବା ଏସିପି ଓ ଇନ୍ସପେକ୍ଟରଙ୍କୁ ଆଉ କିଛିଦିନ ପରେ ରାଜଧାନୀକୁ ବଦଳି କରାଯିବ ବୋଲି ଆଶଙ୍କା କରାଯାଉଛି। ଏପରିକି କେଉଁ ଅଫିସର କେଉଁ ଥାନାକୁ ଆସିବେ ସେନେଇ ସ୍ଥିର ହୋଇ ସାରିଥିବା କୁହାଯାଉଛି। କେବଳ ନୋଟିଫିକେଶନ୍‌ ବାହାରିବା ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀରୁ ବିଦା ହୋଇଥିବା ଅଫିସରମାନଙ୍କୁ ପୁଣି ଏଠାକୁ ଆଣିବାର ରହସ୍ୟ କଣ ରହିଛି। ବର୍ତ୍ତମାନ ରାଜଧାନୀରେ ଥିବା ଅଫିସରଙ୍କ କଣ ଅପରାଧ ନିୟନ୍ତ୍ରଣ କରିବାର ଦକ୍ଷତା ନାହିଁ। ଯଦି ନାହିଁ ତେବେ ସେମାନଙ୍କୁ କ’ଣ ୪ମାସ ପାଇଁ ନିର୍ବାଚନ ପୂର୍ବରୁ ଭଡାରେ ରାଜଧାନୀକୁ ଅଣାଯାଇଥିଲା। ତାହାକୁ ନେଇ ଅନେକ ଲୋକେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?